Advertisment

ମହାକାଶରେ ଇତିହାସ ରଚିବା ରାସ୍ତାରେ ଭାରତ, ଗଗନୟାନର କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ

କାଳେ ବୈଷୟିକ କାରଣରୁ ସ୍ଥଗିତ ରହିଥିଲା ଉତ୍‌କ୍ଷେପଣ...ଏବେ ଉତ୍‌କ୍ଷେପଣ ହେଲା ଟେଷ୍ଟ ଭେହିକିଲ୍ TV-D1

author-image
Prangyan Parimita
ଅଦ୍ୟତନ ହୋଇଛି
Gaganyaan Mission

Gaganyaan Mission

ଆରମ୍ଭ ହେଲା ଭାରତର ଗଗନୟାନ ମିଶନ । ତ୍ରୁଟି ସୁଧାରିବା ପରେ ପୁଣି ଥରେ ଗଗନଯାନର ପ୍ରଥମ ଟେଷ୍ଟ୍ ଭେହିକିଲ୍ TV-D1 ର ଉତକ୍ଷେପଣ କରାଯାଇଛି ।  ଶ୍ରୀହରିକୋଟା ସତୀଶ ଧାୱନ୍‌ ସ୍ପେସ୍‌ ସେଣ୍ଟରରୁ ଟେଷ୍ଟ୍ ଭେହିକିଲ୍ ଉତ୍‌କ୍ଷେପଣ କରାଯାଇଛି ।

Advertisment

ଆଜି ପ୍ରାୟ ୮ଟା ୪୫ ବେଳେ ଲଞ୍ଚିଂର ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଥିଲା ମିଶନ ଗଗନୟାନର ପ୍ରଥମ ଟେଷ୍ଟ୍ ଫ୍ଲାଇଟ୍ । ଉତକ୍ଷେପଣର ମାତ୍ର ୫ ସେକେଣ୍ଡ୍ ପୂର୍ବରୁ ଏହାକୁ ସ୍ଥଗିତ ରଖିଥିଲା ଇସ୍ରୋ। ଗଗନଯାନର ଟେଷ୍ଟ୍ ଭେହିକିଲ୍ TV-D1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ସକାଳ ୮ଟା ବେଳେ ଉତକ୍ଷେପଣ ହେବାକୁ ଥିଲା। ଖରାପ ପାଗ ଯୋଗୁଁ ଏହା ପ୍ରଥମେ ୮ଟା ୩୦ ଓ ପରେ ୮ଟା ୪୫କୁ ଘୁଞ୍ଚିଥିଲା ।

ତେବେ ଶେଷ ମୁହୂର୍ତ୍ତରେ ଲଞ୍ଚିଂର ମାତ୍ର ୫ ସେକେଣ୍ଡ୍ ପୂର୍ବରୁ ଇଞ୍ଜିନ ଇଗ୍ନିଶନରେ କୌଣସି ସମସ୍ୟା ଥିବା ଜଣାପଡ଼ିଥିଲା । ଲଞ୍ଚପ୍ୟାଡରୁ ସିଧାପ୍ରସାରଣ ଦୃଶ୍ୟରେ ମଧ୍ୟ ରକେଟ ସାମାନ୍ୟ ଜଳିବା ଉଠିବା ପରେ ପରେ, ପୁଣି ଥରେ ଲିଭି ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମରୁ ଅଟୋମେଟିକ ଲଞ୍ଚିଂ ସିକ୍ୱେନ୍ସ ଠିକ୍ ଠାକ୍ ଚାଲିଥିଲା ଏବଂ ଶେଷ ମୁହୂର୍ତ୍ତରେ କଂପ୍ୟୁଟର ତ୍ରୁଟିକୁ ଚିହ୍ନଟ କରି ଆପେ ଆପେ ଉତକ୍ଷେପଣକୁ ସ୍ଥଗିତ ରଖିଥିଲା । ତେବେ ତ୍ରୁଟିକୁ ଚିହ୍ନଟ କରି ଏହାକୁ ସୁଧାରି ଦେଇଛି ଇସ୍ରୋ ।..

Advertisment
ISRO Gaganyaan Mission
Advertisment
Advertisment