• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଟକିଲା ଗଗନୟାନ ମିଶନ । ଉତ୍‌କ୍ଷେପଣର ୫ ସେକେଣ୍ଡ ପୂର୍ବରୁ ଗଗନୟାନ ମିଶନକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ କେବେ ଉତ୍‌କ୍ଷେପଣ ହେବ ତାହା ସ୍ଥିର କରାଯିବ ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ପୂର୍ବାହ୍ନ ୮ଟା୩୦ରେ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଉତ୍‌କ୍ଷେପଣ କରାଯିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ବୈଷୟିକ କାରଣରୁ ସ୍ଥଗିତ ରଖାଗଲା ପରୀକ୍ଷଣ `

କଣ ଏହି ମିଶନ ଗଗନୟାନ ?

ସୂଚନା ଅନୁସାରେ, ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅନ୍ତରୀକ୍ଷରେ ୩ଦିନ ରହି ପୃଥିବୀକୁ ଫେରିବେ ମହାକାଶଚାରୀ । ଭୂପୃଷ୍ଠରୁ ୪ଶହ କିଲୋମିଟର ଉପରକୁ ଯାଇ ସେଠାରେ ରହିବେ ୩ଜଣ ଭାରତୀୟ । ପୃଥିବୀ ଚାରିପଟେ ୩ ଦିନ ଘୁରି ବୁଲିବେ ୩ ଜଣ ଭାରତୀୟ ମହାକାଶଚାରୀ । ମିଶନ ଗଗନୟାନ ପାଇଁ ବ୍ୟବହାର ହେବ HLVM3 ରକେଟ୍ । ଏହା ହେଉଛି ଇସ୍ରୋର ବାହୁବଳୀ ରକେଟ୍ ’ଲଞ୍ଚ ଭେହିକିଲ୍ ମାର୍କ-ଥ୍ରୀ’ର ମାନବ ପ୍ରେରଣ ପାଇଁ ଉପଯୋଗୀ ଭର୍ସନ।

ରୁଷିଆରେ ମହାକାଶ ଅଭିଯାନ ପାଇଁ ଟ୍ରେନିଂ ନେଇଛନ୍ତି ୪ ଭାରତୀୟ । ଅଧିକ ପ୍ରଶିକ୍ଷଣ ପାଇଁ ବେଙ୍ଗଳୁରୁରେ ହୋଇଛି ଅତ୍ୟାଧୁନିକ ବ୍ୟବସ୍ଥା । ବହୁ ପରୀକ୍ଷଣ ପରେ ମିଶନ ଗଗନୟାନର ପ୍ରଥମ ପର୍ଯ୍ୟାୟରେ ପଠାଯିବ ମାନବବିହୀନ ମହାକାଶଯାନ । ମଣିଷ ପଠାଇବା ପୂର୍ବରୁ ଗଗନଯାନରେ ଯିବ ରୋବଟ୍ ’ବ୍ୟୋମମିତ୍ର’ । ସବୁ ପରୀକ୍ଷଣ ସଫଳ ହେଲେ ଅନ୍ତରୀକ୍ଷ ଯିବେ ଭାରତୀୟ ମହାକାଶଚାରୀ । ଗଗନଯାନ ଲକ୍ଷ୍ୟ ପୂରଣ ପାଇଁ ଖର୍ଚ୍ଚ ହେବ ୯ହଜାର ୨୩ କୋଟି ଟଙ୍କା ।...