Advertisment

କିନ୍ନରଙ୍କ କଥା କୁହେ ଏହିସବୁ ଫିଲ୍ମ; ହସାଏ, କନ୍ଦାଏ, ଡରାଏ

ସାଧାରଣରେ କିନ୍ନରଙ୍କୁ ଏକ ଭିନ୍ନ ନଜରରେ ଦେଖାଯାଉଥିବା ବେଳେ ଅନେକ ଫିଲ୍ମ ଅଛି ଯାହା ସେମାନଙ୍କ ମହାନତାକୁ ଦର୍ଶାଏ। ଅନେକ ଆଗଧାଡିର କଳାକାରମାନେ ଏହି ଭୂମିକାରେ ଦର୍ଶକଙ୍କୁ ଢେର୍ ମନୋରଂଜନ କରିଛନ୍ତି। ଆସନ୍ତୁ ନଜର ପକେଇବା।

author-image
Pramod Behera
7 bollywood movies that represents the lives of transgender

7 bollywood movies that represents the lives of transgender

ନୂଆଦିଲ୍ଲୀ: 'ସଜ ରହୀ ଗଲି ମେରୀ ଆମ୍ମା...', ମହମୁଦଙ୍କ ଫିଲ୍ମ ‘କୁଁୱାରା ବାପ୍‌’ର ଏହି ଗୀତ ଏବେ ବି ହିଟ୍‌ରେ ଅଛି। ଗୀତରେ, କିଛି ଟ୍ରାନ୍ସଜେଣ୍ଡର ଅଥବା କିନ୍ନରଙ୍କ ସହ 'ହାଁ ଜୀ' କରୁଥିବା ଶୁଣାଯାଏ। ଅତୀତର ଏହି ସ୍ୱର ବର୍ଷ ବର୍ଷ ଧରି ବଲିଉଡ୍‌ରେ ପ୍ରତିଧ୍ୱନିତ ହେଉଛି। ‘କୁଁୱାରା ବାପ୍‌’ ପରେ 'ତାୟବ ଅଲି ପ୍ୟାର କା ଦୁଷ୍ମାନ'ରେ ଏହି ଗୀତରେ 'ହାଏ-ହାଏ' ଶୁଣିବାକୁ ମିଳିଥିଲା। କହିବାକୁ ଗଲେ, ଅତୀତରେ ଫିଲ୍ମରେ କିନ୍ନରଙ୍କ ଚରିତ୍ରଙ୍କୁ କେବଳ କିଛି ହାସ୍ୟରସ କିମ୍ବା ଥଟ୍ଟା-ମଜ୍ଜା ପାଇଁ ଦେଖାଯାଉଥିଲା।

Advertisment

ପରେ କାହାଣୀ ଓ ବିଷୟବସ୍ତୁରେ ଏପରି ପରିବର୍ତ୍ତନ ଆସିଲା ଯେ କିନ୍ନରଙ୍କୁ ଏପରି ଭାବରେ ଦେଖାଗଲା ଯେ ଫିଲ୍ମ ସେମାନଙ୍କ ଚରିତ୍ର ବିନା ଅଧୁରା ରହିଯିବ। ଏହି ଟ୍ରାନ୍ସଜେଣ୍ଡର ଚରିତ୍ରମାନେ କେତେବେଳେ ହସେଇନ୍ତି ତ ପୁଣି କେତେବେଳେ କନ୍ଦେଇଛନ୍ତି। ପୁଣି କେତେବେଳେ ସେମାନଙ୍କ ଅଭିନୟରେ ଏମିତି ଡରେଇଛନ୍ତି ଯେ ସେମାନଙ୍କ ଆଗରେ ବଡ ବଡ ଖଳନାୟକମାନେ ମଧ୍ୟ ତୁଛ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏପରି କିଛି ପ୍ରସିଦ୍ଧ କଳାକାରଙ୍କ ବିଷୟରେ ଯେଉଁମାନେ ବଡ଼ ପରଦାରେ କିନ୍ନର ହୋଇହୋଇ ଦର୍ଶକଙ୍କୁ ଦେଇଛନ୍ତି ଢେର ମନୋରଂଜନ।

ତମନ୍ନା:

ବଲିଉଡ୍‌ର ଅନ୍ୟତମ ଶ୍ରେଷ୍ଠ ଅଭିନେତା ପରେଶ ରାୱାଲ ‘ତମନ୍ନା’ ଚଳଚ୍ଚିତ୍ରରେ ଜଣେ ଟ୍ରାନ୍ସଜେଣ୍ଡର ଚରିତ୍ରରେ ଅଭିନୟ କରିଥିଲେ, ଯିଏ ଏକ ଅନାଥ ଶିଶୁର ରକ୍ଷକ ହୋଇଥିଲେ। ତାଙ୍କର ଅନ୍ୟ ଚଳଚ୍ଚିତ୍ର ପରି ସେ ମଧ୍ୟ ଏହି ଚରିତ୍ରରେ ନିଜର ଦକ୍ଷତାକୁ ପ୍ରମାଣ କରିଥିଲେ।

Advertisment

ସଡକ:

‘ସଡକ’ରେ ସଦାଶିଭ ଅମରାପୁରକର ମହାରାଣୀ ହୋଇଥିଲେ। ଏହି ଭୂମିକାରେ ସେ ଏତେ ଭଲ କାମ କରିଥିଲେ ଯେ ସେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଭଳି କଳାକାରଙ୍କ ଆଗରେ ସବୁ ଚର୍ଚ୍ଚାକୁ ନେଇ ଯାଇଥିଲେ।

ଶବନମ ମୌସୀ:

ଏହି ଫିଲ୍ମରେ ଆଶୁତୋଷ ରାଣା ଶବନମ ମାଉସୀ ଭୂମିକାରେ ଅଭିନୟ କରିଥିଲେ। ରାଜନୀତି ଜଗତରେ ବିଜୟର ପତାକା ଉତ୍ତୋଳନ କରିଥିବା ଶବନମ ମାଉସୀ ଦେଶର ଅଳ୍ପ କେତେକ କିନ୍ନରଙ୍କ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି ଶବନମ୍ ମାଉସୀ ଉପରେ ଆଧାରିତ ଓ ତାଙ୍କ ନାମରେ ନାମିତ ହୋଇଛି।

ଦରମିୟାନ୍:

‘ଦରମିୟାନ୍’ ହେଉଛି ଏକ ମା ଓ ପୁଅର କାହାଣୀ, ଯେଉଁଥିରେ ହଠାତ୍ ହୃଦୟଙ୍ଗମ ହୁଏ ଯେ ତାଙ୍କ ପୁଅ ଜଣେ ନପୁଂସକ। ଏହା ପରେ ମା ଭାଙ୍ଗିପଡନ୍ତି। ଏହି ଫିଲ୍ମରେ ଆରିଫ୍‌ ଜକାରିଆ ଜଣେ ଟ୍ରାନ୍ସଜେଣ୍ଡର ପୁଅ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ତବୁ ଓ କିରନ୍ ଖେର ମଧ୍ୟ ଜଡିତ ଥିବା ଦେଖାଯାଏ।

7 bollywood movies that represents the lives of transgender‘ଦରମିୟାନ୍’ରେ ଆରିଫ୍‌ ଜକାରିଆ

ରଜ୍ଜୋ:

ଏହି ଫିଲ୍ମରେ ଉଭୟ ମହେଶ ମଞ୍ଜରେକର ଓ ରବି କିଶନ କିନ୍ନର ଭୂମିକାରେ ନଜର ଆସିଥିଲେ। ଆରମ୍ଭରେ ଉଭୟଙ୍କୁ ଏହି ଭୂମିକା ପାଇଁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଥିଲା, କିନ୍ତୁ ସେମାନଙ୍କର ଦୃଢ଼ ଅଭିନୟ ହେତୁ ଏହି ଦୁଇ କଳାକାର ସମାଲୋଚକଙ୍କ ପାଟିରେ ତାଲା ପକାଇ ଦେଇଥିଲେ।

ଲକ୍ଷ୍ମୀ:

ସାଉଥ୍ ଫିଲ୍ମର ରିମେକ୍ ଉପରେ ଆଧାର କରି ଉଭୟ ଶରଦ କେଲକର ଓ ଅକ୍ଷୟ କୁମାର ଲକ୍ଷ୍ମୀ ଫିଲ୍ମରେ କିନ୍ନର ଭୂମିକାରେ ଅଭିନୟ କରିଥିଲେ। କମେଡି ସହିତ ଫିଲ୍ମରେ ଏକ ଦମଦାର ଭୟର ବାତାବରଣ ସୃଷ୍ଟି କରାଯାଇଥିଲା।

ଗଙ୍ଗୁବା‌ଈ କାଠିୟାୱାଡୀ:

ଏହି ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଛନ୍ତି। ସାଧାରଣତଃ ହାସ୍ୟ ଭୂମିକାରେ ଅଭିନୟ କରୁଥିବା ବିଜୟ ରାଜ ଏହି ଚଳଚ୍ଚିତ୍ରରେ ଜଣେ କିନ୍ନର ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର ଦେଖି ଅନୁମାନ କରାଯାଇପାରେ ଯେ ବିଜୟ ରାଜ ଏଥର କିଛି ଅଲଗା କରିବାକୁ ଯାଉଛନ୍ତି।

Bollywood
Advertisment
Advertisment