Advertisment

ସତ୍ୟପାଠରୁ ଆସିଲା ତଥ୍ୟ, ନବୀନଙ୍କ ରହିଛି ୧୪ କୋଟିର ଅସ୍ଥାବର ସମ୍ପତ୍ତିର

ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଛନ୍ତି ନବୀନ । ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ । ଏହି ଶକ୍ତିପୀଠରେ ମା’ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ ଛତ୍ରପୁର ଅଭିମୁଖେ ବାହାରି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Naveen Patnaik Net Worth

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ । ନିର୍ବାଚନୀ ସତ୍ୟାପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନବୀନଙ୍କ ପାଖରେ ୩୦ ହଜାର ଟଙ୍କା କ୍ୟାସ ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତା ଭିତରେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ ଏବଂ ଫିକ୍ସ ଆକାରରେ ରହିଥିବା ବେଳେ ନବୀନ କଣ୍ଟାବାଞ୍ଜି SBI ବ୍ରାଞ୍ଚରେ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କାର ଡିପୋଜିଟ୍ ରଖିଛନ୍ତି।

Advertisment

ହିଞ୍ଜିଳିରେ ବି ଏକ ନୂଆ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଡିପୋଜିଟ୍ ରଖିଛନ୍ତି। ଯାହାକି କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛନ୍ତି। ଏହା ସହ ନବୀନଙ୍କ ପାଖରେ ୫୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ମଧ୍ୟ ରହିଛି। ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା, ସେହିପରି ନୂଆଦିଲ୍ଲୀ ଅବଦୁଲ କଲାମ ରୋଡ୍ ସ୍ଥିତ ଘର ଦାମ ୪୩ କୋଟି ୩୬ ଲକ୍ଷ ଟଙ୍କା।

ତେବେ ଆଜି ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଛନ୍ତି ନବୀନ । ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ । ଏହି ଶକ୍ତିପୀଠରେ ମା’ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ ଛତ୍ରପୁର ଅଭିମୁଖେ ବାହାରି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଅଧିକ ପଢ଼ନ୍ତୁ: ଗତ ୫ ବର୍ଷରେ ମୋଦିଙ୍କ ଇନକମ୍‌ କେତେ ? ଜାଣନ୍ତୁ...

ଦିନ ପ୍ରାୟ ୧୨ଟା ୪୦ ବେଳେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଷଷ୍ଠଥର ପାଇଁ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ। ଏହି ଆସନରୁ ଲଗାତାର ପାଞ୍ଚ ଥର ନିର୍ବାଚିତ ହୋଇ ଆସିଛନ୍ତି ନବୀନ। ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଜିରୁ ବି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ।

ସେପଟେ କଣ୍ଟାବାଞ୍ଜିରେ ନବୀନଙ୍କ ବିରୋଧରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଏବଂ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେହିଭଳି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ୍ ଓରାମଙ୍କ ବିପକ୍ଷରେ ବିଜେଡିରୁ ଯୋଦ୍ଧା ସାଜିଛନ୍ତି ଦିଲୀପ ତିର୍କି। ନାମାଙ୍କନ ଭରିବା ପୂର୍ବରୁ ସପତ୍ନୀକ ମିଶନରୋଡ୍ ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିଥିଲେ ଦିଲୀପ। nbsp;ପରେ ପାଟପଟୁଆର ସହ ଯାଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି ନାମାଙ୍କନପତ୍ର।

ସେହିପରି ବିଜେଡିର ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂ ବି ଆଜି ଭରିଛନ୍ତି ନାମାଙ୍କନ। ତେଣେ ରାଉରକେଲା ତାରାତାରିଣୀ ମନ୍ଦିର ଓ ବିଶ୍ରା ଛକ ସ୍ଥିତ ହନୁମାନ ମନ୍ଦିରରେ ପୂଜାପାଠ କରି ରଘୁନାଥପାଲି ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ତନ୍ତି ଦାଖଲ କରିଛନ୍ତି ପ୍ରାର୍ଥିପତ୍ର

Naveen Patnaik BJD BJP Congress CM Naveen Patnaik Odisha Politics General Election 2024
Advertisment
Advertisment