Advertisment

ସେ ଥିଲେ ବଲିଉଡ୍‌ର ‘ଅନ୍‌କିସ୍ଡ ଗର୍ଲ ଅଫ୍ ଇଣ୍ଡିଆ’

ବଲିଉଡ୍‌ର ନାମୀ ଅଭିନେତ୍ରୀମାନେ ଅନେକ ପ୍ରେମରେ ପଡୁଥିବା ଦେଖାଯାଏ। କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଥିଲେ ଯିଏ ବହୁତ ନାଁ କମେଇଥିଲେ କିନ୍ତୁ କୌଣସି ପୁରୁଷଙ୍କୁ ଛୁଇଁବାର ସୁଯୋଗ ଦେଉ ନଥିଲେ। ତେବେ ଆସନ୍ତୁ ଜାଣିବା କିଏ ସେ।

author-image
Pramod Behera
Actress Nimmi unkissed girl of India

Actress Nimmi unkissed girl of India

କୁହାଯାଏ ଯେ ଯଦି ଜଣେ ଅଧିକ ସମ୍ମାନ, ଖ୍ୟାତି ପାଇଯାଏ ସେ ଗର୍ବି ହୋଇଯାଏ, ତା’ର ପାଦ ତାଳେ ଲାଗେ ନାହିଁ। କିନ୍ତୁ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ, ତାଙ୍କଉ ଉପରବାଲା ସବୁ କିଛି ଦେଇଥିଲେ ବି ସେ ସବୁବେଳେ ନତ ମସ୍ତକ ଥିଲେ। ସେ ତାଙ୍କ ସମୟର ପ୍ରସିଦ୍ଧ ଅଭିନେତ୍ରୀ ନିମି ଥିଲେ। ନିମି ୧୯୩୩ ଫେବୃଆରୀ ୧୮ରେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ନବାବ ବାନୋ। ତାଙ୍କ ମା’ ୱାହିଦାନ୍ ଜଣେ ପ୍ରସିଦ୍ଧ ଗାୟକ ଓ ଅଭିନେତ୍ରୀ ଥିଲେ। ନିମିଙ୍କ ବାପା ସେନାବାହିନୀର ଜଣେ କଣ୍ଟ୍ରାକ୍ଟର ଥିଲେ। ଯେତେବେଳେ ନିମିଙ୍କୁ ୯ ବର୍ଷ ହୋଇଥିଲା ତାଙ୍କ ମାଙ୍କର ଦେହାନ୍ତ ହୋଇଥିଲା।

Advertisment

ନିମି ତାଙ୍କ ପିଲାଦିନକୁ ତାଙ୍କ ଜେଜେମା’ଙ୍କ ସହିତ ଅତିବାହିତ କରିଥିଲେ। ନିମି ବହୁତ କମ ବୟସରୁ ଫିଲ୍ମ ଦୁନିଆରେ ସଂଘର୍ଷ କରିବା ଆରମ୍ଭ କରିଥିଲେ। ସେ ରାଜ କପୁରଙ୍କ ଫିଲ୍ମ 'ବରସାତ୍ 'ରୁ ତାଙ୍କ ଫିଲ୍ମ ଜୀବନ ଆରମ୍ଭ କରିଥିଲେ। ଏଥିରେ ନିମିଙ୍କ କାମକୁ ସମସ୍ତେ ପସନ୍ଦ କରିଥିଲେ ଏବଂ ପରେ ତାଙ୍କ ପଛରେ ବଡ଼ ବଡ଼ ଫିଲ୍ମର ଲାଇନ୍ ଲାଗିଲା। ନିମି ନିଜ ଇଛା ଅନୁସାରେ ଫିଲ୍ମ ବାଛୁଥିଲେ। ସବୁ ଫିଲ୍ମକୁ ଭାବି ଚିନ୍ତି କରୁଥିଲେ। ନିର୍ଦ୍ଦେଶକମାନେ ଅନେକ ଦିନ ପର୍ଯ୍ୟନ୍ତ କେବଳ ତାଙ୍କ ହଁ କୁ ଅପେକ୍ଷା କରି ରହୁଥିଲେ।

ଦେଖୁ ଦେଖୁ ନିମି ବଲିଉଡ୍‌ର ଟପ୍ ହିରୋଇନ୍ ହୋଇଗଲେ। ନିର୍ମାତାମାନେ ତାଙ୍କୁ ତାଙ୍କ ଫିଲ୍ମରେ କାଷ୍ଟ୍‌ କରିବା ପାଇଁ ଧାଡ଼ି ବାନ୍ଧୁଥିଲେ। ୧୯୫୨ ମସିହାରେ ମେହବୁବ ଖାନ ତାଙ୍କ ଚଳଚ୍ଚିତ୍ର ‘ଆନ୍’ ପାଇଁ ତାଙ୍କୁ ଦସ୍ତଖତ କରିଥିଲେ। ଏଥିରେ ତାଙ୍କର ହିରୋ ଥିଲେ ଦିଲୀପ କୁମାର। ଏହି ଫିଲ୍ମ ଭାରତୀୟ ଇଣ୍ଡଷ୍ଟ୍ରିର ପ୍ରଥମ ରଙ୍ଗୀନ ଫିଲ୍ମ ଥିଲା।

Advertisment

୧୯୬୫ରେ ନିମି ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କ ନାମ ସୟଦ ଅଲି ରଜା, ଜଣେ ଜଣାଶୁଣା ଲେଖକ ଥିଲେ। ସେ ମଦର ଇଣ୍ଡିଆ ଚଳଚ୍ଚିତ୍ର ଲେଖିଥିଲେ। ଦୁହିଁଙ୍କର ଦାମ୍ପତ୍ୟ ଜୀବନ ଖୁସିରେ ଚାଲିଗଲା। ଯଦିଓ ଉଭୟଙ୍କର ସନ୍ତାନ ନ ଥିଲେ, ତେଣୁ ସେମାନେ ନିମିଙ୍କ ଭଉଣୀର ପୁଅକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ।

ଭାରତର ପ୍ରଥମ ରଙ୍ଗୀନ୍ ଚଳଚ୍ଚିତ୍ର ‘ଆନ୍’ ଲଣ୍ଡନରେ ପ୍ରିମିୟର୍ ହୋଇଥିଲା। ଏଥିପାଇଁ ମେହବୁବ ଖାନ ଏବଂ ନିମି ଲଣ୍ଡନ ଯାଇଥିଲେ। ଏହି ଅବସରରେ ଏରଲ୍ ଲେଜ୍‌ଲି ଥମ୍‌ସନ୍‌ ଫ୍ଲିନ୍‌ ମଧ୍ୟ ପହଞ୍ଚିଥିଲେ। ଫିଲ୍ମ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବାବେଳେ ଏରଲ୍ ନିମିଙ୍କ ହାତକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ନିମି ପଛକୁ ଘୁଞ୍ଚିଗଲେ ଆଉ କହିଲେ ଯେ ମୁଁ ଜଣେ ହିନ୍ଦୁସ୍ତାନୀ ଯୁବତୀ ଏବଂ ମୋ ସହିତ ଏସବୁ କରିପାରିବ ନାହିଁ। ପରଦିନ ଖବରକାଗଜରେ ଏହି ଖବର ‘ଦ ଅନ୍‌କିସ୍ଡ ଗର୍ଲ ଅଫ୍ ଇଣ୍ଡିଆ’ ନାମରେ ହେଡ୍‌ଲାଇନ୍‌ରେ ପରିଣତ ହୋଇଥିଲା।

ନିମି ଓ ମେହବୁବ ଖାନଙ୍କ ପରସ୍ପରଙ୍କ ସହ ଭଲ ଭାବ ଥିଲା। ଯେତେବେଳେ ମେହବୁବ ଖାନ ଫିଲ୍ମ 'ମଦର ଇଣ୍ଡିଆ' ତିଆରି କରୁଥିଲେ, ସେତେବେଳେ ସେ ଅର୍ଥ ସଙ୍କଟ ଦେଇ ଗତି କରୁଥିଲେ। ନିମି ଯେତେବେଳେ ଏ କଥା ଜାଣିଲେ, ସେ କିଛି ଟଙ୍କା ନେଇ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ। ମ୍ୟାନେଜର୍‌ଙ୍କୁ ଟଙ୍କା ଦେଇ କହିଲେ ଯେ ଏ ଫିଲ୍ମଟି ନିଶ୍ଚୟ ହେବ। ସେ ଏହା ମଧ୍ୟ କହିଥିଲେ ଯେ ଟଙ୍କା ସେ ଦେଇଥିବା କଥା ମେହବୁବ ସାହେବଙ୍କୁ ନ କହିବା ପାଇଁ।

୨୦୨୦ ମସିହାରେ ନିମିଙ୍କର ଦେହାନ୍ତ ହୋଇଥିଲା। ସେତେବେଳେ ତାଙ୍କୁ ୮୮ ବର୍ଷ ହୋଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଉପାନ୍ତ ଜୁହୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିମି ମଧ୍ୟ ରାଜ କପୁରଙ୍କ ପ୍ରଥମ ଆବିଷ୍କାର ବୋଲି କୁହାଯାଏ।

Bollywood
Advertisment
Advertisment