• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ୱାଇ: ନିକଟରେ ମୁକ୍ତିଲାଭ କରିଥିବା ଶୁକୁନ୍‌ ବାତ୍ରାଙ୍କ ଫିଲ୍ମ 'ଗେହରିୟାଁ'ରେ ଅଭିନେତା ସିଦ୍ଧନ୍ତ ଚାତୁର୍ବେଦୀ, ଦୀପିକା ପାଦୁକୋନ୍‌ଙ୍କ ସହ ଅନେକ ବୋଲ୍ଡ ସିନ୍‌ କରିଛନ୍ତି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଫିଲ୍ମରେ ଦୀପିକାଙ୍କ ସହ ବୋଲ୍ଡ ସିନ୍‌କୁ ନେଇ ସିଦ୍ଧାନ୍ତ ଚାତୁର୍ବେଦୀ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି, ‘ଫିଲ୍ମର ନିର୍ଦ୍ଦେଶକ ସୁଟିଂ ସେଟ୍‌ରେ ସମସ୍ତଙ୍କୁ ସୁରକ୍ଷିତ ବୋଲି ଅନୁଭବ କରାଇଥିଲେ । ଏହା ପରେ ସୁଟିଂ କରାଯାଇଥିଲା । ଯଦି ସମସ୍ତେ ସୁରକ୍ଷିତ ବୋଲି ଅନୁଭବ ନକରିଥାନ୍ତେ ତେବେ ଏଭଳି ସିନ୍‌ ସୁଟିଂ କରିବା ଅତ୍ୟନ୍ତ କଠିନ ହୋଇଥାନ୍ତା’ ।

gehraiyaangehraiyaan

ପରେ ସିଦ୍ଧାନ୍ତ ସେହି କମେଣ୍ଟସ୍‌ ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ଯେଉଁଥିରେ କୁହାଯାଉଥିଲା ଯେ, ଦୀପିକାଙ୍କ ସହ ଅନ୍ତରଙ୍ଗ ମହୂର୍ତ୍ତର ଦୃଶ୍ୟ ସୁଟିଂ କରିବା ପାଇଁ ତାଙ୍କ ସ୍ୱାମୀ ରଣବୀର ସିଂହଙ୍କଠାରୁ ସିଦ୍ଧାନ୍ତ ଅନୁମତି ମାଗିଥିଲେ ।

gehraiyaangehraiyaan

ବଲିଉଡ ବବୁଲ ସହ ଆଲୋଚନା ବେଳେ ସିଦ୍ଧାନ୍ତ ଚତୁର୍ବେଦୀ ଏହି ଖବରଗୁଡ଼ିକ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି- 'ବାସ୍ତବରେ ସେମିତି କିଛି ନାହିଁ । କାରଣ ଆମେ ପ୍ରଫେସ୍‌ନାଲ, ନିଜ ପରିଧିକୁ ନେଇ ଆମେ ଯଥେଷ୍ଟ ସଚେତନ । ମୋର ମନେ ଅଛି ଯେତେବେଳେ ଆମେ ଏହି ଚଳଚ୍ଚିତ୍ରର ସୁଟିଂ କରୁଥିଲୁ, ସେତେବେଳେ ରଣବୀର କିଛି ଦିନ ପାଇଁ ଗୋଆ ଆସିଥିଲେ । ଆମେ ଏକାଠି ଖୁବ୍‌ ମସ୍ତି କରିଛୁ । କେବଳ ସେତିକି ନୁହେଁ, ଯେତେବେଳେ ମୁଁ ଫିଲ୍ମ ସାଇନ୍‌ କରିଥିଲି, ସେତେବେଳେ ରଣବୀର ପ୍ରଥମ ବ୍ୟକ୍ତି, ଯିଏ କି ମୋତେ କଲ କରିଥିଲେ ଏବଂ କହିଥିଲେ ଯେ ସେ ମୋ ପାଇଁ ବହୁତ ଖୁସି ।

gehraiyaangehraiyaan

ସିଦ୍ଧନ୍ତ ଆହୁରି ମଧ୍ୟ କହିଛନ୍ତି, ରଣବୀର 'ଗଲି ବଏ’ ସମୟରୁ ମୋତେ ଖୁବ୍‌ ଭଲ ପାଆନ୍ତି । ସେ ମୋ ଜୀବନରେ ଜଣେ ଭଲ ପରାମର୍ଶଦାତା । ତେଣୁ ‘ଗେହରିୟାଁ’ ସୁଟିଂ ବେଳେ ସବୁ କିଛି ସାଧାରଣ ଏବଂ ସଠିକ୍‌ ଥିଲା । ଦୀପିକା ମଧ୍ୟ ଜଣେ ପ୍ରଫେସ୍‌ନାଲ । ହେଲେ ସାଧାରଣ ଲୋକ ଯଦି ଏମିତି କଥା କହିବେ ତେବେ କ’ଣ କରିପାରିବ । ଆମେ ଆମର କାମ କରୁଛୁ । ଦୀପିକାଙ୍କ ସହ ଏହି ସବୁ ଇଣ୍ଟିମେଟ୍‌ ସିନ୍‌ କରିବା ପାଇଁ ସିଦ୍ଧାନ୍ତଙ୍କୁ ଅଧିକ ସମୟ ଲାଗିଥିଲା ।