• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନେ ରେଷ୍ଟୁରାଣ୍ଟରେ ୱେଟର ଭାବେ କାମ କରୁଥିଲେ । ଆଜି ଗଣ୍ଡା ଗଣ୍ଡା ରେଷ୍ଟୁରାଣ୍ଟର ମାଲିକ । ଦିନ ଥିଲା ସେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ୱେଟର ଭାବେ କାମ କରୁଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ତ ମିଳୁଥିଲା କିନ୍ତୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେବା ସହ ଆଗକୁ ବଢ଼ିବାର ଇଚ୍ଛାଶକ୍ତି ମରିଯାଉଥିଲା । ତେଣୁ ସେ ୱେଟର ହେବା ସହ ବିଭିନ୍ନ ସ୍ଥାନରେ ଛୋଟ ମୋଟ କାମ କରିବାକୁ ଲାଗିଲେ । ଖାଲି ସେତିକି ନୁହେଁ, ୮ ବର୍ଷ ମଧ୍ୟରେ ପାଖାପାଖି ୭ରୁ ୮ଟି ଏଭଳି ଚାକିରି ସେ ପରିବର୍ତ୍ତନ କରିଛନ୍ତି ।

ଶେଷରେ ସେ ରାସ୍ତାକଡ଼ରେ ପୁରନପାଲି କରି ଲୋକଙ୍କୁ ଖାଇବାକୁ ଦେଲେ । ଆଉ ସେଥିରେ ଭଲ ଦୁଇ ପଇସା ରୋଜଗାର ହେଲା । ଧିରେ ଧିରେ ତାଙ୍କ ହାତ ରନ୍ଧା ପୁରନପାଲି ଲୋକଙ୍କୁ ସ୍ୱାଦିଷ୍ଟ ଲାଗିଲା । ଲୋକମାନେ ଦୁରଦୂରାନ୍ତରୁ ତାଙ୍କର ପୁରନପାଲି ଖାଇବା ପାଇଁ ଭିଡ଼ ଜମାଇଲେ । ଏହାପରେ ସେ ଚିନ୍ତା କଲେ ତାଙ୍କର ବ୍ୟବସାୟକୁ ବଡ଼ କରିବା ପାଇଁ, ଯେଉଁଥିପାଇଁ ସେ ଏକ ଦୋକାନ କିଣିଲେ । ସେଥିରେ ବି ଯେତେବଳେ ଭଲ ବ୍ୟବସାୟ ହେବାକୁ ଲାଗିଲା, ପରେ ଧିରେ ଧିରେ ବିଭିନ୍ନ ସ୍ଥାନରେ ‘ପୁରନପାଲି ଘର’ ନାଁରେ ଦୋକାନ ଖୋଲିଲେ । ବିଭିନ୍ନ ସ୍ଥାନରେ ଦୋକାନ ଖୋଲିବା ସହ ରାଜ୍ୟ ବାହାରେ ମଧ୍ୟ ବ୍ୟବସାୟକୁ ବଢ଼ାଇଲେ । ଏବେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ତାଙ୍କର ‘ଭାଷ୍କରଙ୍କ ପୁରନପାଲି ଘର’ ନାଁରେ ଏକାଧିକ ଦୋକାନ ରହିଛି । 

ଅଧିକ ପଢ଼ନ୍ତୁ: ଦିନେ ମୋଟାପଣ ପାଇଁ କରାଯାଇଥିଲା ବାରଣ; ଏବେ ସବୁଠୁ ଲୋକପ୍ରିୟ କପିଲ୍ ଶର୍ମା

ତେବେ ଆପଣ ଭାବୁଥିବେ ଆମେ ହଠାତ୍‌ ଏକଥା କାହିଁକି କହିଲୁ। ଏହି ବ୍ୟକ୍ତି ଜଣଙ୍କ କିଏ ? ତାଙ୍କ ବିଷୟରେ ଆମେ ଏତେ ଚର୍ଚ୍ଚା କାହିଁକି କରୁଛୁ । ଏହା ପଛରେ ମୁଖ୍ୟ କାରଣ ହେଲା, ସୋସିଆଲ ମିଡିଆ ରେ ହେଉ କିମ୍ବା ଓଟିଟି ପ୍ଲାଟ୍‌ଫର୍ମରେ ଖୁବ୍‌ ଚର୍ଚ୍ଚା ସାଉଁଟିଥିବା କାର୍ଯ୍ୟକ୍ରମ ‘ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆ ସିଜିନ୍ ୨’କୁ ଆସିଥିଲେ ‘ପୁରନପାଲି ଘର’ର ମାଲିକ ଭାଷ୍କର କେ ଆର । ସେଠାରେ ସେ ୧ ପ୍ରତିଶତ ଇକ୍ୟୁଟି ପାଇଁ ୭୫ ଲକ୍ଷ ଟଙ୍କା ଚାହିଁଥିଲେ । ସାର୍କ ଟ୍ୟାଙ୍କ ପାଖରୁ ଏହି ଟଙ୍କା ନେଇ, ସେ ନିଜର ବ୍ୟବସାୟକୁ ଆହୁରି ବଡ଼ କରିବେ ବୋଲି ଆଶା ରଖିଛନ୍ତି । ସାରା ଦେଶରେ ତାଙ୍କର ‘ପୁରନପାଲି ଘର’ କାଉଣ୍ଟର ଖୋଲିବେ ବୋଲି ସେ ଆଶା ରଖିଛନ୍ତି ।

ତେବେ ସାର୍କ ଟ୍ୟାଙ୍କ ସମ୍ମୁଖରେ ଯେତେବେଳେ କର୍ଣ୍ଣାଟକର ଏହି କେଆର୍ ଭାଷ୍କର ନିଜର ଯାତ୍ରା ସମ୍ବନ୍ଧରେ କହିଲେ, ସେତେବେଳେ ସାର୍କ ଟ୍ୟାଙ୍କ ବି ଚମକି ପଡ଼ିଲେ । ସେ କହିଲେ ‘ଏବେ ତ ଆପଣଙ୍କ ବ୍ୟବସାୟ ଖୁବ୍‌ ଲାଭ ଦାୟକ । ଆପଣଙ୍କୁ ଆମର ସାହାଯ୍ୟ ବିଲକୁଲ ଆବଶ୍ୟକ ହିଁ ନାହିଁ ।