• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସମସ୍ତଙ୍କୁ ନିଜ ଜୀବନରେ କିଛି ନା କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡେ। କିଛି ଲୋକ ଅଛନ୍ତି ଯେଉଁମାନେ ଏହା ସାମ୍ନାରେ ହାତ ଟେକି ଦିଅନ୍ତି। କିନ୍ତୁ ଅନେକ ଲୋକ ସମସ୍ତ ଅସୁବିଧାର ସମ୍ମୁଖୀନ ହୋଇ ଆଗକୁ ବଢନ୍ତି। କଠିନ ପରିଶ୍ରମର ଫଳ ସବୁବେଳେ ମିଠା ହେବା ନ୍ୟାୟରେ ସେମାନେ ଏକ ସୁନ୍ଦର ଭବିଷ୍ୟତ ଗଢିପାରନ୍ତି।

ଏବେ ନୋଏଡାର ଜଣେ ମାଆର କାହାଣୀ ସାମ୍ନାକୁ ଆସିଛି। ତାଙ୍କ ସାମ୍ନାରେ ଦୁଃଖର ପାହାଡ ଠିଆ ହୋଇଥିଲେ ବି ସେ ତାଙ୍କ ସାହସ ହରାଇ ନଥିଲେ। ଆଜି ସେ ଘର ଚଳାଇବା ପାଇଁ ନିଜ ପିଲାକୁ କୋଳରେ ଧରି ଇ-ରିକ୍ସା ଚଳଉଛନ୍ତି।

ଏହା ହେଉଛି ଉତ୍ତରପ୍ରଦେଶର ଚଞ୍ଚଲ ଶର୍ମାଙ୍କ କାହାଣୀ। ସେ ଗୌତମ ବୁଦ୍ଧନଗର ଜିଲ୍ଲା ନୋଏଡା ରାସ୍ତାରେ ନିଜର ଏକ ବର୍ଷର ପିଲାକୁ ଧରି ଏକ ଇ-ରିକ୍ସା ଚଳାନ୍ତି। ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଖୋଡା କଲୋନୀରେ ତାଙ୍କ ମା’ଙ୍କ ସହ ରୁହନ୍ତି। ତାଙ୍କ ମା’ ପନିପରିବା ବିକ୍ରି କରିବାକୁ ପଳଉଥିବାରୁ ପିଲାଟିର ଯତ୍ନ ନେବାକୁ କେହି ନାହାଁନ୍ତି। ଏହି କାରଣରୁ ଯେତେବେଳେ ସେ ଏକ ରିକ୍ସା ଚଳାଇବାକୁ ଯାଆନ୍ତି, ସେତେବେଳେ ସେ ତାଙ୍କ ପୁଅକୁ ସାଙ୍ଗରେ ନେଇଯାଆନ୍ତି।

ଚଞ୍ଚଲଙ୍କ କୁହନ୍ତି ଯେ ଚ୍ୟାଲେଞ୍ଜ ନେବା ସହଜ ନୁହେଁ। କିନ୍ତୁ ଘର ଚଳାଇବା ପାଇଁ ତାଙ୍କୁ ଏମିତୋ କରିବାକୁ ପଡୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ସେ ପିଲାଟିକୁ ନିଜ ମା’ କିମ୍ବା ଭଉଣୀ ପାଖରେ ଛାଡି ଦେଉଥିଲେ। ଏହା କିନ୍ତୁ ସବୁବେଳେ ସମ୍ଭବ ନୁହେଁ। ବର୍ତ୍ତମାନ ସେ ମାସକୁ ମାତ୍ର ୨-୩ ଦିନ ପିଲାକୁ ତାଙ୍କ ପାଖରେ ଛାଡୁଛନ୍ତି। ସେ ଗ୍ରୀଷ୍ମ ଋତୁରେ ନୋଏଡା ରାସ୍ତାରେ ଗାଡି ଚଳାଇବା କଥା ମଧ୍ୟ ମନେ ପକେଇଛନ୍ତି ଆଉ କହିଛନ୍ତି ଅନ୍ୟ କୌଣସି ବିକଳ୍ପ ନଥିଲା।

ଚଞ୍ଚଲ କହିଛନ୍ତି ଯେ ସେ ଦିନକୁ ୬୦୦-୭୦୦ ଟଙ୍କା ରୋଜଗାର କରନ୍ତି। ଏହି ରୋଜଗାରର ତାଙ୍କୁ ପ୍ରାୟ ଅଧା ଇ-ରିକ୍ସା କିଣିବା ପାଇଁ ନିଆଯାଇଥିବା ଋଣ ପରିଶୋଧ କରିବାକୁ ପଡେ। ସେ କୁହନ୍ତି ଯେ ପିଲା ପାଇଁ ସବୁବେଳେ କ୍ଷୀରର ଏକ ବୋତଲ ପାଖରେ ରଖିବାକୁ ହୁଏ। ସେ ସେକ୍ଟର ୬୨ରେ ଥିବା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ ଏବଂ ସେକ୍ଟର ୫୯ରେ ଲେବର ଚକ୍ ମଧ୍ୟରେ ନିଜର ଇ-ରିକ୍ସା ଚଳାନ୍ତି।