ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରଣଦୀପ ସୂର୍ଯୋୱାଲା ।
ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ।
ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।
ଲଗାତର ଷଷ୍ଠ ଥର ପାଇଁ ବିଜେଡି ଦଖଲରେ ପୁରୀ ଆସନ ଥିବା ବେଳେ ଲଗାତର ତୃତୀୟ ଥର ପାଇଁ ସାଂସଦ ଅଛନ୍ତି ପିନାକୀ ମିଶ୍ର ।
ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି।
ବର୍ଷ ବର୍ଷ ଧରି ବାପା ଲଢୁଥିଲେ ନିର୍ବାଚନୀ ମୈଦାନରେ। ଏଣିକି ବାପାଙ୍କ ବଦଳରେ ଲଢ଼ିବେ ପୁଅ । ଏଥର ନିର୍ବାଚନୀ ରଣଭୂମିରେ ପଶ୍ଚିମ ଓଡ଼ିଶାର ଏକାଧିକ ଭେଟେରାନଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିବ ନାହିଁ ।
୨ୟ ପର୍ଯ୍ୟାୟରେ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।
କଂଗ୍ରେସରେ ଚାଲିଛି ଡିଲ୍ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର ।
ବିଜେପି ଓ କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସରଗରମ ରାଜନୀତି। ଅବଶିଷ୍ଟ ୩୫ ବିଧାନସଭାଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।
ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଲଢ଼ିବେ ଚାନ୍ଦବାଲିରୁ। ପୂର୍ବତନ ସଭାପତି କେ.ଭି ସିଂଦେଓଙ୍କୁ ପାଟଣାଗଡ଼ରୁ ଟିକେଟ ଦେଇଛି ଦଳ।
ତା ସହ ବଦଳି ନିର୍ଦ୍ଦେଶାନାମା ଉପରେ କି ପ୍ରକାର ଆକ୍ସନ ନେଲ, ସନ୍ଧ୍ୟା ୫ଟା ସୁଦ୍ଧା ଅବଗତ କରିବାକୁ ବି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ ।
ମୋଦି ଲହରରେ ଏଥର ବିଜେପି ସୁଇପ୍ କରିବ। ମୋଦି ସରକାରଙ୍କ ସବୁଠୁ ବଡ ସ୍ବାସ୍ଥ୍ୟ ବୀମା ସ୍କିମ୍ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ବାସୀ ବଂଚିତ ଅଛନ୍ତି।
ପ୍ରଥମ ଦଫା ତାଲିକାରେ ୧୭ ବିଧାୟକ ରିପିଟ୍ । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ।
ସୁନ୍ଦରଗଡ଼ରେ ଜୁଏଲଙ୍କୁ ଟକ୍କର ଦେବେ ଦିଲ୍ଲୀପ ଓ ଜନାର୍ଦ୍ଦନ । କୋରାପୁଟରେ ସପ୍ତଗିରି, କାଳୀରାମ ଓ କୌଶଲ୍ୟାଙ୍କ ଭିତରେ ଲଢ଼େଇ ।
ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ୪୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ୨ଟି ଆସନ ଛାଡ଼ିଛି ଇଣ୍ଡି ସହଯୋଗୀଙ୍କୁ।
ଭୋଟ୍ ଆଗରୁ ଭାରତୀୟ ନିର୍ବାଚନ କମିଶନଙ୍କ ପୁଣି ଏକ ବଡ଼ ଆକ୍ସନ । ଓଡ଼ିଶାର ଦୁଇ ଜିଲ୍ଲାପାଳ ଓ ପାଞ୍ଚ ଏସପିଙ୍କ ସହ କେନ୍ଦ୍ରାଞ୍ଜଳ ପୋଲିସ ଆଇଜିଙ୍କୁ ଦେଇଛନ୍ତି ବଦଳି ଆଦେଶ ।
ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ ନିରାଶ ! କଂଗ୍ରେସରେ ଯୋଗ ଦେଇଥିଲେ ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ ।
ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଧାନସଭା ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ । ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି ଶରତ ପଟ୍ଟନାୟକ ।
୮ ଲୋକସଭା ଆସନ ଓ ୪୯ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ଗଣେଶ୍ୱର ବେହେରା । ୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ ।
ଏବେ ଗୋଟିଏ ପରେ ଗୋଟିଏ ଜାଗାରେ ଦଳ ଛାଡୁଛନ୍ତି ବିଜେଡି ବିଦ୍ରୋହୀ । ପ୍ରଥମ ପ୍ରାର୍ଥୀ ତାଲିକାରେ ଅଧିକ ନାଁ ନବଦଳିବାରୁ ସବୁଠି ଆଶାୟୀ ଅବୁଝା ।
କେନ୍ଦୁପତ୍ର କର୍ମଚାରୀ ସଂଘର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଜେଡିର ୧୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩ ପୂର୍ବତନ କଂଗ୍ରେସ୍ ନେତା।
ବିଜେଡିର ଆକ୍ଷେପ- ୧୪୭ ବିଧାନସଭା ପାଇଁ ପ୍ରାର୍ଥୀ ପାଉନି ରାଜ୍ୟ ବିଜେପି । ପଦ୍ମ ଦଳର କଡ଼ା ଜବାବ ଆମ ଟିକଟ୍ ଦିଲ୍ଲୀରୁ ଘୋଷଣା ହୁଏ।