ଗୋଟିଏ ପରେ ଗୋଟିଏ ସଫଳତା ଆଡ଼କୁ ଆଗୋଉଛି ଇସ୍ରୋ । ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ପକ୍ଷରୁ ଆଉ ଏକ ବଡ଼ ତଥ୍ୟ ଦିଆଯାଉଛି । ପୂର୍ବରୁ କୁହାଯାଉଥିବା ଚନ୍ଦ୍ରାୟନ-୨ ମିଶନ ବିଫଳକୁ ନେଇ ନୂଆନୂଆ ସୂଚନା ଦେଉଛି ISRO । ISRO ପକ୍ଷରୁରୁ ଟ୍ୱିଟ୍ କରାଯାଇ ଚନ୍ଦ୍ରାୟନ-୨ ସମ୍ବଦ୍ଧୀୟ ନୂଆ ସୂଚନା ଦିଆଯାଇଛି ।
ସେପ୍ଟେମ୍ବର ୬, ୨୦୨୩ରେ ଚନ୍ଦ୍ରୟାନ-୨ ଅର୍ବିଟରରେ ଡୁଆଲ୍ ଫ୍ରିକ୍ୱେନ୍ସି ସିନ୍ଥେଟିକ୍ ଆପର୍ଚର ରାଡାର (DFSAR) ଯନ୍ତ୍ର ଦ୍ୱାରା ନିଆଯାଇଥିବା ଚନ୍ଦ୍ରୟାନ -୩ ଲ୍ୟାଣ୍ଡର ଏକ ପ୍ରତିଛବି ଅଂଶୀଦାର କରିଛି ଇସ୍ରୋ । ଏହାପୂର୍ବରୁ ନାସାର LRO ଚନ୍ଦ୍ର ଦକ୍ଷିଣ ଅଞ୍ଚଳରେ ଚନ୍ଦ୍ରୟାନ-୩ର ଅବତରଣ ସ୍ଥାନର ଚିତ୍ର କଏଦ କରିଥିଲା ।
Also Read
Chandrayaan-3 Mission:
— ISRO (@isro) September 9, 2023
Here is an image of the Chandrayaan-3 Lander taken by the Dual-frequency Synthetic Aperture Radar (DFSAR) instrument onboard the Chandrayaan-2 Orbiter on September 6, 2023.
More about the instrument: https://t.co/TrQU5V6NOq pic.twitter.com/ofMjCYQeso
ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ତୃତୀୟ ଚନ୍ଦ୍ର ମିଶନ୍ ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ଅଞ୍ଚଳରେ ଅବତରଣ କାରିଥିଲା । ଯାହାକି ଭାରତ ପାଇଁ ମହାକାଶ କ୍ଷେତ୍ରରେ ଏକ ଇତିହାସର ଫର୍ଦ୍ଦ ଯୋଡ଼ିଥିଲା । ଭାରତ ପ୍ରଥମ ଦେଶ ଭାବରେ ଚନ୍ଦ୍ର ଦକ୍ଷିଣ ଅଞ୍ଚଳରେ ଅବତରଣ କରିଥିଲା ଚନ୍ଦ୍ରୟାନ-୩ ।
ତେବେ ଭାରତର ମୁନ୍ ମିଶନ ଆରମ୍ଭ ହୋଇଥିଲା ୨୦୦୮ ମସିହାରେ । ୨୦୦୮ ଅଗଷ୍ଟ ୨୮ରେ ଜହ୍ନକୁ ଯାଇଥିଲା ଚନ୍ଦ୍ରୟାନ-୧। ଖର୍ଚ୍ଚ ହୋଇଥିଲା ୩୮୬ କୋଟି ଟଙ୍କା । ଅଗଷ୍ଟ ୨୦୦୯ ଯାଏଁ ଚନ୍ଦ୍ର ଚାରିପଟେ ବୁଲିଥିଲା ଅର୍ବିଟର୍ । ଚନ୍ଦ୍ରର ମେରୁ ଅଞ୍ଚଳରେ ଜଳର ସନ୍ଧାନ କରି ସାରା ଦୁନିଆକୁ ଚମକାଇ ଦେଇଥିଲା ପ୍ରଥମ ଚନ୍ଦ୍ରୟାନ । ପ୍ରଥମ ଥର ପାଇଁ ଜହ୍ନରେ ଜଳ ଥିବା ନେଇ ଏଭଳି ସ୍ପଷ୍ଟ ତଥ୍ୟ ଦେଇଥିଲା ଯେ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା ଭାରତର ସ୍ପେଶ୍ ମିଶନ୍ ।
ପ୍ରଥମ ମୁନ୍ ମିଶନର ସଫଳତା ଭାରତକୁ ବାଟ କଢ଼ାଇ ନେଇଥିଲା ଦ୍ୱିତୀୟ ଚନ୍ଦ୍ର ଅଭିଯାନ 'ଚନ୍ଦ୍ରୟାନ-୨' ଆଡ଼କୁ । ୯୭୮ କୋଟି ଟଙ୍କା ବଜେଟର ଏହି ମିଶନର ଲକ୍ଷ୍ୟ ଥିଲା ଚନ୍ଦ୍ର ଚାରିପଟେ ଅର୍ବିଟର ବୁଲାଇବା, ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମକୁ ସଫ୍ଟଲ୍ୟାଣ୍ଡିଂ କରିବା ଏବଂ ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଗଡ଼ାଇବା ।
୨୦୧୯ ମସିହା ଜୁଲାଇ ୨୨ରେ ଇସ୍ରୋର ବାହୁବଳୀ ରକେଟ୍ ଜିଏସ୍ଏଲ୍ଭି ମାର୍କ-ଥ୍ରୀ ସହାୟତାରେ ଉତକ୍ଷେପଣ ହୋଇଥିଲା ଦ୍ୱିତୀୟ ଚନ୍ଦ୍ରୟାନ । ସେପ୍ଟେମ୍ବର ୨ରେ ଯୋଜନା ମୁତାବକ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହୋଇଥିଲା, ଚନ୍ଦ୍ରୟାନ-୨ର ଅର୍ବିଟର । ଯାହାକି ଏବେବି କାର୍ଯ୍ୟକ୍ଷମ ଅଛି ଏବଂ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ସହିତ ଇସ୍ରୋର ଯୋଗାଯୋଗ ମାଧ୍ୟମ ସାଜିଛି ।
ତେବେ ସେପ୍ଟେମ୍ବର ୬ରେ ଅଧୁରା ରହିଯାଇଥିଲା ଭାରତର ସଫ୍ଟଲ୍ୟାଣ୍ଡିଂ ସ୍ୱପ୍ନ । ଅବତରଣର ଶେଷ ମୁହୂର୍ତ୍ତରେ ଠିକ୍ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ୨ କିଲୋମିଟର ପୂର୍ବରୁ ନିର୍ଦ୍ଧାରିତ ଗତିପଥରୁ ବିଚ୍ୟୁତ ହୋଇ କ୍ରାଶ୍ ଲ୍ୟାଣ୍ଡ୍ କରିଥିଲା ଲ୍ୟାଣ୍ଡର ବିକ୍ରମ । ସଫଳତା ହାତରେ ଲାଗିଲାନି ସିନା, ହେଲେ ଇସ୍ରୋକୁ ଦ୍ୱିତୀୟ ମୁନ୍ ମିଶନରୁ ମିଳିଲା ବଡ଼ ଉପଲବ୍ଧି । ବିଫଳତାରୁ ଶିଖି ପୁଣି ଅଣ୍ଟା ସଳଖି ଛିଡ଼ା ହେଲେ ଭାରତୀୟ ମହାକାଶ ବିଜ୍ଞାନୀମାନେ ।