Advertisment

ହଠାତ୍‌ ନେପୋଟିଜିମ୍‌କୁ ନେଇ ବଦଳିଗଲା ପଙ୍ଗା କୁଇନ୍‌ଙ୍କ ସ୍ୱର, କହିଲେ ମୋର କିଛି ଅସୁବିଧା ନାହିଁ..

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରଣାୱତ ବଲିଉଡରେ ପରିବାରବାଦ୍‌କୁ ନେଇ ଟାର୍ଗେଟ୍‌ କରିଥିଲେ । ଏନେଇ ଏକ ବଡ଼ ବିତର୍କ ବି ଆରମ୍ଭ ହୋଇଥିଲା ।

author-image
Satyendu Shekher Mishra
undefined

Kangana Ranaut received Padma Shree award

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ କଙ୍ଗନା ରଣାୱତ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ, ଯିଏ କି ନେପୋଟିଜିମ୍‌ ବିରୋଧରେ ଖୋଲାଖୋଲି ଭାବେ ନିଜର ରାୟ ଦେଇଥିଲେ । ଏମିତିକି କରନ ଜୋହରଙ୍କଠାରୁ ହ୍ରିତିକ ରୋଶନଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରିଥିଲେ କଙ୍ଗନା । କିନ୍ତୁ ଏବେ ଏହି ପ୍ରସଙ୍ଗରେ 'ପଙ୍ଗା କୁଇନ୍‌’ଙ୍କର ସ୍ୱର ସଂପୂର୍ଣ୍ଣ ବଦଳି ଯାଇଛି । ଏକତା କପୁରଙ୍କ ଶୋ’ 'ଲକ୍ ଅପ୍' ସହ ଯୋଡ଼ି ହେବା ପରେ କଙ୍ଗନାଙ୍କ ମତ ବଦଳି ଯାଇଛି ।

Advertisment

ନେପୋଟିଜିମ୍‌କୁ ନେଇ କଙ୍ଗନାଙ୍କର କୌଣସି ଅସୁବିଧା ନାହିଁ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରଣାୱତ ବଲିଉଡରେ ପରିବାରବାଦ୍‌କୁ ନେଇ ଟାର୍ଗେଟ୍‌ କରିଥିଲେ । ଏନେଇ ଏକ ବଡ଼ ବିତର୍କ ବି ଆରମ୍ଭ ହୋଇଥିଲା । କିନ୍ତୁ ଏବେ କଙ୍ଗନାଙ୍କର ସ୍ୱର ବଦଳିଯାଇଛି । ବଲିଉଡ୍‌ରେ ପରିବାରବାଦ୍‌ ବା ନେପୋଟିଜିମ୍‌କୁ ନେଇ ତାଙ୍କର ଆଉ କିଛି ବି ଅଭିଯୋଗ ନଥିବା ଭଳି ମନେ ହେଉଛି । କିଛି ଦିନ ହେବ କଙ୍ଗନାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହୁଛନ୍ତି, ନେପୋଟିଜିମ୍‌କୁ ନେଇ ତାଙ୍କର କୌଣସି ଅସୁବିଧା ନାହିଁ । ଏମିତିକି ବଲିଉଡ୍‌ରେ ନେପୋଟିଜିମ୍‌କୁ ନେଇ ତାଙ୍କର କେବେ କିଛି ଅସୁବିଧା ନଥିଲା ବୋଲି ସେ କହିଛନ୍ତି ।

'ପଙ୍ଗା କୁଇନ୍‌'ଙ୍କର ଏକ ଭିଡିଓ ତାଙ୍କ ଫ୍ୟାନ୍‌ ପେଜ୍‌ରେ ସେୟାର କରାଯାଇଛି, ଯାହାକି ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓଟି କୌଣସି ଏକ ସାକ୍ଷାତକାର ସମୟ ବୋଲି ଜଣାପଡ଼ୁଛି । ଯେଉଁଥିରେ କଙ୍ଗନା କହୁଛନ୍ତି, ନେପୋଟିଜିମ୍‌କୁ ନେଇ ତାଙ୍କର କେବେ ବି କୌଣସି ସମସ୍ୟା ନଥିଲା । କିନ୍ତୁ ଆଉଟ୍‌ସାଇଡର୍ସଙ୍କ ପାଇଁ ଯେଭଳି ଗ୍ୟାଙ୍ଗ୍‌ ତିଆରି ହୁଏ ତାହା ତାଙ୍କ ପାଇଁ ବଡ଼ ସମସ୍ୟା । ସେ ଏହି ଗ୍ୟାଙ୍ଗ୍‌ ଗଠନକୁ ବିରୋଧ କରନ୍ତି । କେବଳ ନେପୋଟିଜିମ୍‌ ଯୋଗୁଁ ହିଁ ଆଉଟ୍‌ସାଇଡର୍ସଙ୍କ ପାଇଁ ଗ୍ୟାଙ୍ଗ ତିଆରି ହେଉଛି । ଏହି ଦୁଇଟି ଭିନ୍ନ ପ୍ରସଙ୍ଗ । ଯଦି ଜଣେ ନିଜ କାମ ଶାନ୍ତିରେ ଏବଂ ଆରାମରେ କରୁଛି, ତେବେ ଏଥିରେ କାହାର କୌଣସି ସମସ୍ୟା ହେବା ଉଚିତ୍‌ ନୁହେଁ । କିନ୍ତୁ ସମସ୍ୟା ସେତେବେଳେ ଉପୁଜୁଛି ଯେତେବେଳେ କୁହାଯାଏ ଯେ, ଏହି ଅଭିନେତା ବାହାର ଦୁନିଆର । ତେଣୁ ତାଙ୍କ ପାଇଁ ଏଠି ସ୍ଥାନ ନାହିଁ । ସେ ଏଠାରେ ରହିବା ଉଚିତ୍ ନୁହେଁ । ଏଭଳି ମାନସିକତା ରଖୁଥିବା ଲୋକଙ୍କୁ ହିଁ ସେ ବିରୋଧ କରନ୍ତି । ଏକତା କପୁର କଦାପି ଏଭଳି ବୁଲି ଗ୍ୟାଙ୍ଗ୍‌ର ଅଂଶ ନୁହଁନ୍ତି ।

Advertisment

ଏକତା କପୁରଙ୍କ ଶୋ’ରେ କଙ୍ଗନା ରାଣାୱତ

କଙ୍ଗନା ଖୁବ୍‌ଶୀଘ୍ର OTT ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏକତା କପୁରଙ୍କ ଶୋ’ 'ଲକ୍ ଅପ୍'ରେ କଙ୍ଗନା ନଜର ଆସିବେ । ଯାହାକି ଫେବୃଆରୀ ୨୭ ରୁ OTT ପ୍ଲାଟଫର୍ମ MX ପ୍ଲେୟାର ଏବଂ ଆଲ୍ଟ ବାଲାଜୀରେ ପ୍ରସାରଣ ହେବ । ଏହି ଶୋ’ରେ ୧୬ ଜଣ ବିବାଦୀୟ ପ୍ରତିଯୋଗୀ ଲକ୍-ଅପରେ ବନ୍ଦ ରହିବେ । ଏହି ଶୋ’କୁ କଲର୍ସର ‘ବିଗ୍ ବସ୍’ ସହ ତୁଳନା କରାଯାଉଛି ।

Bollywood Kangna Ranawat
Advertisment
Advertisment