• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏକ ଭାରତ-ଶ୍ରେଷ୍ଠ ଭାରତ ଲକ୍ଷ୍ୟରେ ଅଗ୍ରସର ହେଉଛି ବିଜେପି । ଦେଶ ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ଦେଖାଯାଉଛି । ରାଜସ୍ଥାନର ଜୟପୁରରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି ।

ଏହି ଅବସରରେ ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେଇ ଆଗାମୀ ୨୫ ବର୍ଷ ପାଇଁ ଟାର୍ଗେଟ ରଖି କାର୍ଯ କରିବା ପାଇଁ ମୋଦି କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଭାଜପାର ମନ୍ତ୍ର- ସବ୍କା, ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ । ଏନଡିଏ ଗତ ୮ ବର୍ଷ ଭିତରେ ସେବା, ସୁଶାସନ ଓ ସାମାଜିକ ମଙ୍ଗଳକୁ ଗୁରୁତ୍ୱ ଦେଇ କାର୍ଯ କରୁଛି ବୋଲି କହିଛନ୍ତି । ଏହି ମନ୍ତ୍ରକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ମୋଦି ପଦାଧିକାରୀଙ୍କୁ ଗୁରୁ ମନ୍ତ୍ରେ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶବାସୀ ଭାଜପାକୁ ଆଶା ଓ ବିଶ୍ୱାସର ସହ ପ୍ରତୀକ୍ଷା କରିଛନ୍ତି । ଦେଶବାସୀଙ୍କ ସହ ମିଶି ସବୁ ସମସ୍ୟାର ସମାଧାନ କରୁଛି ଭାଜପା । ଆମେ ସମସ୍ତ ଚ୍ୟାଲେଞ୍ଜକୁ ପାରି ହୋଇ ଆଗକୁ ବଢିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିଭଳି ଆଞ୍ଚଳିକ ଓ ହିନ୍ଦୀ ଭାଷାକୁ ନେଇ ଦେଖାଦେଇଥିବା ବିବାଦକୁ ମଧ୍ୟ ବିରାମ ଦେଇଛନ୍ତି ମୋଦି । ଏନେଇ ସେ କହିଛନ୍ତି ପ୍ରତ୍ୟେକ ଭାଷାକୁ ଆମ ଦଳ ସମ୍ମାନ ଦେଇଆସୁଛି ପ୍ରତ୍ୟେକ ଭାଷା ଭାରତୀୟତାର ପରିଚୟ ବହନ କରେ ।

ଅନ୍ଯପଟେ, ଭାରତରେ ଖୁବଶୀଘ୍ର 6G ମୋବାଇଲ୍‌ ସେବା ଲଞ୍ଚ ହେବାକୁ ଯାଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ଏହି ଦଶନ୍ଧିର ଶେଷ ସୁଦ୍ଧା 6G ସେବା ଆରମ୍ଭ ହେବାକୁ ଯୋଜନା କରାଯାଇଛି ଏବଂ ଟାସ୍କଫୋର୍ସ ମଧ୍ୟ ଏଦିଗରେ କାର୍ଯ୍ୟ ଆରମ୍ଭ କରିସାରିଛି ।