Advertisment

ପ୍ରେମର ଦିନରେ ସବୁଦିନ ପାଇଁ ନିଜର ହୋଇଥିଲେ ବଲିଉଡ୍‌ର ଏହି ଦମ୍ପତି

ଭାଲେନ୍‌ଟାଇନ୍ ଡେ’ ଦମ୍ପତି ଓ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ହୋଇ ଆସିଥାଏ। ଏହି ଦିନ କେତେକ ନିଜର ମନର କଥାକୁ ମନ ମଣିଷ ଆଗରେ ପ୍ରକାଶ କରିଥାନ୍ତି ତ ପୁଣି କେତେକେ ପରସ୍ପରଙ୍କୁ ସବୁଦିନ ପାଇଁ ନିଜର କରି ନେଇଥାନ୍ତି। ବଲିଉଡର୍ ମଧ୍ୟ ସେମିତି କିଛି ଦମ୍ପତି ଅଛନ୍ତି, ଯେଉଁମାନେ ଏହି ଦିନ ବିବାହ କରିଥିଲେ। ଆସନ୍ତୁ ଜାଣିବା…

author-image
Pramod Behera
These bollywood couples married on valentine day

These bollywood couples married on valentine day

ଫେବୃଆରୀ ମାସ ଦମ୍ପତି ଓ ପ୍ରେମୀଯୁଗଳଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଏହି ମାସକୁ ପ୍ରେମର ମାସ କୁହାଯାଏ। ଏହି ମାସର ଭାଲେଣ୍ଟାଇନ୍ ଡେରେ ଲୋକମାନେ ପରସ୍ପରକୁ ନିଜର ପ୍ରେମ ବ୍ୟକ୍ତ କରନ୍ତି ଏବଂ ପରସ୍ପରକୁ ସମର୍ଥନ କରିବାକୁ ପ୍ରତିଜ୍ଞା କରନ୍ତି। ଫେବୃଆରୀ ୭ରୁ ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭ ହେଉଥିବ ବେଳେ ଫେବୃଆରୀ ୧୪ ପର୍ଯ୍ୟନ୍ତ ଚାଲେ। ଏହି ସମୟ ଅନେକ ପ୍ରେମୀଙ୍କୁ ଯୋଡି ଦେଇଥାଏ।

Advertisment

ପ୍ରେମର ଦିନକୁ ଆଖି ଆଗରେ ରଖି ଅନେକ ଲୋକ ମଧ୍ୟ ଏହି ଦିନ ବିବାହ କରନ୍ତି। ବଲିଉଡ୍‌ର ଏପରି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ଫେବୃଆରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ ଡେ’ରେ ହିଁ ପରସ୍ପରକୁ ବିବାହ କରିଥିଲେ ଏବଂ ଜୀବନସାରା ଏକାଠି ରହିବାକୁ ପ୍ରତିଜ୍ଞା କରିଥିଲେ। ତେବେ ଆସନ୍ତୁ ଭାଲେଣ୍ଟାଇନ୍‌ର ଏହି ବିଶେଷ ଅବସରରେ ଜାଣିନେବା ବଲିଉଡ୍‌ର ସେହି ଦମ୍ପତିମାନଙ୍କ ବିଷୟରେ ଯେଉଁମାନେ ଏହିଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ରାମ କପୁର-ଗୌତମ କପୁର:

ଅଭିନେତା ରାମ କପୁର ଓ ଗୌତମ ଗାଡଗିଲ ଟିଭି ଜଗତରୁ ବଲିଉଡ୍‌ ପର୍ଯ୍ୟନ୍ତ ଏକ ଆଦର୍ଶ ଦମ୍ପତି ଭାବରେ ଜଣାଶୁଣା। ଦୁହେଁ ଟିଭି ଶୋ 'ଘର୍‌ ଏକ୍ ମନ୍ଦିର୍'ର ସେଟ୍‌ରେ ସାକ୍ଷାତ ହୋଇଥିଲେ ଏବଂ ଏହି ସମୟ ମଧ୍ୟରେ ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ। ଏହା ପରେ, ଦୁହେଁ ୨୦୦୩ ମସିହାରେ ଫେବୃଆରୀ ୧୪ରେ ବିବାହ କରିଥିଲେ ଏବଂ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରକୁ ସବୁଦିନ ପାଇଁ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

Advertisment

ଅର୍‌ଶଦ ୱାରସୀ-ମାରିଆ ଗୋରେଟି:

ବଲିଉଡ୍‌ ଅଭିନେତା ଅର୍‌ଶଦ ୱାରସୀ ଓ ମାରିଆ ଗୋରେଟି ଏକ କଲେଜ ଫେଷ୍ଟିଭାଲରେ ସାକ୍ଷାତ ହୋଇଥିଲେ ଯେଉଁଠାରେ ମାରିଆ ପ୍ରତିଯୋଗୀ ଏବଂ ଅର୍‌ଶଦ ବିଚାରପତି ଥିଲେ। ଏଇଠୁ ସେମାନଙ୍କ ପ୍ରେମ ସମ୍ପର୍କ ତିଆରି ହୋଇଥିଲା। ୧୯୯୯ ମସିହା ଫେବୃଆରୀ ୧୪ ରେ ସେମାନେ ବିବାହ କରିଥିଲେ ଏବଂ ସବୁଦିନ ପାଇଁ ପରସ୍ପରଙ୍କ ହୋଇଯାଇଥିଲେ।

ରୁଷଲାନ୍ ମମତାଜ୍-ନିରାଲି ମେହେଟ୍ଟା:

These bollywood couples married on valentine dayରୁଷଲାନ୍ ମମତାଜ୍-ନିରାଲି ମେହେଟ୍ଟା

ଭାଲେଣ୍ଟାଇନ୍ ଦିବସରେ ବଲିଉଡ୍‌ ଅଭିନେତା ରୁସଲାନ ମମତାଜ ମଧ୍ୟ ନିରାଲୀ ମେହେଟ୍ଟାଙ୍କୁ ବିବାହ କରିଥିଲେ। ଦୁହେଁ ଏକ ନୃତ୍ୟ ଏକାଡେମୀରେ ଭେଟି ପରସ୍ପରକୁ ହୃଦୟ ଦେଇଥିଲେ। ଦୀର୍ଘ ଦିନ ଧରି ସେମାନେ ପରସ୍ପରକୁ ଡେଟ୍‌ କରିବା ପରେ ରୁଷଲାନ ମମତାଜ ଏବଂ ନିରଲୀ ମେହେଟ୍ଟା ୨୦୧୪ ଫେବୃଆରୀ ୧୪ରେ ବିବାହ କରିଥିଲେ। ଉଭୟ ମଧ୍ୟ ଏକ ସନ୍ତାନର ପିତାମାତା ହୋଇଛନ୍ତି।

ମନ୍ଦିରା ବେଦୀ-ରାଜ କୌଶଲ:

ଏହିଦିନ ବଲିଉଡ’ ଅଭିନେତ୍ରୀ ମନ୍ଦିରା ବେଦୀ ଓ ରାଜ କୌଶଲ ମଧ୍ୟ ପରସ୍ପରକୁ ବିବାହ କରିଥିଲେ। ଦୁହେଁ ପ୍ରଥମ ଥର ପାଇଁ ଏକ ଅଡିସନ୍‌ ସମୟରେ ସାକ୍ଷାତ ହୋଇଥିଲେ। ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ବିବାହ କରିଥିଲେ। ଗତ ବର୍ଷ ରାଜଙ୍କର ଦେହାନ୍ତ ହୋଇଥିଲା। ଆଜି ସେମାନଙ୍କର ୨୩ତମ ବିବାହ ବାର୍ଷିକୀ ଥିବାରୁ ମନ୍ଦିରା ସେମାନଙ୍କ ବିବାହର ଏକ ଫଟୋ ଶେୟାର କରିଛନ୍ତି।

Bollywood
Advertisment
Advertisment