ଆଗକୁ ଭାରତ ହାତରେ ଲାଗିବ ଆହୁରି ଅନେକ ବୈଜ୍ଞାନିକ ତଥ୍ୟ, ଯାହାକି ଅନ୍ୟ କୌଣସି ଦେଶ ପାଖରେ ନାହିଁ ।
ଅଗଷ୍ଟ ୨୬ ତାରିଖ ଦିନ ସେପ୍ଟେମ୍ବର ୨ରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 ଲଞ୍ଚ୍ ହେବାନେଇ ଘୋଷଣା କରାଯାଇଥିଲା । ହେଲେ ସମୟ ଧାର୍ଯ୍ୟ କରିନଥିଲା ଇସ୍ରୋ ।
ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।
ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ।
ଜୟନ୍ତ କେରଳ ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।
ପୂର୍ବରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ଏହି ମିଶନ ରହିଥିବା କୁହାଯାଇଥିଲା । ଅଭିଯାନ ସଫଳ ହେଲେ ଏହା ସୂର୍ଯ୍ୟ ଉପରେ ଗବେଷଣା ପାଇଁ ମହାକାଶରେ ଅବସ୍ଥାପିତ ପ୍ରଥମ ଭାରତୀୟ ଅବଜର୍ଭେଟରି ହେବ ।
ମହିଳା ବୈଜ୍ଞାନିକଙ୍କ ଅବଦାନ କଥା କହିଲେ ପ୍ରଧାନମନ୍ତ୍ରୀ
୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହିତ, ସଂଗ୍ରହ କରିବାକୁ ପଡ଼ିବ ସେଠାକାର ମାଟି ଓ ପଥର ସଂପର୍କିତ ଅନେକ ଅଜଣା ତଥ୍ୟ । କେତେବେଳେ ବି ଉପୁଜିପାରେ ପ୍ରତିକୂଳ ସ୍ଥିତି । ପ୍ରଜ୍ଞାନ ଏହାର କିପରି ସାମ୍ନା କରୁଛି, ତା ଉପରେ ଏବେ ସାରା ଦେଶର ନଜର ରହିଛି । ଏଭିତରେ ଜହ୍ନରେ କିଭଳି ଗଡ଼ିବା ଆରମ୍ଭ କରିଥିଲା ରୋଭର୍, ତାର ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।
ସମସ୍ତେ ଇସ୍ରୋ ଏବଂ ଚନ୍ଦ୍ରୟାନ-୩ର ଲୋଗୋ ଥିବା ପରିଧାନ ପ୍ରତି ଆକୃଷ୍ଟ ହେଉଛନ୍ତି ।
ବେଙ୍ଗାଳୁରୁ ସ୍ଥିତ ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ, ଏହାକୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଭାରତର ପ୍ରମୁଖ ସ୍ପେଶପୋର୍ଟ ସତୀଶ ଧାୱନ୍ ସ୍ପେଶ୍ ସେଣ୍ଟରକୁ ଅଣାଯାଇଛି ।
ଇସ୍ରୋ ବିଧିବଦ୍ଧ ଭାବେ ଏହି ଭିଡିଓ ଜାରି କରିନଥିଲେ ବି, ରୋଭର୍ ଜହ୍ନରେ ଚାଲିବା ଆରମ୍ଭ କରିଛି ବୋଲି ଜଣାଇସାରିଛି । ଲେଖିଛି ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ମୁନ୍ ।
ଏହା ପ୍ରଥମ ଦିନ କଟିସାରିଥିବା ବେଳେ, ଆଗାମୀ ୧୨ରୁ ୧୩ ଦିନ ଏହାକୁ ସୁରକ୍ଷିତ ଓ କାର୍ଯ୍ୟକ୍ଷମ ରଖିବା ଇସ୍ରୋ ପାଇଁ ବଡ଼ଚାଲେଞ୍ଜ ରହିବ।
୨୦୦୬ରୁ ଶ୍ରୀହରିକୋଟାରେ ମେକାନିକାଲ୍ ଇଞ୍ଜିନିୟର ଥିବା ଦେବାଶିଷ, ଯେଉଁ ଇନ୍ଧନ ଦ୍ୱାରା ସଫଳତାର ସହ PSLV ଉତକ୍ଷେପଣ କରାଯାଇଥିଲା, ସେହି ଇନ୍ଧନ ପାଇଁ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ତଥା ଲିକ୍ୟୁଡ୍ ସରଫକଟାଣ୍ଟ ତିଆରି କାମରେ ଲାଗିଥିଲେ ।
ଉତକ୍ଷେପଣ ଟିମ୍ ମେମ୍ବର ଏବଂ ତିଆରିଛନ୍ତି ଯନ୍ତ୍ରପାତି ଇସ୍ରୋର ଚନ୍ଦ୍ର ଅଭିଯାନରେ ଥିଲା ଉଲ୍ଲେଖନୀୟ ଅବଦାନ ।
ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି।
ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଚନ୍ଦ୍ର ଅବତରଣ ପୂର୍ବରୁ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ମିଶନ ସୂର୍ଯ୍ୟ ସଂପର୍କରେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କ ସୂଚନା । ସମସ୍ତ ପ୍ରସ୍ତୁତି ସରିଛି, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ୍ ହେବ ।
ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି।
ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ ।
ତେବେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ ପରେ ସାମ୍ନାକୁ ଆସିଛି ଆଉ କିଛି ଫଟୋ ଯେଉଁଥିରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ଆସୁଥିବା ଦେଖାଯାଉଛି ।
ଶଗଡ଼ ଗାଡ଼ିରେ ସାଟେଲାଇଟ୍, ସାଇକେଲ ପଛରେ ରକେଟ୍ । ଏକଦା କିଛି ଏମିତି ଥିଲା ଇସ୍ରୋର ମିଶନ୍ ଅପରେସନ୍ କଂପ୍ଲେକ୍ସ । ୬୦-୭୦ ଦଶକରେ ଭାରତୀୟ ମହାକାଶ ଅଭିଯାନର ଜନକ ବିକ୍ରମ ସାରାଭାଇ ଦେଖିଥିବା ସ୍ୱପ୍ନ, ଆଜି ଜହ୍ନ ରାଇଜରେ ବି ଉଡ଼ାଇ ପାରିଛି ଭାରତର ବିଜୟ ଧ୍ୱଜା ।
ପ୍ରଥମ ମୁନ୍ ମିଶନର ସଫଳତା ଭାରତକୁ ବାଟ କଢ଼ାଇ ନେଇଥିଲା ଦ୍ୱିତୀୟ ଚନ୍ଦ୍ର ଅଭିଯାନ 'ଚନ୍ଦ୍ରୟାନ-୨' ଆଡ଼କୁ ।
ନିର୍ଦ୍ଧାରିତ ସମୟ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଲ୍ୟାଣ୍ଡର ବିକ୍ରମ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କରିଥିଲେ ଇସ୍ରୋ ମୁଖ୍ୟ ।
ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳି ଗଲା । ଆଜିର ଏହି ଦିନକୁ ଦେଶବାସୀ ସବୁଦିନ ମନେରଖିବେ ।
ଆମେରିକା, ରୁଷିଆ, ଚୀନ ଆଗରୁ ନିଜର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ ମଧ୍ୟ କେହି ଦକ୍ଷିଣ ମେରୁରେ ଅବତରଣ କରିପାରି ନାହାନ୍ତି।