Advertisment

ସଂଘର୍ଷରୁ ସଫଳତା: ବିନା କୋଚିଂରେ ଇଞ୍ଜିନିୟରରୁ IAS; ଫ୍ୟାନ୍‌ ବନିଲେ ବଲିଉଡ଼ ସୁପରଷ୍ଟାର...

ସଂଘର୍ଷରୁ ସଫଳତା କାହାଣୀ । ଯାହାଙ୍କ କାହାଣୀ ସମଗ୍ର ଭାରତ ବର୍ଷରେ ସୃଷ୍ଟି କରିଛି ଚର୍ଚ୍ଚା  । ଏମିତିରେ ବଲିଉଡ଼ ସୁପରଷ୍ଟାର ବି ପାଲିଟିଛନ୍ତି ତାଙ୍କ ଫ୍ୟାନ୍‌ । ତେବେ ଆସନ୍ତୁ ଜାଣିବା ତାଙ୍କ କାହାଣୀ...

author-image
Sujit kumar Swain
ଅଦ୍ୟତନ ହୋଇଛି
IAS Ashima Goyal

IAS Ashima Goyal

ସଂଘର୍ଷରୁ ସଫଳତା କାହାଣୀ । ଇଞ୍ଜିନିୟରିଂରୁ ଆଇଏଏସ୍  । ଯାହାଙ୍କ କାହାଣୀ ସମଗ୍ର ଭାରତ ବର୍ଷରେ ସୃଷ୍ଟି କରିଛି ଚର୍ଚ୍ଚା । ଏମିତିରେ ବଲିଉଡ଼ ସୁପରଷ୍ଟାର ବି ପାଲିଟିଛନ୍ତି ତାଙ୍କ ଫ୍ୟାନ୍‌ । ତେବେ ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପ୍ରାର୍ଥୀ ଆବେଦନ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ ପ୍ରାର୍ଥୀ ଏହି ପରୀକ୍ଷାରେ ସଫଳ ହୋଇ ଆଇଏଏସ୍ ଏବଂ ଆଇପିଏସ୍ ଭଳି ପଦବୀ ପାଇଥାନ୍ତି । ଆଜିର ସମୟରେ, IAS, IPS ଏବଂ IFS ଅଧିକାରୀଙ୍କ ସଫଳତାର କାହାଣୀ ଏତେ ପ୍ରେରଣାଦାୟକ ଯେ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କୁ ପ୍ରଶଂସା କରନ୍ତି ...ତେବେ ଆସନ୍ତୁ ଜାଣିବା ତାଙ୍କ କାହାଣୀ...
Advertisment

ବିଗ୍‌ ବି’ମଧ୍ୟ ତାଙ୍କ ଫ୍ୟାନ୍‌...

ଆଜି ଆମେ ଆପଣଙ୍କୁ ଏପରି ଏକ ବ୍ୟକ୍ତିତ୍ୱ ବିଷୟରେ କହିବୁ, ଆଇଏଏସ୍ ଆଶିମା ଗୋୟଲ, ଯାହାଙ୍କର ବଲିଉଡର ବିଗ୍‌ ବି’ ଅମିତାଭ ବଚ୍ଚନ ବି ତାଙ୍କ ଫ୍ୟାନ୍‌ । 

ଆରମ୍ଭରୁ ପାଠପଢାରେ ଟପ୍ପର...

ହରିୟାଣାର ବଲାଭଗଡ ସହରର ମୂଳ ବାସିନ୍ଦା ଆଶିମା ଗୋୟଲ ଉତ୍ତରପ୍ରଦେଶ କ୍ୟାଡରର ୨୦୨୦ ବ୍ୟାଚରୁ IAS ଭାବରେ କାର୍ଯ୍ୟ କରୁଛନ୍ତି । ଆଶିମା ପିଲାଦିନରୁ ଭଲ ପାଠ ପଢୁଥିଲେ । ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଥିଲେ । ଆଶିମାଙ୍କ ପିତା ଏକ ସାଇବର କାଫେ ଚଲାନ୍ତି ଏବଂ ତାଙ୍କ ମା’ ଜଣେ ଗୃହିଣୀ । ଯେତେବେଳେ କି, ତାଙ୍କ ବଡ଼ ଭଉଣୀ ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ।

Advertisment

ଆଇଏଏସ୍ ଆଶିମା ଗୋୟଲ

ଇଞ୍ଜିନିୟରିଂ ସହିତ UPSC ପାଇଁ କରୁଥିଲେ ପ୍ରସ୍ତୁତି...

ସ୍କୁଲ୍ ପରେ ଆଶିମା ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ରାସାୟନିକ ଇଞ୍ଜିନିୟରିଂରେ ସ୍ନାତକ ଓ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଅବଶ୍ୟ, ସେ ନିଜେ MTech ପାଠପଢା ସମୟରେ UPSC ପାଇଁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ନାତକୋତ୍ତର ପରେ ଆଶିମା ବେଙ୍ଗାଲୁରୁରେ ଏକ ଉଚ୍ଚ ବେତନ କର୍ପୋରେଟ୍ ଚାକିରି ପାଇଲେ, ତଥାପି ଚାକିରି ସହିତ ସେ UPSC ପାଇଁ ମଧ୍ୟ ପ୍ରସ୍ତୁତ କରୁଥିଲେ ।

ବିନା କୋଚିଂରେ ଦ୍ୱିତୀୟ ପ୍ରୟାସରେ IAS ମଧ୍ୟ ପାଇଲେ...

ଏଥି ସହିତ, ଆଶିମା ୨୦୧୮ରେ ପ୍ରଥମ ଥର ପାଇଁ UPSC ପରୀକ୍ଷା ଦେଇଥିଲେ, କିନ୍ତୁ ସେ ପ୍ରଥମ ପ୍ରୟାସରେ ସଫଳତା ପାଇନଥିଲେ । ତଥାପି, ସେ ହାର ମାନିନଥିଲେ ଏବଂ ପରୀକ୍ଷା ପ୍ରସ୍ତୁତି ଉପରେ ଧ୍ୟାନ ଦେବା ପାଇଁ ଚାକିରି ଛାଡିଥିଲେ । ଏହା ପରେ ଆଶିମା ବିନା କୋଚିଂରେ ପ୍ରସ୍ତୁତ ହୋଇ ଶେଷରେ UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଏବଂ ୨୦୧୯ରେ ଦ୍ୱିତୀୟ ପ୍ରୟାସରେ ଅଲ୍ ଇଣ୍ଡିଆ ୬୫ତମ ମାନ୍ୟତା ସହିତ IAS ହେଲେ ।

ବିଗ୍ ବି’ ପାଞ୍ଚ ସେକେଣ୍ଡରେ ଉତ୍ତରରେ ଫ୍ୟାନ୍‌ ହୋଇ ଯାଇଥିଲେ...

ଏହା ବ୍ୟତୀତ ସେ ପ୍ରସିଦ୍ଧ ହିନ୍ଦୀ ଟେଲିଭିଜନ ଶୋ ’ 'କୌନ ବନେଗା କରୋଡ଼ପତି ’ରୁ ଚର୍ଚ୍ଚାକୁ ଆସିଥିଲେ । ଯେଉଁଠାରେ ସେ ଅବିନାଭ ସିଂ ନାମକ ଜଣେ ପ୍ରତିଯୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଭିଡିଓ କଲ୍ ମାଧ୍ୟମରେ  ଶୋ’ରେ ଯୋଗ ଦେଇଥିଲେ । ସେ ମାତ୍ର ପାଞ୍ଚ ସେକେଣ୍ଡରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ, ଯେଉଁ କାରଣରୁ ବିଗ୍ ବି’ ପ୍ରଭାବିତ ହୋଇ ତାଙ୍କର ଫ୍ୟାନ୍‌ ହୋଇ ଯାଇଥିଲେ । ଅମିତାଭ ବଚ୍ଚନ ତାଙ୍କର ଅସାଧାରଣ ଜ୍ଞାନ ପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଥିଲେ ।

UPSC Inspiring Story IAS Officer Success Story
Advertisment
Advertisment