• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଏବରେଲୀ ଓ ଆମେଥିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ ? ରାହୁଲ ଓ ପ୍ରିୟଙ୍କା ଲଢ଼ିବେ କି ? ସସପେନ୍ସ ଉପରୁ ଆଜି ହଟିପାରେ ପରଦା । ରାଏବରେଲୀ ଓ ଆମେଥି ପାଇଁ ଫାଇନାଲ୍ ଡିସିସନ୍ ଆସିପାରେ । ରାହୁଲ କେରଳର ୱାଏନାଡରୁ ପ୍ରାର୍ଥୀ ହୋଇଛନ୍ତି । ଗତ ୨୬ ତାରିଖରେ ତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ଚର୍ଚ୍ଚା ହେଉଛି, ଦ୍ୱିତୀୟ ଆସନ ଭାବରେ ସେ ଆମେଥିରୁ ମୈଦନାକୁ ଓହ୍ଲାଇ ପାରନ୍ତି । ଏମିତି ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ତାଙ୍କର ଟକ୍କର ହେବ । ଗତ ନିର୍ବାଚନରେ ସ୍ମୃତି ଇରାନୀଙ୍କଠାରୁ ହାରିଥିଲେ ରାହୁଲ । ସେପଟେ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଏବରେଲୀରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି ।

ତାଙ୍କ ପ୍ରାର୍ଥିତ୍ୱ ସପକ୍ଷରେ କଂଗ୍ରେସ ସହ ଇଣ୍ଡି ମେଣ୍ଟର ସମର୍ଥନ ଥିବା କୁହାଯାଉଛି । କଂଗ୍ରେସ ନେତୃତ୍ୱ ଚାହୁଁଛି, ଦୁଇଟି ସିଟରୁ କୌଣସି ଗୋଟିଏରେ ଗାନ୍ଧି ଫ୍ୟାମିଲିରୁ କେହି ଲଢନ୍ତୁ । ତେବେ ଏନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନି । ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିଚାରବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ ।

ଅଧିକ ପଢ଼ନ୍ତୁ: ରାହୁଲଙ୍କୁ ପାକିସ୍ତାନର ପ୍ରଶଂସା, ମୋଦି ଦେଲେ କଡ଼ା ଜବାବ

ଆମେଥିରେ ମେ ୨୦ରେ ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ନିଆଯିବ । ଏଥିପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଅନ୍ୟପଟେ କେରଳର ୱାଏନାଡରୁ ପ୍ରାର୍ଥୀ ପତ୍ର ଦାଖଲ ବେଳେ ନିଜ ସମ୍ପତ୍ତି ତାଲିକାର ହିସାବ ଦେଇଥିଲେ ରାହୁଲ ଗାନ୍ଧି । ରାହୁଲଙ୍କ ପାଖରେ ଅଛି ୨୦ କୋଟିର ସଂପତ୍ତି ।

ଏହା ସହ ନିଜ ସମ୍ପତ୍ତି ତାଲିକାରେ ସେ ନଗଦ ୫୫ ହଜାର ଟଙ୍କା ପାଖରେ ରଖିଥିବା ଉଲ୍ଲେଖ କରିଛନ୍ତି । ତେବେ ମୋଟ୍ ସମ୍ପତ୍ତିର ପରିମାଣ ୨୦ କୋଟି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ରାହୁଲ ।

ରାହୁଲଙ୍କ ବ୍ୟାଙ୍କରେ ୨୬ ଲକ୍ଷ ୨୫ ହଜାର ଟଙ୍କା ଜମା ଥିବା ବେଳେ ୪ କୋଟି ୩୩ ଲକ୍ଷର ବଣ୍ଡ, ମ୍ୟୁଚୁଆଲ୍ ଫଣ୍ଡରେ ୩ କୋଟି ୮୧ ଲକ୍ଷ ଟଙ୍କାର ନିବେଶ, ୧୫ ଲକ୍ଷ ୨୧ ହଜାର ଟଙ୍କାର ଗୋଲ୍ଡ ବଣ୍ଡ, ୪ ଲକ୍ଷ ୨୦ ହଜାର ଟଙ୍କାର ସୁନା ଅଳଙ୍କାର, ଦିଲ୍ଲୀର ମେହରୁଲରେ ଚାଷ ଜମି, ଗୁରଗ୍ରାମରେ ୯ କୋଟି ଟଙ୍କାର ଏକ ଅଫିସ ପ୍ରପର୍ଟି ରହିଥିବା ରାହୁଲ ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି ।

ତେବେ ନିଜ ନାଁରେ ଘର କି ଗାଡ଼ି ନଥିବା ଦର୍ଶାଇଛନ୍ତି । ଏହା ସହ ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ଏକ ମାମଲା ଚାଲୁଥିବା ମଧ୍ୟ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।