Advertisment

ଏଥର ଭାଇ ନୁହେଁ ଚାଲିବ ଗଡ୍ ଫାଦରଙ୍କ ଜଲୱା; ପରଦାରେ ଡରାଇବେ ଆଉ ହସାଇବେ ଅକ୍ଷୟ

ରିଲିଜ୍ ହୋଇଛି ଅକ୍ଷୟଙ୍କ ନୂଆ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ଟ୍ରେଲର୍। ନୂଆ ଲୁକ୍, ନୂଆ ଷ୍ଟାଇଲ୍ ସହ ପୁଣି ଏକ ଫିଲ୍ମରେ ନଜର ଆସିବେ ଅକ୍ଷୟ। ଏଥର ହିରୋ ନୁହେଁ ଭିଲେନ୍ ଭାବେ ତାଙ୍କୁ ଦେଖିବାକୁ ମିଳିବ।

author-image
Prasanjit Ray
Bachchhan Paandey trailer out, internet flooded with funny memes

Bachchhan Paandey trailer out, internet flooded with funny memes

ଏଥର ଆଉ ଭାଇ ନୁହେଁ ଚାଲିବ 'ଗଡ୍ ଫାଦରଙ୍କ ଜଲ୍‌ୱା'। କାରଣ ହିନ୍ଦି ସିନେମାରେ ପୁଣି ଥରେ କିଛି ନୂଆ କରି ଦେଖେଇବାକୁ ଆସୁଛନ୍ତି ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାର। ରିଲିଜ୍ ହୋଇଛି ଅକ୍ଷୟଙ୍କ ନୂଆ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ଟ୍ରେଲର୍‌। ନୂଆ ଲୁକ୍, ନୂଆ ଷ୍ଟାଇଲ୍‌ ସହ ପୁଣି ଏକ ଫିଲ୍ମରେ ନଜର ଆସିବେ ଅକ୍ଷୟ। ଏଥର ହିରୋ ନୁହେଁ ଭିଲେନ୍‌ ଭାବେ ତାଙ୍କୁ ଦେଖିବାକୁ ମିଳିବ।

Advertisment

ଏସବୁ ଭିତରେ କିନ୍ତୁ 'ବଚ୍ଚନ ପାଣ୍ଡେ'ରେ ଅକ୍ଷୟଙ୍କ ଲୁକ୍‌କୁ ନେଇ ସବୁଠୁ ମିଳୁଛି ଭୁରି ଭୁରି ପ୍ରଶଂସା। ବଡ଼ ପରଦାରେ ଅକ୍ଷୟଙ୍କୁ ଏଥର ଦେଖି ଦର୍ଶକ ନିଶ୍ଚିତ ଡରିବେ। ଭିଲେନ୍‌ କୌଣସି ସିଧାସାଧା ନୁହେଁ... ପୋଖତ ଆଉ ଭୟଙ୍କର। ନକଲି ଆଖି, ବ୍ଲଣ୍ଡ୍‌ ଚୁଟି ତା’ସହ ନିଜର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌। ଟ୍ରେଲରରେ ଅକ୍ଷୟଙ୍କ ନେଗେଟିଭ ଚରିତ୍ର ସହ କମେଡି ପଞ୍ଚ ବି ରହିଛି।

ଚିରାଚରିତ ଢଙ୍ଗରେ ଅକ୍ଷୟ ଦର୍ଶକଙ୍କୁ ହସେଇବେ। ହିନ୍ଦୀ ସିନେମାଠୁ କ୍ରିଏଟିଭିଟିର ଆଶା କରିବା ଭୁଲ। କାରଣ ୟେ ବି ଆଉ ଏକ ରିମେକ୍। ତାମିଲ ଫିଲ୍ମ 'ଜିଗର ଥଣ୍ଡାଇ' ର ଡବ୍ ହେଉଛି ‘ବଚ୍ଚନ ପାଣ୍ଡେ’। ଏଠି କିଛି ନୂଆ ଚରିତ୍ର ଆଉ ଭିନ୍ନତା ଆଣିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଫରହାନ୍‌ ସମ୍‌ଜି। ସୋସିଆଲ୍‌ ମିଡିଆର କିଛି ଭାଇରାଲ୍ ପୋଷ୍ଟର୍‌ ଆଉ ମେମ୍ସ ବି ଏଥିରେ ଦେଖିବାକୁ ମିଳିବ।

Advertisment

ଅକ୍ଷୟଙ୍କ ନେଗେଟିଭ ଆଉ କମେଡି ଟାଇମିଂ ଅନ୍ୟ ଅଭିନେତାଙ୍କଠୁ ଭିନ୍ନ ତେଣୁ ଏହା ପସନ୍ଦ ଆସିପାରେ। ତେବେ ପୂର୍ବ ଥର ତେଲୁଗୁ ଫିଲ୍ମର ଡବ୍ 'ଲକ୍ଷ୍ମୀ ବମ୍' ଏତେଟା ଭଲ ବିଜ୍‌ନେସ୍‌ କରିପାରି ନଥିଲା। ଅକ୍ଷୟଙ୍କ ଲୁକ୍ ଆଉ କିନ୍ନର ଅବତାରକୁ ପସନ୍ଦ କରିଥିଲେ ବି ଲୋକଙ୍କ ପାଖରେ ସିନେମା ଆଦୃତ ହୋଇ ପାରି ନଥିଲା। ତେଣୁ ‘ବଚ୍ଚନ ପାଣ୍ଡେ’ ଉପରେ ସମସ୍ତଙ୍କ ନଜର ରହିବ।

ଅକ୍ଷୟଙ୍କ ସହ ଏଥର ଦେଖିବାକୁ ମିଳିବେ ଅର୍ଶଦ ୱାର୍ଶି। ବେଶ୍ କିଛିଦିନ ହେଲା ବଡ଼ ପରଦାରେ କୌଣସି ବଡ଼ ଫିଲ୍ମରେ ଦିଶି ନାହାନ୍ତି ଅର୍ଶଦ। ୱେବ୍ ସିରିଜ୍ ଅସୁର୍‌ ଓ ଦୁର୍ଗାମତି ଫିଲ୍ମ ପରେ ଏହା ଅର୍ଶଦଙ୍କ କମ୍‌ବ୍ୟାକ୍ ସିନେମା। କିର୍ତି ସେନନ୍ ଓ ଜ୍ୟାକ୍‌ଲିନ୍‌ ଏଥିରେ ଲିଡ୍‌ରେ ନଜର ଆସିଛନ୍ତି। କମେଡି ଛୁଙ୍କକୁ ଅଧିକ କରିବାକୁ ସିନେମାରେ ଅଛନ୍ତି ପଙ୍କଜ ତ୍ରିପାଠୀ। ଅକ୍ଷୟ ଓ ପଙ୍କଜ୍ ଉଭୟ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବେ।

ଫିଲ୍ମର ଟ୍ରେଲର ୩ ମିନିଟ୍‌ ୪୨ ସେକେଣ୍ଡର ରହିଛି। ଯେଉଁଥିରେ ସମସ୍ତ ଚରିତ୍ରକୁ ଦର୍ଶାଯାଇଛି। ଏହା କାହିଁକି କରାଗଲା ତାହା ବଡ଼ ଆଶ୍ଚର୍ଯ୍ୟ। ଯଦି, ଟ୍ରେଲରରେ ସବୁ ଦେଖେଇ ଦିଆଗଲା, କାହାଣୀକୁ ଖୋଲି ଦିଆଗଲା ତେବେ ଫିଲ୍ମକୁ ଦେଖିବାକୁ କାହିଁକି ଯିବେ ଦର୍ଶକ ? ଜିରୋ ସସ୍‌ପେନ୍ସ ସହ ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ମାର୍ଚ୍ଚ ୧୮ ରିଲିଜ୍ ପରେ ହିଁ ଜଣାପଡ଼ିବ।

(ରିପୋର୍ଟ : ରସନଜିତ୍ ରାୟ)

Bollywood
Advertisment
Advertisment