ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ। ୬୯ ବର୍ଷ ବୟସରେ ମୁମ୍ବାଇରେ ବାପି ଲାହିରିଙ୍କ ପରଲୋକ ହୋଇଛି। ବଲିଉଡର ଡିସ୍କୋ କିଙ୍ଗ ଭାବେ ସେ ବେସ୍ ପରିଚିତ ଥିଲେ । ଚଲ୍ତେ ଚଲ୍ତେ, ଡିସ୍କୋ ଡ୍ୟାନ୍ସର, ଶରାବି ଭଳି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ କରିଥିଲେ ।
Also Read
ବଲିଉଡର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ବିୟୋଗ । ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ । ତାଙ୍କୁ ମାତ୍ର ୬୯ ବର୍ଷ ବୟସ ହୋଇଥିଲା । ସଂଗୀତ ନିର୍ଦ୍ଦେଶନା ଦେବା ସହିତ ସେ ନିଜେ ଗୀତ ମଧ୍ୟ ଗାଉଥିଲେ। ବଲିଉଡରେ ଏକ ନୂଆ ଧାରା ଆରମ୍ଭ କରିଥିଲେ ବାପି ଲାହିରି ।
ଅଶି ଦଶକ ଆରମ୍ଭରେ ଡିସ୍କୋ ଟ୍ରେଣ୍ଡ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ବିୟୋଗରେ ବଲିଉଡ ସହିତ ସଂଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ହୋଇଛି । ବହୁ ବିଶିଷ୍ଟ ବ୍ୟକ୍ତି ବାପି ଲାହିରିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, କିଛି ଦିନ ଆଗରୁ ସେ କୋଭିଡରେ ପୀଡ଼ିତ ଥିଲେ । ସେଥିରୁ ଭଲ ହୋଇଥିଲେ ମଧ୍ୟ ତାଙ୍କୁ ଅକ୍ସିଜେନ ଦରକାର ହେଉଥିଲା । ଗତକାଲି ହଠାତ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡିସ୍କୋ କିଙ୍ଗ୍ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି । କାରଣ ବାପିଙ୍କ ପୁଅ ଆମେରିକାରେ ଅଛନ୍ତି । ସେ ଆସିବା ପରେ ଶେଷକୃତ୍ୟ ହେବ ବୋଲି ଶୁଣିବାକୁ ମିଳିଛି ।