• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଲିଉଡର ଏବେ ଧମାକା କରିଥିବା ବ୍ଲକ୍ ବ୍ଲଷ୍ଟର ଫିଲ୍ମ ଗଦର ନେଇ ସାରା ଦେଶରେ ଚହଳ ପକାଇଛି । ବକ୍ସ ଅଫିସରେ ସବୁଠୁ କମ୍ ଦିନରେ ୩୦୦ କୋଟି ଟଙ୍କାର ବେପାର ହେଲାଣି । ଲଗାତର ୬ ଦିନ ଯାକ ପ୍ରତିଦିନ ୩୦ କୋଟିରୁ ଅଧିକ ଆୟ । ଆଶା କରାଯାଉଛି ଅଳ୍ପ ଦିନ ଭିତରେ ଏହା ୫ ଶହ କୋଟି କ୍ଲବରେ ସାମିଲ ହେବ । ଆପଣ ଜାଣନ୍ତି, ଏହି ଫିଲ୍ମର ସଫଳତା ପଛରେ ଜଣେ ଓଡ଼ିଆ ପୁଅର ବି ହାତ ଅଛି । ଆସନ୍ତୁ ଜାଣିବା ସେ କିଏ, ଫିଲ୍ମରେ କଣ କରିଛନ୍ତି ।

ଫିଲ୍ମର ଯେଉଁ ଧୁମ୍ ଧମାକା ଆକ୍ସନ ସିନ୍, ଭାବନ୍ତୁ ତ ସେଥିରେ କିଛି ସାଉଣ୍ଡ ନ ଥାନ୍ତା । ପୂରା ନିଶବ୍ଦ ଥାନ୍ତା ତ କେମିତି ଲାଗନ୍ତା । ଏକଥା ନିଶ୍ଚିତ ଯେ, ଆଦୌ ଭଲ ଲାଗନ୍ତା ନାହିଁ । ସାଉଣ୍ଡ ହିଁ ଫିଲ୍ମର ସିନ୍‌କୁ ଏତେ ଜୀବନ୍ତ କରୁଛି ଯେ, ତାହା ଆମକୁ ସତସତିକା ଲାଗୁଛି । ସୂକ୍ଷ୍ମରୁ ଆହୁରି ସୂକ୍ଷ୍ମ ଶବ୍ଦ ପାଇଁ ଦର୍ଶକ ଅଲଗା ଦୁନିଆକୁ ଚାଲି ଯାଆନ୍ତି, ଫିଲ୍ମଟି ସେମାନଙ୍କୁ ସତସତିକା ପରି ଲାଗେ ।

ଫିଲ୍ମ ସୁଟିଂ ପରେ ପୋଷ୍ଟ ପ୍ରଡକସନରେ ଏହି ସାଉଣ୍ଡ ସୃଷ୍ଟି କରାଯାଇଥାଏ ଏବଂ ଏହା ପଛରେ ଥିବା କଳାକାରଙ୍କୁ କୁହାଯାଏ ଫଲି ଆର୍ଟିଷ୍ଟ । କହିବାକୁ ଗଲେ ଫିଲ୍ମକୁ ଜୀବନ୍ୟାସ ଦେଇଥାନ୍ତି ଫଲି ଆର୍ଟିଷ୍ଟ । ଏବେ ବକ୍ସ ଅଫିସରେ ଧମାକା କରିଥିବା ବ୍ଲକ ବ୍ଲଷ୍ଟର ଫିଲ୍ମ ‘ଗଦର ୨’ ରେ ଫଲି ଆର୍ଟିଷ୍ଟ ଭାବେ କାମ କରି ବହୁତ ପ୍ରଶଂସା ସାଉଣ୍ଟିଛନ୍ତି ଦାରିଂବାଡ଼ିର ବରୁଣ ବିଶୋୟୀ ।

ବଲିଉଡରେ ପ୍ରାୟ ୨୦ ବର୍ଷ ହେଲା ଫଲି ଆର୍ଟିଷ୍ଟ ଭାବେ କାମ କରୁଛନ୍ତି ବରୁଣ । ବାଜିରାଓ ମସ୍ତାନି, ପିକେ, ଥ୍ରି ଇଡିୟଟ୍ସ, ଭାଗ୍ ମିଲଖା ଭାଗ୍, ଉରି, ଡନ୍ ଟୁ, ରୁସ୍ତମ, ପଦ୍ମାବତ୍, ଟୟଲେଟ୍ ପରି ଫିଲ୍ମରେ ସେ କାମ କରିଛନ୍ତି । ଦାରିଂବାଡ଼ିରୁ ମାୟାନଗରି ମୁମ୍ବାଇ ଯାତ୍ରା କିନ୍ତୁ ଏତେ ସହଜ ନ ଥିଲା । ନିଜ ସ୍ୱପ୍ନ ପୂରଣ ପାଇଁ ସେ ମୁମ୍ବାଇ ଯାଇ ପ୍ରଥମେ ଆରାଧନା ଷ୍ଟୁଡିଓରେ କ୍ୟାଣ୍ଟିନ ବୟ ଭାବେ କାମ କରିଥିଲେ । ସେଠାରୁ ଆରମ୍ଭ ହୋଇଥିଲା ବରୁଣଙ୍କ ଫଲି ଆର୍ଟିଷ୍ଟର ଯାତ୍ରା । ଏବେ ନିଜର ଏକ ଷ୍ଟୁଡିଓ କରିଛନ୍ତି ବରୁଣ । ସେହି ଷ୍ଟୁଡିଓରେ ଲେଖା ହେଉଛି ଅନେକ ବ୍ଲକ୍ ବ୍ଲଷ୍ଟର ଫିଲ୍ମର ସଫଳତାର କାହାଣୀ ।

  • Reported by:
  • Ajit Kumar Nayak