Advertisment

ଏମାନେ ହେଲେ ବଲିଉଡ୍‌ର ୮ ଦେଶୀ ସୁପର୍‌ହିରୋ

ଏବେ ଚାଲିଛି ସୁପର୍‌ହିରୋ ଟ୍ରେଣ୍ଡ୍। ୯୦ ଦଶକରେ ଟିଭି ପରଦାରେ ରାଜ୍ କରିଥିବା ଦେଶୀ ସୁପର୍‌ହିରୋ ‘ଶକ୍ତିମାନ’କୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ପୂର୍ବରୁ ମଧ୍ୟ ବଲିଉଡରେ ଅଛନ୍ତି ଅନେକ ସୁପରହିରୋ। ଆସନ୍ତୁ ନଜର ପକେଇବା ଏହି ୮ ଜଣଙ୍କ ଉପରେ।

author-image
Pramod Behera
Top Indian superheroes of bollywood

Top Indian superheroes of bollywood

ନୂଆଦିଲ୍ଲୀ: ହଲିଉଡ୍‌ରେ ସୁପରହିରୋ ଆଧାରିତ ଫିଲ୍ମର ଧାରା ଖୁବ ଜବରଦସ୍ତ ଚାଲିଛି। ସୁପର୍‌ମ୍ୟାନ୍, ବ୍ୟାଟ୍‌ମ୍ୟାନ୍, ଆଣ୍ଟ୍‌-ମ୍ୟାନ୍, ସ୍ପାଇଡର୍-ମ୍ୟାନ୍, ଆଭେଞ୍ଜର୍ସ ପୂରା ସିରିଜ୍ ଏ ସବୁର ଉଦାହରଣ। ତେବେ ଏହାର ତାଲିକା କରିବା ସମ୍ଭବ ନୁହେଁ। କିନ୍ତୁ ବଲିଉଡ୍ କଥା ଦେଖିଲେ ସୁପରହିଟ୍ ଆଧାରିତ ଫିଲ୍ମ ଖୁବ୍ କମ ଦେଖାଯାଏ। କମ୍ ହେଲେ ମଧ୍ୟ ଅଧିକାଂଶ ଫିଲ୍ମ ବକ୍ସ ଅଫିସ୍‌ରେ ଜମେଇକି ହିଟ୍ ହୋଇଛି।

Advertisment

ବିଶେଷ କଥା ହେଉଛି ପ୍ରତ୍ୟେକ ସୁପରହିରୋ ମଧ୍ୟ ଜଣେ ସାଧାରଣ ମଣିଷ ପରି ଭାବପ୍ରବଣ। କିନ୍ତୁ ଯେତେବେଳେ ସୁପର ପାୱାର୍ ଦେଖାଇବାର ସମୟ ଆସେ, ସେତେବେଳେ ସେମାନେ କାହାଠାରୁ କମ୍ ପଡନ୍ତି ନାହିଁ। ଏମାନଙ୍କ ମଧ୍ୟରୁ ଅନେକ ସୁପରହିରୋ ସିନେମାରେ କମାଲ୍ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏମିତି କିଛି ସୁପରହିରୋଙ୍କ ବିଷୟରେ ଯେଉଁମାନେ ବଲିଉଡ୍‌ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି।

କ୍ରିସ୍:

‘କ୍ରିସ୍’ ଫିଲ୍ମର ଦୁଇଟି ପାର୍ଟ ଆସିସାରିଛି। ଉଭୟରେ ହ୍ରିତିକ ରୋଶନ ଏକ ସୁପରହିରୋ ଭୂମିକାରେ ଅଭିନୟ କରିଛନ୍ତି। ଦୁନିଆକୁ ବଞ୍ଚାଇବା ଏବଂ କାଲ ପରି ଜଣେ ଶକ୍ତିଶାଳୀ ଖଳନାୟକକୁ ମାରିବା ନେଇ ସେ ଶପଥ ନେଇଥାନ୍ତି। ବର୍ତ୍ତମାନ ଏହାର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଚାଲିଛି।

Advertisment

ରା ୱନ୍:

ଭିଡିଓଗେମ୍‌ରୁ ବାହାରିଥିଲା ଏକ ଅନନ୍ୟ ସୁପରହିରୋ, ଯାହା ପାଖରେ ଭାବନା ଥିଲା ଓ ହୃଦୟ ବି। କିନ୍ତୁ ଏହା ତା’ର ଦୁର୍ବଳତା ନୁହେଁ ବରଂ ଶକ୍ତି ଥିଲା। ଯଦିଓ ଶାହାରୁଖ ଖାନଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ସେପରି କିଛି କମାଲ କରିପାରି ନଥିଲା, ଏହା କିନ୍ତୁ ପିଲାମାନଙ୍କୁ ଖୁବ୍ ମନୋରଂଜନ କରିଥିଲା।

ରୋବୋଟ୍:

ରଜନୀକାନ୍ତଙ୍କ ଏହି ସୁପରହିରୋ ଅବତାର ମଧ୍ୟ ଦର୍ଶକଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ହାସଲ କରିଥିଲା। ଚେଟ୍ଟୀର ରୋବୋଟ୍‌ରୁ ଏକ ସୁପର ଭିଲେନ୍ ହେବା ଏବଂ ପରେ ସୁପରହିରୋ ହେବାର କାଳ୍ପନିକ କାହାଣୀ ହୃଦୟକୁ ଖୁବ୍ ଛୁଇଁଥିଲା।

୨.୦:

କହିବାକୁ ଗଲେ ଏହା ରୋରୋଟ୍‌ର ଏକ ସିକ୍ୱେଲ୍ ଥିଲା କିନ୍ତୁ ଏହାକୁ ‘୨.୦’ ନାମରେ ମୁକ୍ତିଲାଭ କରାଯାଇଥିଲା। ଏହି ଫିଲ୍ମରେ ସୁପରହିରୋ ଚେଟ୍ଟୀ ରୋବୋଟ୍ ସହିତ ସୁପର ଭିଲେନ୍ ବାର୍ଡମ୍ୟାନ୍‌ର ମୁହାଁମୁହିଁ ହୋଇଥିଲା। ଏଥିରେ ଅକ୍ଷୟ କୁମାର ରଜନୀକାନ୍ତଙ୍କ ସାମ୍ନାରେ ଏକ ନକାରାତ୍ମକ ଭୂମିକା ନେଇ ଆସିଥିଲେ। ଉଭୟଙ୍କୁ ଏକ ଭିନ୍ନ ସୁପର ଚରିତ୍ରର ଦମଦାର ଲଢେଇ ସହିତ ଦେଖିବାକୁ ମିଳିଥିଲା।

ଦ୍ରୌଣ:

ପୁରାଣରୁ ଆସିଥିବା ‘ଦ୍ରୌଣ’ ଏକ ସୁପରହିରୋର କାହାଣୀ। ଅଭିଷେକ ବଚ୍ଚନ ହେଉଛନ୍ତି ଏହି ଫିଲ୍ମର ସୁପରହିରୋ। ଏହି ଫିଲ୍ମଟି ଏକ ମାର୍ଶାଲ ଆର୍ଟର କାହାଣୀ କୁହେ। ଏଥିରେ ଅଭିଶେକଙ୍କ ଦମଦାର ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଥିଲା।

ମି. ଇଣ୍ଡିଆ:

‘କରତେ ହୈ ହମ୍‌ ପ୍ୟାର୍ ମିଷ୍ଟର୍‌ ଇଣ୍ଡିଆ ସେ’। ଯେତେବେଳେ ‘ମି. ଇଣ୍ଡିଆ’ ଭାବରେ ଅନୀଲ କପୁର ପରଦାକୁ ଆସିଲେ, ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଗୀତରେ ତାଙ୍କୁ ଭଲ ପାଇବା ଦେଲେ। ଯଦିଓ ଏହି ଚରିତ୍ରଟି ଜଣେ ସାଧାରଣ ମଣିଷର ଥିଲା, କିନ୍ତୁ ଅଦୃଶ୍ୟ ହେବାର ଦୃଶ୍ୟ ତାଙ୍କୁ ଏକ ସୁପରହିରୋ କରିଦେଲା। ଏହି ଫିଲ୍ମରେ ସେ ଏକ ଗ୍ୟାଜେଟ୍ ଘଣ୍ଟା ପିନ୍ଧିବା ମାତ୍ରେ ସୁପରହିରୋ ହୋଇ ଉଭା ହୋଇଯାଉଥିଲେ। ସେ କେବଳ ଲାଲ୍ ଆଲୋକରେ ଦେଖାଯାଉଥିଲେ। ଏହି ଅଦୃଶ୍ୟ ସୁପରହିରୋ ଦୁର୍ନୀତି ବିରୋଧରେ ଲଢୁଥିବା ନଜର ଆସିଥିଲେ।

ତୁଫାନ୍:

Top Indian superheroes of bollywoodଅମିତାଭ ବଚ୍ଚନ ଅଭିନୀତ ତୁଫାନ୍

ଅଶୀ ଦଶକରେ ଆସିଥିବା ଏହି ଚଳଚ୍ଚିତ୍ରଟି ଏକ ସୁପରହିରୋର କାହାଣୀ ହୋଇଥିବା ବେଳେ ଏହା ଏକ ପ୍ରତିଶୋଧମୂଳକ ଡ୍ରାମା। ଏହା ସେତେବେଳେ ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା। ଶତାବ୍ଦୀର ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଡବଲ ରୋଲ୍‌ରେ ଦେଖିବାକୁ ମିଳିଥିଲା। ଜଣେ ସୁପରହିରୋକୁ ଧନୁତୀର ବ୍ୟବହାର କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଜଣେ ଯାଦୁଗର ଥିଲା। ଏ ଫର୍ମୁଲା ୮୦ ଦଶକରେ ସଫଳ ହୋଇ ନଥିଲା।

ଫ୍ଲାଇଙ୍ଗ୍ ଜାଟ୍:

ଏହି ଫିଲ୍ମରେରେ ଟାଇଗର ଶ୍ରଫ୍ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅଭିନୟ କରିବା ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସୁପରହିରୋ ଦୁନିଆକୁ ରକ୍ଷା କରୁଥିବା ବେଳେ ପରିବେଶ ସ୍ୱଚ୍ଛତାକୁ ମଧ୍ୟ ରକ୍ଷାକରିବା ଦେଖିବାକୁ ମିଳିଥିଲା। ଏହି ସୁପର୍‌ହିରୋକୁ ପିଲାମାନେ ଖୁବ୍ ପସନ୍ଦ କରିଥିଲେ।

Bollywood Superheroes
Advertisment
Advertisment