Advertisment

କ’ଣ ଏହି ଅବଷ୍ଟ୍ରକ୍‌ଟିଭ୍ ସ୍ଲିପ୍ ଆପ୍ନିଆ, ଯାହା ବପ୍ପି ଦା’ଙ୍କ କାଳ ହେଲା

ବଲିଉଡ୍‌ର କିମ୍ବଦନ୍ତୀ ସଂଗୀତକାର ବପ୍ପି ଲାହିରି ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ନେଇ ଆଜି ଶୋକରେ ବାସିଯାଇଛି ବଲିଉଡ୍ ଦୁନିଆ। ଅବଷ୍ଟ୍ରକ୍‌ଟିଭ୍ ସ୍ଲିପ୍ ଆପ୍ନିଆ ତାଙ୍କ ମୃତ୍ୟୁର କାରଣ ହୋଇଥିବା କୁହାଯାଉଥିବା ବେଳେ କ’ଣ ଏହି ସମସ୍ୟା ଆସନ୍ତୁ ଜାଣିବା?

author-image
Pramod Behera
What is Obstructive Sleep Apnea that cause the death of Bappi Lahiri

What is Obstructive Sleep Apnea that cause the death of Bappi Lahiri

ବଲିଉଡ୍‌ର ଡିସ୍କୋ କିଙ୍ଗ୍ ବପ୍ପି ଲାହିରି ଓରଫ୍ ବପ୍ପି ଦା ୭୦-୮୦ ଦଶକରେ ବଲିଉଡ୍ ମ୍ୟୁଜିକ୍‌ର ଚିରାଚରିତ ଧାରାକୁ ଭାଙ୍ଗି, ଡିସ୍କୋ ଟ୍ରେଣ୍ଡ୍ ଆରମ୍ଭ କରିଥିଲେ। ବପ୍ପି ଲାହିରିଙ୍କ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠରୁ ଜନ୍ମ ନେଇଛି ଅନେକ ଏଭରଗ୍ରୀନ୍ ଗୀତ। କେବଳ ଦେଶ ନୁହେଁ, ଜିମ୍ମି ଜିମ୍ମି ଭଳି ଗୀତ ତାଙ୍କୁ ବିଶ୍ୱ ସ୍ତରରେ ମଧ୍ୟ ଆଣିଦେଇଥିଲା ଅନେକ ଖ୍ୟାତି।

Advertisment

ଏହି କିମ୍ବଦନ୍ତୀ ପୁରୁଷଙ୍କର ଗତରାତିରେ ମୁମ୍ବାଇରେ ପରଲୋକ ହେବା ପରେ ଶୋକରେ ବୁଡ଼ିଛି ବଲିଉଡ୍। ତାଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ବଡ଼ ବଡ଼ କଳାକାର। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସେଲିବ୍ରିଟି ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବପ୍ପି ଲାହିରିଙ୍କର ଗୀତ ଭଳି, ତାଙ୍କ ଲୁକ୍ ବି ନିଆରା ଥିଲା। ବେକରେ ୬-୭ଟି ମୋଟା ସୁନା ଚେନ୍ ନ ପକାଇଲେ ଘରୁ ଗୋଡ଼ କାଢ଼ୁ ନଥିଲେ ବପ୍ପି ଦା। ସୁନାକୁ ସେ ଲକିଚାର୍ମ ବୋଲି ଭାବୁଥିଲେ। କୋଲକାତାର ଏକ ଖ୍ୟାତନାମା ସଙ୍ଗୀତକାର ଦଂପତିଙ୍କ ଏକମାତ୍ର ସନ୍ତାନ ଆଲୋକେଶ ଲାହିରି ଓରଫ୍ ବପ୍ପିଙ୍କ ପାଇଁ ବଲିଉଡ୍‌ରେ ପାଦ ଜମାଇବା ସେତେ କଠିନ ନଥିଲା। କ୍ୟାରିୟର୍ ଆରମ୍ଭରୁ ହିଁ ତାଙ୍କ ନିର୍ଦ୍ଦେଶନାରେ ଗୀତ ଗାଇଥିଲେ ପୂର୍ବ ପରିଚିତା ଲତା ମଙ୍ଗେସ୍‌କର ଏବଂ ସଂପର୍କୀୟ ମାମୁଁ କିଶୋର କୁମାର।

Advertisment

ଲତା ନଥିଲେ ସେ ବି ପ୍ରତିଯୋଗିତା ସୁଅରେ ଧୋଇଯାଇଥାନ୍ତେ ବୋଲି ନିଜେ ବପ୍ପି ଦା ମଧ୍ୟ ସ୍ୱୀକାର କରୁଥିଲେ। ଆଉ ସଂଯୋଗ ଦେଖନ୍ତୁ ଲତାଙ୍କ ଦେହାନ୍ତ କେଇ ଦିନ ପରେ ତାଙ୍କ ପଛେ ପଛେ ବପ୍ପି ଦା ବି ବାହୁଡ଼ି ଗଲେ ଅଫେରା ରାଇଜକୁ।

ତେବେ କ’ଣ ଏହି ଅବଷ୍ଟ୍ରକ୍‌ଟିଭ୍ ସ୍ଲିପ୍ ଆପ୍ନିଆ, ଯାହା ନେଇଗଲା ବପ୍ପି ଲାହିରିଙ୍କ ଜୀବନ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଏକ ନିଦ ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା। ଅନେକ ଲୋକ ଏଥିରେ ପୀଡ଼ିତ ଥିଲେ ବି, ସେ ସଂପର୍କରେ ସହଜରେ ଜାଣିପାରି ନଥାନ୍ତି। ଏହି ସମସ୍ୟା ଦେଖାଦେଲେ, ଶୋଇବା ଅବସ୍ଥାରେ ବହୁଥର ଲୋକଙ୍କର ଶ୍ୱାସକ୍ରିୟା କିଛି ସେକେଣ୍ଡରୁ କିଛି ମିନିଟ୍ ଯାଏଁ ବନ୍ଦ ହୋଇଯାଏ, ଏବଂ ପୁଣି ଆପେ ଆପେ ସାଧାରଣ ଅବସ୍ଥାକୁ ଆସେ। ମେଦବହୁଳତା ବା ମୋଟାପା ଏହାର ପ୍ରମୁଖ କାରଣ ଏବଂ ପ୍ରତି ରାତିରେ ଜୋର୍‌ରେ ଘୁଙ୍ଗୁଡ଼ି ମାରିବା ଏହାର ମୁଖ୍ୟ ଲକ୍ଷଣ।

Bollywood
Advertisment
Advertisment