Advertisment

ବଡ ପରଦାକୁ ଆସିବ ‘ଶକ୍ତିମାନ’, କିଏ ହେବ ଗଙ୍ଗାଧର!

ପିଲାଦିନର ସୁପରହିରୋକୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ। ସିରିୟଲ ‘ଶକ୍ତିମାନ୍‌’କୁ ନେଇ ଫିଲ୍ମ ହେବ ବୋଲି ଘୋଷଣା କରାଯାଇଛି। ତେବେ ଜାଣନ୍ତୁ କିଏ ହେବ ଗଙ୍ଗାଧର ବା ଶକ୍ତିମାନ।

author-image
Pramod Behera
Shaktimaan coming to big screen

Shaktimaan coming to big screen

ମୁମ୍ବାଇ: ସୋନୀ ପିକ୍ଚର୍ସ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପ୍ରଡକ୍ସନ୍ସ ଭାରତର ସବୁଠାରୁ ଆଇକନିକ୍ ସୁପର୍‌ହିରୋ 'ଶକ୍ତିମାନ୍'କୁ ନେଇ ଏକ ଫିଲ୍ମ କରିବାକୁ ଘୋଷଣା କରିଛି। ଏହି ସିରିଜ୍‌ର ତିନୋଟି ଚଳଚ୍ଚିତ୍ର ନିର୍ମାଣ ହେବ। କୁହାଯାଉଛି ଯେ ଶକ୍ତିମାନର ଚରିତ୍ରକୁ ବଲିଉଡ୍‌ର ଜଣେ ସୁପରଷ୍ଟାର ଅଭିନୟ କରିବେ।

Advertisment

ମନୋରଞ୍ଜନର ଏହି ଯାଦୁକୁ ଆଉ ଥରେ ଆରମ୍ଭ କରିବା ନେଇ ବର୍ତ୍ତମାନ ଷ୍ଟୁଡିଓ ଅଭିନେତା-ନିର୍ମାତା ମୁକେଶ ଖାନ୍ନାଙ୍କ ଭୀଷ୍ମ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସହିତ ମିଶି ବ୍ରୁଇଙ୍ଗ ଥ୍ୟାଙ୍କ୍ସ ପ୍ରାଇଭେଟ୍ ଲିମିଟେଡ୍ ସହିତ ବୁଝାମଣା କରିଛି। ଏହିପରି, 'ଶକ୍ତିମାନ'ର ଯାଦୁ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। 'ଶକ୍ତିମାନ' ଆଜି ପର୍ଯ୍ୟନ୍ତ ଭାରତର ସବୁଠାରୁ ଆଇକନିକ୍ ସୁପରହିଟ୍ ବ୍ରାଣ୍ଡ ହୋଇ ରହିଛି।

୯୦ ଦଶକରେ ଧାରାବାହିକ 'ଶକ୍ତିମାନ' ଅନେକ ପିଲାମାନଙ୍କର ହୃଦୟ ଜିତିଥିଲା। ଏହି ସିରିଏଲ୍‌ରେ ପଣ୍ଡିତ ଗଙ୍ଗଧରଙ୍କ ଭୂମିକାରେ ମୁକେଶ ଖାନ୍ନାଙ୍କୁଦ୍ ଦେଖିବାକୁ ମିଳିଥିଲା। ତାଙ୍କ ପାଖରେ ସୁପର୍ ପାୱାର୍ ଥିଲା ଏବଂ ସେ ଅନ୍ୟାୟ ବିରୋଧରେ ଲଢିବା ପାଇଁ ଶପଥ ନେଇଥିଲେ।

Advertisment

ପିଲାମାନେ ଏହି ସିରିଏଲ୍‌ ସହିତ ଗଭୀର ଭାବରେ ଜଡିତ ହୋଇଯାଇଥିଲେ ଏବଂ ସେମାନେ ଏକ ଦେଶୀ ସୁପରହିରୋ ପାଇଯାଇଥିଲେ। ଏବେ ସେହି ଦେଶୀ ସୁପରହିରୋଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। କେବଳ ଏତିକି ନୁହେଁ ପ୍ରଶଂସକମାନେ ସୋସିଆଲ ମିଡିଆରେ କଳ୍ପନା କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି ଯେ ଏହି ଫିଲ୍ମରେ ବୋଧହୁଏ ଅକ୍ଷୟ କୁମାର ମୁଖ୍ୟ ଭୂମିକା ଗଙ୍ଗାଧର ଭାବେ ଅଭିନୟ କରିବେ। କାରଣ ସୋନି ଷ୍ଟୁଡିଓ ସ୍ପଷ୍ଟ କରିଛି ଯେ ଏହି ଫିଲ୍ମରେ ଜଣେ ବଡ ସୁପର୍‌ଷ୍ଟାର୍‌ଙ୍କୁ ଦେଖିବାକୁ ମିଳିବ। ଜଣେ ବ୍ୟକ୍ତି କହିଛନ୍ତି ଯେ “କେବଳ ଅକ୍ଷୟ କୁମାର ହିଁ ଏହି ଭୂମିକାକୁ ଠିକଭାବେ କରିପାରିବେ। କାରଣ ଗଙ୍ଗାଧର ଜଣେ ହାସ୍ୟ ଚରିତ୍ର ହୋଇଥିବା ବେଳେ ଶକ୍ତିମାନ ଜଣେ ସୁପର୍‌ହିରୋ। ଅକ୍ଷୟ ଏ ଉଭୟକୁ ବେଶ ଭଲ ଭାବେ କରିପାରିବେ।”

ସୋନୀ ଷ୍ଟୁଡିଓର ଏହି ଘୋଷଣା ପରେ ସୋସିଆଲ୍ ମିଡିଆରେ ଏହାର ଜମେଇକି ମିମ୍ସ ହେବା ଆରମ୍ଭ ହୋଇଯାଇଛି। ଜଣେ ‘ଶକ୍ତିମାନ’ ତିଜର୍ ରିଲିଜ୍ କହି ଏକ ମଜାଳିଆ ଭିଡିଓ ଶେୟାର କରିଛନ୍ତି। ସେହିପରି ଅନ୍ୟମାନେ ମଧ୍ୟ ରାଜପାଲ୍ ଯାଦବ ଓ ଆମିର ଖାନ୍‌ଙ୍କୁ ନେଇ ମିମ୍ସ କରିଛନ୍ତି।

Bollywood
Advertisment
Advertisment