• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତ ପାଇଁ ଦୁଃଖଦ ଖବର । ଇସ୍ରୋକୁ ନେଇ ଗର୍ବ କରୁଥିବା ଭାରତ ଆଜି ଜଣେ ବୈଜ୍ଞାନିକଙ୍କୁ ହରାଇଛି । ISROର ଲଞ୍ଚିଂ ବେଳେ ସମୟର କାଉଣ୍ଟଡାଉନ୍ ଦେଉଥିବା ବୈଜ୍ଞାନିକ ଏନ୍‌. ଭାଲରମଥିଙ୍କ ପରଲୋକ ହୋଇଛି । ଶନିବାର ଦିନ ସଂଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବୈଜ୍ଞାନିକ ଏନ୍‌. ଭାଲରମଥିଙ୍କ ହୃଦଘାତରେ ପରଲୋକ ହୋଇଛି । ସେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ବୈଜ୍ଞାନିକ ଭାବେ ଇସ୍ରୋରେ ଏନ୍‌. ଭାଲରମଥି କାର୍ଯ୍ୟରତ ଥିଲେ । ଜୁଲାଇ-୧୪ରେ ପରୀକ୍ଷଣ କରାଯାଇଥିବା ଚନ୍ଦ୍ରୟାନ-୩ରେ ଥିଲା ତାଙ୍କର ବିଶେଷ ଭୂମିକା । ଚନ୍ଦ୍ରୟାନ-୩ର ଲଞ୍ଚିଂ ସମୟରେ ସେ ଗଣନା ମଧ୍ୟ କରିଥିଲେ ।

ତାଙ୍କ ଦେହାନ୍ତ ଖବର ପାଇ ଇସ୍ରୋରେ ଶୋକର ଛାୟା ଖେଳିଯାଇଛି । ଏନ୍‌. ଭାଲରମଥିଙ୍କ ପରଲୋକରେ ସମବେଦନା ଜଣାଇଛନ୍ତି ISROର ପୂର୍ବତନ ନିର୍ଦ୍ଦେଶକ ଡଃ. ପି.ଭି ଭେଙ୍କଟକ୍ରିଷ୍ଣା । ସେ ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି, ଏନ୍‌. ଭାଲରମଥିଙ୍କ ଏହା ଏକ ଅପ୍ରତ୍ୟାଶିତ ମୃତ୍ୟୁ । ଏହା ଜାଣି ମୁଁ ଦୁଃଖିତ । ସେ ଚନ୍ଦ୍ରୟାନ-୩ରେ ସେ ଅନ୍ତିମ ଗଣନା କରିଥିଲେ ।

କିଏ ଏହି ଏନ୍‌. ଭାଲରମଥି ?

ଏନ୍‌. ଭାଲରମଥି ଜୁଲାଇ ୩୧ ତାରିଖ ୧୯୫୯ ମସିହାରେ ଇସ୍ରୋରେ ସାମିଲ ହୋଇଥିଲେ । ତା’ ପରେ ପରେ ଇସ୍ରୋର ଅନେକ ମିଶନରେ ସେ କାର୍ଯ୍ୟ କରିଛନ୍ତି । ଖାଲି ସେତିକି ନୁହେଁ, RISAT-1ର ପ୍ରୋଜେକ୍ଟ ନିର୍ଦ୍ଦେଶକ ଥିଲେ ଏନ୍‌. ଭାଲରମଥି ।

୨୦୧୨ ଏପ୍ରିଲରେ ସଫଳତାର ସହ ଲଞ୍ଚ ହୋଇଥିଲା RISAT-1 । ଏହାପରେ ସେ ଆହୁରି ଇସ୍ରୋର ବଡ଼ ବଡ଼ କାର୍ଯ୍ୟରେ ସାମିଲ ହୋଇଥିଲେ । ୨୦୧୫ରେ ସ୍ୱାଧୀନତା ଦିବସରେ, ପୂର୍ବତନ ରାଷ୍ଟ୍ରପତି ଡଃ. ଏପିଜେ ଅବଦୁଲ କଲାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାମିଲନାଡୁ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ମାନଜନକ ଅବଦୁଲ କଲାମ ପୁରସ୍କାର ପାଇଥିଲେ ।

ଯାହାକି ତାଙ୍କ ପାଇଁ ଥିଲା ପ୍ରଥମ ପୁରସ୍କାର । ଖାଲି ଏତିକି ଯେ ତାହାନୁହେଁ, ତାଙ୍କୁ ଏହି ପୁରସ୍କାର 'ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ' ନାମରେ ପରିଚିତ କରିଥିଲା ।