• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଖାଲି ଅଭିନୟ ନୁହେଁ ନିଜ ଶାଢୀକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି ଡ୍ରିମ୍ ଗାର୍ଲ ହେମା ମାଳିନୀ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କ ମା ଜୟା ଚକ୍ରବର୍ତ୍ତୀ ତାଙ୍କୁ ପାରମ୍ପରିକ ଶାଢୀ ପିନ୍ଧଉଥିଲେ। ସେତେବେଳେ ସେ ମଧ୍ୟ ଏହାକୁ ବିରୋଧ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସବୁ ବୃଥା ହୋଇଥିଲା।

ହେମା ମାଳିନୀଙ୍କ ଏହିସବୁ ଶସ୍ତା କାଞ୍ଜୀବରମ ଶାଢୀକୁ ଦେଖି ନିର୍ମାତାମାନଙ୍କ ପତ୍ନୀମାନେ ତାଙ୍କୁ ଖୁବ ଉପହାସ କରୁଥିଲେ। ହେମା ନିଜେ ଏହି କଥାକୁ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ନିର୍ମାତାଙ୍କ ପଞ୍ଜାବୀ ପତ୍ନୀମାନେ ତାଙ୍କ କାଞ୍ଜୀବରମ ଶାଢୀକୁ ଦେଖି ପରିହାସ କରି କହୁଥିଲେ ଯେ ‘ଦେଖ ମଦରସନ ଆସିଗଲେ।

ବଲିଉଡ୍‌କୁ ଅନେକ ହିଟ୍ ଫିଲ୍ମ ଦେଇଥିବା ହେମା ମାଳିନୀ ଆଜି କିନ୍ତୁ କୋଟି କୋଟି ସମ୍ପତ୍ତିର ମାଲିକାଣୀ। ରିପୋର୍ଟକୁ ଯଦି ବିଶ୍ୱାର କରାଯାଏ ତେବେ ତାଙ୍କ ପାଖରୁ ବର୍ତ୍ତମାନ ୪୪୦ କୋଟି ଟଙ୍କାରୁ ଅଧିକ ବାହାରିବ।

ହେମା ମାଳିନୀ କହିଥିଲେ ଯେ ତାଙ୍କ ମା’ ତାଙ୍କୁ ବହୁତ ଭାରୀ କାଞ୍ଜୀବରମ ଶାଢୀ ପିନ୍ଧଉଥିଲେ। ତାଙ୍କ କହିବା କଥା ଯେ “ମୋର ଲାଳନ ପାଳନରେ ମୋ ମା’ଙ୍କର ଏକ ବଡ଼ ହାତ ଅଛି। ଆଜି ମୁଁ ଯାହା ହୋଇଛି କେବଳ ତାଙ୍କ ପାଇଁ। ସେ ମତେ ଶାସ୍ତ୍ରୀୟ ନୃତ୍ୟ ଶିଖିବାକୁ ପ୍ରେରଣା ଦେଇଥିଲେ। ମୁଁ ଯଦି ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ହୋଇନଥା’ନ୍ତି, ତେବେ ଆଜି ମୁଁ ଯାହାସବୁ ହାସଲ କରିଛି ତାହା ପାଇପାରି ନଥା’ନ୍ତି।”

ହେମା ମାଳିନୀଙ୍କ ମା’ ଜୟା ଚକ୍ରବର୍ତ୍ତୀ ତାଙ୍କ ଜନ୍ମ ହେବା ପୂର୍ବରୁ ମଧ୍ୟ ତାଙ୍କ ନାମ ହେମା ବୋଲି ଭାବି ନେଇଥିଲେ। ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ନେଇ ହେମା ଜନ୍ମ ହେବା ପୂର୍ବରୁ ତାଙ୍କ ମା’ ତାଙ୍କ ଶୋଇବା ଘରେ ଦୁର୍ଗା, ସରସ୍ୱତୀ ଓ ଲକ୍ଷ୍ମୀଙ୍କ ଅନେକ ଫଟୋ ମଧ୍ୟ ରଖିଥିଲେ।

ଯେତେବେଳେ ହେମା ମାଳିନୀଙ୍କୁ ଚଉଦ ବର୍ଷ ବୟସ ହୋଇଥିଲା, ସେତେବେଳେ ଫିଲ୍ମ ନିର୍ମାତାମାନେ ତାଙ୍କ କବାଟ ବାଡ଼େଇବା ଆରମ୍ଭ କରିଦେଇଥିଲେ। ନିର୍ମାତା-ନିର୍ଦ୍ଦେଶକ ଶ୍ରୀଧର ଏକ ଫଟୋ ସେସନ୍‌ ପାଇଁ ହେମାଙ୍କୁ ଏକ ଶାଢୀ ପିନ୍ଦେଇଥିଲେ, ଯାହାଫଳରେ କି ସେ ତାଙ୍କ ବୟସଠାରୁ ଅଧିକ ଦେଖାଯିବେ ବୋଲି। ସେତେବେଳର ଦମଦାର ସୁପର୍‌ଷ୍ଟାର୍ ରାଜ କପୁର ମଧ୍ୟ ଥରେ ହେମା ମାଳିନୀଙ୍କୁ କହିଥିଲେ ଯେ ଏହି ଝିଅଟି ଦିନେ ସିନେମା କ୍ଷେତ୍ରରେ ଏକ ବଡ ତାରକା ହୋଇ ବାହାରିବ।

ସେତେବେଳେ ହେମା ମାଳିନୀଙ୍କ ପଛରେ ଅନେକ ନାୟକ ପଡିଥିଲେ ବି ସେ ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡିଯାଇଥିଲେ। କିନ୍ତୁ ତାଙ୍କ ମା ଧର୍ମେନ୍ଦ୍ରଙ୍କୁ ପସନ୍ଦ କରୁ ନଥିଲେ। ସେ କିନ୍ତୁ ଜାଣିଥିଲେ ଯେ ଧର୍ମେନ୍ଦ୍ର ତାଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି। ହେମାଙ୍କ ମା ଚାହୁଁଥିଲେ ଯେ ତାଙ୍କ ଜୋଇଁ ଜଣେ ଦକ୍ଷିଣ ଭାରତୀୟ ହୁଅନ୍ତୁ ବୋଲି।