‘ପ୍ରଗମନ’ ଆପ୍ ଜରିଆରେ ଦଳୀୟ ଟିକଟ୍ ବାଣ୍ଟିଛି କଂଗ୍ରେସ । କଂଗ୍ରେସକୁ କେତେ ସଫଳତା ଦେବ ‘ପ୍ରଗମନ’ ଆପ୍, ବଢ଼ିଲା ଚର୍ଚ୍ଚା ।
ନିମାପଡାରେ ସମୀର ଦାଶଙ୍କ ଟିକେଟ କାଟ୍ ପରେ ସ୍ଥିତି ସଙ୍ଗୀନ । ବାଲିକୁଦା-ଏରସମା ଓ କାକଟପୁରରେ ବି ଅଙ୍କ ଅଛିଣ୍ଡା ।
ଟିକେଟ୍ ଲବିରେ ବହୁ ହେଭିୱେଟ୍ । କାହାକୁ ମ୍ୟାନେଜ୍ କରି କାହାକୁ ଛାଡ଼ିବେ ?
ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଗୌତମ ।
ସୋନପୁରରେ ସାଧାରଣ ସଭା, ଭୁବନେଶ୍ବରରେ ନିର୍ବାଚନୀ ସମୀକ୍ଷା । କଣ୍ଟାବାଞ୍ଜିରୁ ନବୀନ ଲଢୁଥିବାରୁ ଚେକ୍ ଦେବାକୁ ଚର୍ଚ୍ଚା ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିର ହେଭିୱେଟ ଅମିତ ଶାହ ପ୍ରଚାର କରିବେ ।
ନିର୍ବାଚନ ପାଖେଇବା ସହ ଜମିଲାଣି ପ୍ରଚାର । ରାଜ୍ୟରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ମଇଦାନରେ ଭୋଟ ହାତେଇବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଆରମ୍ଭ କରିଛନ୍ତି ।
ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।
ଜାଣିଶୁଣି କଂଗ୍ରେସକୁ ଦୁର୍ବଳ କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଭବନ ଗେଟ୍ରେ ତାଲା ପକାଇଛନ୍ତି ଯୁବ କଂଗ୍ରେସ କର୍ମୀ ।
ପ୍ରବୋଧଙ୍କ ଟିକେଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ। ଯେଉଁଥିପାଇଁ ଅପମାନ ହୋଇଥିବା ଦର୍ଶାଇ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।
ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି।
୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।
ମିଡିଆ ଓ ଅନ୍ୟ ବାଟ ଜରିଆରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା ବିଜେଡି। ଏବେ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ତାର ଫଳାଫଳ କଣ ହେବ, ତାହା ସମସ୍ତେ ଜାଣିଛନ୍ତି।
ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି ।
ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ ।
ବେଲଗୁଣ୍ଠା ବ୍ଲକ୍ ଉଢୁରା ଗାଁଟି ସୁରୋଡ଼ା ନିର୍ବାଚନମଣ୍ଡଳୀରେ ଯାଉଛି। ତେଣୁ ଶୁକ୍ରବାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ପ୍ରଚାର କରିବାକୁ ଯାଇଥିଲେ।
କଂଗ୍ରେସ ଏଥର ୯ରୁ ୯୦ ନା ଜିରୋ ହେବ ବୋଲି ସେ ସମର୍ଥକଙ୍କୁ ପଚାରୁଛନ୍ତି। ତେବେ ଏନେଇ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି, ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।
ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଯେଉଁଥିପାଇଁ ସୁରଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଟିକେଟ ଦେଇଥିଲା ତାହା ବି ସେତେଟା ସଫଳ ହେଲା ପରି ଲାଗୁନି। କାହିଁକି ନା, ସୁରଙ୍କୁ କଂଗ୍ରେସ ବାସନ୍ଦ କରିବା ପରେ, ତାଙ୍କ ପକେଟ୍ ଭୋଟ୍ ଏବେ ମନ୍ମଥଙ୍କ ପାଖକୁ ଯିବ ନା କଂଗ୍ରେସ ଖାତାକୁ ଯିବ, ତାକୁ ନେଇ ଚର୍ଚ୍ଚା।
ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଗତଥର ମଇଦାନରେ କଂଗ୍ରେସରୁ କେହି ନଥିଲେ। ଏଥର କିନ୍ତୁ ଜଣେ ଯୁବ ଚେହେରାଙ୍କୁ ଟିକେଟ୍ ଦେଇଛି ଦଳ ।
ସମାଜ କ’ଣ ‘ରାଜନୈତିକ ସମ୍ମୋହନ’ ଭିତରଦେଇ ଗତି କରୁଛି କି? କାରଣ ନିର୍ବାଚନୀ ଚରଣରେ ସାମାଜିକ, ଅର୍ଥନୈତିକ ଓ ନିରାପତ୍ତାକୁ ନେଇ ଯେଉଁ ଗମ୍ଭୀର ଉଦ୍ବେଗଜନକ ତଥ୍ୟ ଓ ପ୍ରସଙ୍ଗ ସବୁ ସାମ୍ନାକୁ ଆସିଛି ତାହା ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ଗଭୀର ଚିନ୍ତାରେ ପକାଇଛି।
ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।
ନୋଟାରେ ଭୋଟ୍ ଦେବାକୁ ଭୋଟରଙ୍କ ଚେତାବନୀ । ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି କହିଲା କଂଗ୍ରେସ ।
କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଭବନରେ ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ସିପ୍ରା ।