• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖବରକାଗଜ ବିକ୍ରେତାଙ୍କ ପୁଅ ପାଇଲେ ନିଟ୍ । ଗରିବ ବାପାର ସ୍ୱପ୍ନ ସାକାର କଲା ପରିଶ୍ରମୀ ପୁଅ । ପ୍ରତିକୂଳ ପରିସ୍ଥିତିରେ ପାଠପଢ଼ି ଆଜି ସଫଳତା ହାସଲ କରିଛନ୍ତି । ଢେଙ୍କାନାଳ ସହରର ପଦ୍ମବଜାର ଅଞ୍ଚଳର ସୁଶାନ୍ତ କୁମାର ସାହୁଙ୍କ ପୁଅ ଦିପ୍ତୀରଞ୍ଜନ ସାହୁ ଅଲ୍ ଇଣ୍ଡିଆ ନିଟ୍ ପରୀକ୍ଷାରେ ୭୨୦ ନମ୍ବରରୁ ୬୫୦ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ପୁଅ ସଫଳତା ପାଇବା ପରେ ଗରିବ ବାପାମା’ଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି ।

ଢେଙ୍କାନାଳ ସହରର ପଦ୍ମବଜାର ଅଞ୍ଚଳର ସୁଶାନ୍ତ କୁମାର ସାହୁଙ୍କ ପୁଅ ଦିପ୍ତୀରଞ୍ଜନ ସାହୁ । ବାପା ଜଣେ ଖବରକାଗଜ ବିତରକ ଓ ମାଆ ଜଣେ ଗୃହିଣୀ । ପୁଅକୁ ଡାକ୍ତର କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ତାଙ୍କ ବାପା । ଖବର କାଗଜ ବିତରକ ଭାବରେ କାମ କରୁଥିଲେ ବି ପୁଅକୁ ମଣିଷ କରିବା ପାଇଁ କୌଣସି ପ୍ରକାରର ସୁଯୋଗ ହାତ ଛଡା କରି ନଥିଲେ । ଏବେ ପୁଅ ନିଟ୍ ପାଇବା ପରେ ବାପା ସୁଶାନ୍ତ ଓ ମାଆ ପ୍ରେମଲତାଙ୍କର ସ୍ୱପ୍ନ ସାକାର ହୋଇଛି । ଖୁସିରେ ଆଖିରୁ ଲୁହ ଝରିପଡୁଛି । ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ ।

ଦିପ୍ତୀ ରଞ୍ଜନ ଅଲ୍‌ ଇଣ୍ଡିଆ ନିଟ୍ ପରୀକ୍ଷାରେ ୭୨୦ ନମ୍ବରରୁ ୬୫୦ ନମ୍ବର ରଖିଛନ୍ତି ,ଅଲ୍‌ ଇଣ୍ଡିଆସ୍ତରରେ ତାଙ୍କର ରହିଛି ୪୫୧୩ ରାଙ୍କ୍‌ । ଦୃଢ ଇଚ୍ଛାଶକ୍ତି ଆଗରେ ସମସ୍ତ ବାଧାବିଘ୍ନ ଯେ ହାର୍ ମାନିଯାଏ ଏକଥାକୁ ସେ ପ୍ରମାଣିତ କରିଛନ୍ତି । ନିଟ୍ ପାଇବା ପାଇଁ ଦିପ୍ତୀ ରଞ୍ଜନ ପିଲାବେଳୁ ସ୍ଵପ୍ନ ଦେଖୁଥିଲେ । ଆଉ ଏଥିପାଇଁ ଦିନରାତି ଏକ କରି ପରିଶ୍ରମ ବି କରୁଥିଲେ ବୋଲି ତାଙ୍କ ମାଆ ବାପା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଅନ୍ୟପଟେ ଏମବିବିଏସ୍‌ ପଢିବା ପରେ ନ୍ୟୁରୋସର୍ଜନ ହେବା ପାଇଁ ଆଶାବାଦୀ ଅଛନ୍ତି ଦିପ୍ତୀରଞ୍ଜନ । ଏଥିପାଇଁ ଅନ୍ୟ କୌଣସି ଆଡେ ଧ୍ୟାନ ନଦେଇ ଦିନକୁ ୧୫ ରୁ ୧୬ ଘଣ୍ଟା ପାଠ ପଢୁଥିଲେ ବୋଲି କହିଛନ୍ତି ଦିପ୍ତୀରଞ୍ଜନ ।