ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍। ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୁଲିଂ ପାର୍ଟି। ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ।
ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ତୃତୀୟ ପର୍ଯ୍ୟାୟରେ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।
ପଞ୍ଚମ ପର୍ଯ୍ୟାୟରେ ବି ଦଳ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି ୧୨୬ । ତେବେ ୧୨୬ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି ।
ସମ୍ବଲପୁରରୁ ପ୍ରାର୍ଥୀ ହେବା ପରଠାରୁ ପ୍ରସନ୍ନ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି ।
ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ପୁଣି ଥରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ନବୀନ ।
ରଣପୁରରେ ପୂର୍ବରୁ ବିଜେପି ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ଏହି ଆସନରେ ପ୍ରାର୍ଥୀ ବଦଳାଇ ଦଳ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି।
ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲୀପ ରାୟ । ଦ୍ୱିତୀୟ ତାଲିକାରେ ଦିଲୀପଙ୍କ ନାଁ ଘୋଷଣା ।
ନା ବିଜେଡି ନା ବିଜେପି, ପ୍ରାର୍ଥୀ ଘୋଷଣାକୁ ନେଇ ଉଭୟ ଦଳଙ୍କ ଅଙ୍କ ଛିଣ୍ଡୁନି । ତେଣେ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ-ବୋଲଗଡ଼ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
କଂଗ୍ରେସକୁ ଭେଟେରାନ୍ ଭରସା। ନିର୍ବାଚନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେବାକୁ ଦଳ ଏଥର ପୁରୁଖା, ଅଭିଜ୍ଞ ଏବଂ ବରିଷ୍ଠଙ୍କୁ ଅଧିକ ଭରସା କରିଛି । ସେଥିପାଇଁ ଦଳ ଅନନ୍ତ ସେଠୀ, ଶ୍ରୀକାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ ଏବଂ ଜୟଦେବ ଜେନାଙ୍କ ଭଳି ଅଭିଜ୍ଞ ତଥା ବରିଷ୍ଠ ନେତାଙ୍କୁ ଟିକେଟ୍ ଦେଇଛି ।
ସୁରଙ୍କୁ ମହଙ୍ଗା ପଡ଼ିଲା କି ପୁତ୍ରମୋହ ? କଂଗ୍ରେସରୁ ୬ ବର୍ଷ ପାଇଁ ବିଦା ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । କଂଗ୍ରେସର ଭେଟେରାନ୍ ତଥା ୬ ଥରର ବିଧାୟକଙ୍କୁ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କରିଛି ଏଆଇସିସି ।
ନୂଆ ଚେହେରା ବଦଳରେ ପୁରୁଖାଙ୍କ ଉପରେ କରିଛି ଭରସା। ୨୦୧୪ରେ ଶ୍ରୀକାନ୍ତ ଜେନା ବାଲେଶ୍ୱରରୁ ହାରିବାପରେ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୦୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ସେ ପୁଣି ଥରେ ହାତ ଧରିବା ପରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ।
ବେଗୁନିଆ-ବୋଲଗଡ଼ରେ ଜାନକୀଙ୍କ ପୁଅ ପୃଥ୍ବୀବଲ୍ଳଭ କଂଗ୍ରେସ ଯୋଦ୍ଧା । ଟିକେଟ୍ ପାଉ ପାଉ ପରୋକ୍ଷରେ ପ୍ରତିପକ୍ଷଙ୍କୁ ପୃଥ୍ବୀବଲ୍ଳଭଙ୍କ ନିଶାନା । ବାପାଙ୍କ ସମୟରେ ଲୋକଙ୍କ ପାଇଁ ଦୁଆର ଖୋଲାଥିଲା କହିଲେ ପୃଥ୍ବୀବଲ୍ଳଭ ।
ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ପିସିସି ସମ୍ପୂର୍ଣ୍ଣ ଅଣଦେଖା ଏବଂ ଅବହେଳା କରିଥିବା ଅଭିଯୋଗ କରି ସେମାନେ ପଦ ଛାଡିଥିବା ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି।
ଏଥର ବାଲେଶ୍ବର ଦେଖିବ ଦମଦାର ଲଢ଼େଇ। କଂଗ୍ରେସ, ସାଂସଦ ପ୍ରାର୍ଥୀଭାବେ ହେଭିୱେଟ୍ ନେତା ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା କରିବା ପରେ ଏଠି ଏବେ ତ୍ରିମୁଖୀ ଲଢେଇ ଏକପ୍ରକାର ସ୍ପଷ୍ଟ। କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଏଠି ମୈଦାନକୁ ଛାଡ଼ି ସାରିଥିବା ବେଳେ ବିଜେଡି ନୂଆ ମୁହଁ ଭାବେ ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏ ତିନି ଜଣଙ୍କ ଭିତରେ ଲଢ଼େଇକୁ ଅପେକ୍ଷା କରିଛି ବାଲେଶ୍ବର।
ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍ଙ୍କ ନାଁ ମଧ୍ୟ ରହିଛି ।
ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ଆଜିଠୁ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା । ତା’ସହ ଓଡ଼ିଆ ନବବର୍ଷରେ ବି ଲାଗିଛି ନିର୍ବାଚନୀ ଛିଟା ।
ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ।
ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
କର୍ଣ୍ଣାଟକ ବିଜେପି ମୁଖ୍ୟ BY ବିଜୟେନ୍ଦ୍ର ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାକୁ କଂଗ୍ରେସ ମଧ୍ୟରେ ଏକ ବୃହତ ସାଂସ୍କୃତିକ ବିଭେଦର ସୂଚକ ବୋଲି ଦର୍ଶାଇଛନ୍ତି।
କରୋନା ବେଳେ ନବୀନ ବାବୁ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାର ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।
ରୋହନ ଆହୁରି କହିଛନ୍ତି, ସେ ନିଜ ପିତାଙ୍କ ପରାମର୍ଶରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଥିଲେ, ତାଙ୍କ ପିତା ଚାହୁଁ ନଥିଲେ ଯେ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରେ ।
ନିଜ ସମର୍ଥକଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଅସିତ୍।
ମୈଦାନରେ ଆରମ୍ଭ ହୋଇଗଲାଣି ବଳ କଷାକଷି। ସାହି ଗଳିରେ ଚାଲିଲାଣି ଘମାଘୋଟ ପ୍ରଚାର।
ଯେଉଁଥିରେ ସାମିଲ ହୋଇଥିଲେ ପୁରୀ ବିଜେଡିର ଛାମୁଆ ନେତା ଓ କର୍ମୀ, ସାସଂଦ ପ୍ରାର୍ଥୀ ବି ଆସିଥିଲେ।