• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୧୪ ବର୍ଷ ବୟସରେ କୋଟିପତି । ଉଚ୍ଚ ବେତନ ଚାକିରିକୁ ହାତଛଡ଼ା କରି ୨୫୧ ଟଙ୍କାରେ ବ୍ୟବସାୟ ଆରମ୍ଭ କଲେ ଜଣେ ନାବାଳକ । ଆଜି ମାସକୁ କୋଟି କୋଟି ଟଙ୍କା ରୋଜଗାର ସାଙ୍ଗକୁ ପାଖରେ ରହିଛି ଦାମୀ ଗାଡ଼ି । ମଧ୍ୟପ୍ରଦେଶର ଏକ ବ୍ରାହ୍ମଣ ପରିବାରରୁ ଆସିଥିବା ୧୪ ବର୍ଷୀୟ ବାଳକ କହ୍ନେୟା ଶର୍ମା ଆଜି ଦେଶବାସୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ବର୍ତ୍ତମାନ ଯୁଗରେ ବାପାମାଆ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ କହ୍ନେୟା ଶର୍ମା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ମାତ୍ର ୧୪ ବର୍ଷ ବୟସରେ ଏକ ସଫ୍ଟୱେୟାର ତିଆରି କରି ତାକୁ ଏକ ନିର୍ମାଣକାରୀ କମ୍ପାନୀକୁ ୫୦ ହଜାର ଟଙ୍କାରେ ବିକ୍ରି କରିଥିଲେ କହ୍ନେୟା ।

ଅଧିକ ପଢ଼ନ୍ତୁ: BBA ପାଠ ଛାଡ଼ି ଚା’ ବିକିଲେ; ଏବେ କୋଟିପତି

ବାସ୍ତବରେ କହ୍ନେୟା ଇନ୍ଦୋରର ସାରଫା ବିଦ୍ୟା ନିକେତନ୍‌ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପାଠପଢୁଥିବା ବେଳେ ସ୍କୁଲ୍‌ର ନିର୍ମାଣ କାର୍ଯ୍ୟ ଚାଲିଥିଲା । ସ୍କୁଲ୍‌ ନିର୍ମାଣ କାମରେ ଲାଗିଥିବା ଶ୍ରମିକ ବହୁଦୂରରୁ ବାଲି ଗୋଡ଼ି ବୋହୁଥିବାର ଦେଖି କହ୍ନେୟା ଏହାର ସମାଧାନର ବାଟ କାଡ଼ିବାକୁ ଚିନ୍ତା କଲେ । କିପରି ଏହି କାର୍ଯ୍ୟ ସହଜ ହୋଇପାରିବ ସେନେଇ ଚେଷ୍ଟା ଚଳାଇଲେ । ୩୦ ଦିନ ମଧ୍ୟରେ ସେ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କଲେ, ଯାହାକୁ ସେ ୫୦ ହଜାର ଟଙ୍କାରେ ଏକ ଠିକା ସଂସ୍ଥାକୁ ବିକ୍ରି କରିଥିଲେ । ଯାହା ଦ୍ୱାରା ଅନେକ ଶ୍ରମିକ ଲାଭବାନ ହେଲେ । ଏବେ ପର୍ଯ୍ୟନ୍ତ ସେହି କମ୍ପାନି ସମାନ ସଫ୍ଟୱେୟାରକୁ ନେଇ ନିର୍ମାଣ କାର୍ଯ୍ୟ ପରିଚାଳନା କରୁଛି ।

କହ୍ନେୟା କହିଛନ୍ତି ଯେ, ସେ ଷଷ୍ଠ କିମ୍ବା ସପ୍ତମ ଶ୍ରେଣୀରେ ପାଠପଢୁଥିବା ଦିନରୁ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ସହିତ ଜଡ଼ିତ ରହିଥିଲେ । ସପ୍ତମ ଶ୍ରେଣୀରେ ଏକ ଅନଲାଇନ୍ ସାର୍ଟିଫିକେଟ୍ ପାଇଁ ଏକ ପରୀକ୍ଷା ଦେଇଥିଲେ, ଯେଉଁଥିରେ ସେ ବିଫଳ ହୋଇଥିଲେ । ଯାହାକୁ ନେଇ ସେ ବେଶ୍‌ ଦୁଃଖିତ ଥିଲେ । ସେ ଦୁଃଖିତ ଥିବା ଦେଖି ବାପା ତାଙ୍କୁ ୨୫୧ ଟଙ୍କା ଖର୍ଚ୍ଚ କରିବାକୁ ଦେଇଥିଲେ । ସେହି ୨୫୧ ଟଙ୍କାକୁ ନେଇ ସେ ବ୍ୟବସାୟ ଆରମ୍ଭ କରିଥିଲେ । ଯେଉଁ ବ୍ୟବସାୟ ଆଜି କୋଟି କୋଟି ଟଙ୍କାରେ ପହଞ୍ଚିଛି ।

କହ୍ନେୟା ଆହୁରି କହିଛନ୍ତି ଯେ, ସେ ସ୍କୁଲ୍‌ରେ ପାଠପଢୁଥିବା ବେଳେ ତାଙ୍କ ଘରେ ଗୋଟିଏ ସାଇକେଲ୍‌ ଛଡ଼ା କିଛି ବି ନଥିଲା । ଏବେ କିନ୍ତୁ ତାଙ୍କ ଘରେ ୫ରୁ ୬ଟି ଦାମୀ ଗାଡ଼ି ମଧ୍ୟ ରହିଛି । ବର୍ତ୍ତମାନ କହ୍ନେୟା ଦେଶର ପ୍ରାୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଜଡିତ ରହିଛନ୍ତି । ଯେଉଁଠି ସେ ଅଧିକାରୀ ଏବଂ ଛାତ୍ରମାନଙ୍କୁ ତାଲିମ ଦିଅନ୍ତି ।

ଦେଶର ଅନେକ ବଡ଼ ଅନୁଷ୍ଠାନ ତାଙ୍କୁ ନିଜ ସଂସ୍ଥାରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ବାର୍ଷିକ ୨.୫ କୋଟି ପ୍ୟାକେଜ୍‌କୁ ପ୍ରତ୍ୟାଖ୍ୟାନ୍‌ କରି ସେ IT କ୍ଷେତ୍ରରେ କାମ ଚଳାଇଛନ୍ତି । ତାଙ୍କ ଲିଙ୍କ୍ଡଇନ୍‌ ପ୍ରୋଫାଇଲ୍ ଅନୁଯାୟୀ କହ୍ନେୟା ଶର୍ମା ବର୍ତ୍ତମାନ Wappgo ଏବଂ Legal251 ର ପ୍ରତିଷ୍ଠାତା ତଥା ସିଇଓ(CEO) ଅଛନ୍ତି ।