sunil-jakhar-join-bjp
ପଞ୍ଜାବ କଂଗ୍ରେସକୁ ଶକ୍ତ ଝଟକା । ବିଜେପିରେ ଯୋଗଦେଲେ ସୁନୀଲ ଜାଖର । ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ସୁନୀଲ ଜାଖର ଆଜି ଅପରାହ୍ନରେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ତେବେ ଏହା ପରେ ଜେପି ନଡ୍ଡା କହିଛନ୍ତି, ଭାରତୀୟ ଜନତା ପାର୍ଟିରେ ସୁନୀଲ ଜାଖରଙ୍କୁ ମୁଁ ସ୍ୱାଗତ କରୁଛି। ସେ ଜଣେ ଅନୁଭବୀ ନେତା । ପଞ୍ଜାବରେ ଦଳକୁ ମଜବୁତ କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଜାକର କିଛି ଦିନ ପୂର୍ବରୁ ଲାଇଭ ଆସି କଂଗ୍ରେସକୁ ବିଦାୟ ଦେଇଥିଲେ।
୧୪ ମେରେ ଦଳ ଛାଡିଥିଲେ ଜାଖର
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ସୁନୀଲ ଜାଖର କଂଗ୍ରେସ ଉପରେ ସନ୍ତୁଷ୍ଟ ନଥିଲେ । ଏହାପରେ ମେ ୧୪ରେ ସେ କଂଗ୍ରେସକୁ ବାୟ ବାୟ କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଶୋଚନୀୟ ଭାବେ ପରାଜିତ ହେବାପରେ ଏବେ ଦଳର ଜଣେ ଅଭିଜ୍ଞ ନେତା ସୁନୀଲ ଜାଖର ଦଳ କଂଗ୍ରେସ ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଛି । ପୂର୍ବତନ ଲୋକସଭା ବାଚସ୍ପତି ବଳରାମ ଜାଖରଙ୍କ ପୁଅ ହେଲେ ସୁନୀଲ ଜାଖର ।
ଜାଖର ପଞ୍ଜାବର ଜଣେ ଦକ୍ଷ ହିନ୍ଦୁ ନେତା
ପଞ୍ଜାବର ବରିଷ୍ଠ ହିନ୍ଦୁ ନେତା ସୁନୀଲ ଜାଖର ପୂର୍ବତନ ଲୋକସଭା ବାଚସ୍ପତି ବଳରାମ ଜାଖରଙ୍କ ପୁଅ । ୧୯୫୪ ମସିହାରେ ଜାଖର ପରିବାରରେ ଜନ୍ମ ନେଇଥିବା ସୁନୀଲ ଜାଖର ୨୦୦୨ ରୁ ୨୦୧୭ ପର୍ଯ୍ୟନ୍ତ ଅବହୋର ନିର୍ବାଚନମଣ୍ଡଳୀରୁ କ୍ରମାଗତ ବିଧାୟକ ନିର୍ବାଚନରେ ଜିତିଥିଲେ । ସେହିପରି ଅବହୋରରୁ ୨୦୧୭ ବିଧାନସଭା ନିର୍ବାଚନରେ ସେ ଜଣେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ।
ଏହା ପରେ ସାଂସଦ ବିନୋଦ ଖାନ୍ନାଙ୍କ ମୃତ୍ୟୁ ପରେ ୨୦୧୭ରେ ସେ ଗୁରୁଦାସପୁର ଲୋକସଭା ଆସନରୁ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ୨୦୧୭ରେ ଜାଖରଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)