Advertisment

‘KGF2’ ପାଇଁ ଘୁଞ୍ଚିଲା ‘ଲାଲ୍ ସିଂହ ଚଢ଼ା’ ରିଲିଜ୍

ରିଲିଜ୍ ହେବାକୁ ଯାଉଛି KGF2। ଏବେ ଭୟରେ ସବୁ ନିର୍ମାତା। ସାଉଥ୍ ଠାରୁ ଆରମ୍ଭ କରି ହିନ୍ଦି ଯାଏଁ କୌଣସି ବି ଷ୍ଟାର୍‌ କିମ୍ବା ପ୍ରଯୋଜନା ସଂସ୍ଥା ନିଜ ସିନେମାକୁ ୧୪ ଏପ୍ରିଲରେ ରିଲିଜ୍ କରାଇବାକୁ ଇଚ୍ଛା ପ୍ରକାଶ କରି ନାହାଁନ୍ତି। କାହିଁକି ଏତେ ଭୟ!

author-image
Prasanjit Ray
Exchanged the release date of Lal Singh Chaddha for KGF2

Exchanged the release date of Lal Singh Chaddha for KGF2

'ୱ ସିକନ୍ଦର ହେ, ଯୋ ହର୍ ବାଜି କୋ ଜିତ୍ ତା ହେ'... ଆଉ ଏଠି ସିକନ୍ଦର ହେଉଛନ୍ତି ରକି ଭାଇ ମାନେ ଏବେ ପାନ୍ ଇଣ୍ଡିଆର ସବୁଠୁ ବଡ଼ ସୁପରଷ୍ଟାର ୟାଶ୍। କାରଣ, ୟଶଙ୍କ ରିଲିଜ୍ ହେବାକୁ ଥିବା ବହୁ ପ୍ରତିକ୍ଷିତ ଫିଲ୍ମ KGF2 ସାମ୍ନାରେ ଏବେ କେହି ବି ଫିଲ୍ମ୍ ରିଲିଜ୍ କରିବେନି। ନା ଆମୀର ନା ରାଜମୋଲି।

Advertisment

ସାଉଥ୍ ଠୁ ଆରମ୍ଭ କରି ହିନ୍ଦି ଯାଏଁ କୌଣସି ବି ଷ୍ଟାର୍‌ କିମ୍ବା ପ୍ରଯୋଜନା ସଂସ୍ଥା ନିଜ ସିନେମାକୁ ୧୪ ଏପ୍ରିଲରେ ରିଲିଜ୍ କରାଇବାକୁ ଇଚ୍ଛା ପ୍ରକାଶ କରି ନାହାଁନ୍ତି। ଖାଲି ୧୪ ଏପ୍ରିଲ ନୁହେଁ ଏହାର ଗୋଟିଏ ଦୁଇ ଦିନ ଆଗ ପଛରେ ବି ସେପରି କୌଣସି ହିନ୍ଦି କିମ୍ବା ବଡ଼ ପାନ୍ ଫିଲ୍ମ୍ ରିଲିଜ୍ ହେଉନି।

ଆମୀରଙ୍କ 'ଲାଲ୍ ସିଂହ ଚଢ଼ା' ଏପ୍ରିଲ ୧୪ରେ ରିଲିଜ୍ ହେବା ନେଇ ପୂର୍ବରୁ ଘୋଷଣା ହୋଇଥିଲା। ଏପରି କି, ପଞ୍ଜାବୀଙ୍କ ପର୍ବ ବୈଶାଖି ଥିବାରୁ ଏହି ଦିନରେ ସିନେମା ଭଲ ବ୍ୟବସାୟ କରିବ ବୋଲି ଆଶା ବି କରାଯାଉଥିଲା। ଆମୀର ଫିଲ୍ମ୍ ରିଲିଜ୍ ଡେଟ୍ ଘୁଞ୍ଚେଇବେ ନାହିଁ ବୋଲି କହିଥିଲେ। ହେଲେ ହଟାତ୍ ଏବେ 'ଲାଲ୍ ସିଂହ ଚଢ଼ା' ରିଲିଜ୍‌କୁ ଘୁଞ୍ଚାଇ ଦିଆଯାଇଛି।

Advertisment

ଅଗଷ୍ଟ ୧୧ରେ ବଡ଼ ପରଦାରେ ଆସିବ ଲାଲ୍ ସିଂହ ଚଢ଼ା। ୟା ମାନେ, KGF2 ରାସ୍ତାରେ ଏବେ କୌଣସି ବଡ଼ ଫିଲ୍ମ୍ ରିଲିଜ୍ ହେବନି। ରକି ଭାଇ (ୟଶ୍)ଙ୍କ ସିନେମା ଆଗରେ କେହି ବି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏପରିକି ଆମୀର ବି ନିଜ ଫିଲ୍ମ ରିଲିଜ୍ କରାଇବାକୁ ଉଚିତ୍ ମନେ କଲେନି। ଆମୀରଙ୍କ ଶେଷ ଫିଲ୍ମ Thugs Of Hindustan ୨୦୧୮ରେ ରିଲିଜ୍ ହୋଇଥିଲା। ୪ ବର୍ଷ ପରେ ନୂଆ ସିନେମା ଆସିବା ସତ୍ତ୍ୱେ KGF2 ସମ୍ମୁଖରେ ରିଲିଜ୍ କରାଇବାକୁ ସାହାସ ଜୁଟାଇ ପାରିଲେନି ପ୍ରଯୋଜନା ସଂସ୍ଥା। ଏହା ପୂର୍ବରୁ ନିର୍ଦ୍ଦେଶକ ରାଜମୋଲି ବି RRRକୁ ଆଗୁଆ ରିଲିଜ୍(ମାର୍ଚ୍ଚ ୨୫) କରୁଛନ୍ତି।

Exchanged the release date of Lal Singh Chaddha for KGF2 KGF2 ପାଇଁ ଘୁଞ୍ଚିଲା ଲାଲ୍ ସିଂହ ଚଢ଼ା ରିଲିଜ୍

ହେଲେ 'ଲାଲ୍ ସିଂହ ଚଢ଼ା' ପାଇଁ ଏତେ ସହଜ ହେବନି ବାଟ। କାରଣ, ସେଦିନ ରିଲିଜ୍ ହେଉଛି ଅକ୍ଷୟ କୁମାରଙ୍କ ନୂଆ ସିନେମା ‘ରକ୍ଷା ବନ୍ଧନ’। ଆନନ୍ଦ ଲାଲଙ୍କ ଏହି ସିନେମାରେ ଅକ୍ଷୟ ଚାରି ଭଉଣୀଙ୍କ ଭାଇ ଭାବେ ଅଭିନୟ କରିଛନ୍ତି। ଅକ୍ଷୟଙ୍କ ସେପାରେଟ୍ ଫ୍ୟାନ୍‌ ବେସ୍ ଥିବାରୁ 'ଲାଲ୍ ସିଂହ ଚଢ଼ା' ଓ ‘ରକ୍ଷା ବନ୍ଧନ’ ମଧ୍ୟରେ କଡ଼ା ଫାଇଟ୍ ହେବ। ସେ ଯାହା ହେଉ, KGF2 ରିଲିଜ୍ ପୂର୍ବରୁ ଯଦି, ସମସ୍ତ ବଲିଉଡ୍ ଷ୍ଟାର୍‌ଙ୍କ ମନରେ ଏତେ ଛନକା ତେବେ ରିଲିଜ୍ ପରେ କ’ଣ ହେବ ତାହା ଆଗାମୀ ସମୟ କହିବ।

Bollywood
Advertisment
Advertisment