• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା । ରାଜଧାନୀ ନୁହେଁ ବରଂ ମୟୁରଭଞ୍ଜ ଜିଲ୍ଲାରେ ପହଞ୍ଚି ରାଜ୍ୟ ସରକାରଙ୍କ ବିଫଳତା ବଖାଣିଲେ । ଆଉ ରାଜ୍ୟ ସରକାରଙ୍କ ନିକଟରେ ରଖିଲେ ଅନେକ ଦାବି । ମୟୂରଭଞ୍ଜରେ ପହଞ୍ଚି ରାଜ୍ୟ ସରକାରଙ୍କ ଉପରେ ପ୍ରଥମେ ବର୍ଷିଥିଲେ ଅପରାଜିତା । ସେ କହିଥିଲେ ମୟୁରଭଞ୍ଜ ଜିଲ୍ଲା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉ ନାହାନ୍ତି । ରାଜ୍ୟ ସରକାର ଏହି ଜିଲ୍ଲା ପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଥିଲେ । ଶ୍ରୀଜଗନ୍ନାଥଙ୍କ ବିପୁଳ ଜମି ଜବରଦଖଲ ହୋଇଛି ସେଗୁଡ଼ିକୁ ଫେରାଇ ଅଣାଯାଉ ବୋଲି କହିଥିଲେ ଅପରାଜିତା ।

ସେହିଭଳି ଝାଡ଼ଖଣ୍ଡରେ ବ୍ୟାରେଜ ନିର୍ମାଣ ଯୋଗୁଁ ସୁବର୍ଣ୍ଣରେଖାରେ ଜଳପ୍ରବାହ କମୁଛି, ଯଥାଶୀଘ୍ର ଏନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ରାଜ୍ୟ ସରକାର ଆଲୋଚନା କରି ସମସ୍ୟା ସମାଧାନ କରନ୍ତୁ ବୋଲି ଅପରାଜିତା କହିଛନ୍ତି । ଜିଲ୍ଲାରେ ରେଳ ବିକାଶ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା କଥା ମଧ୍ୟ କହିଥିଲେ । ଏହାସହ ଜିଲ୍ଲାରେ ବନ୍ଦ ପଡ଼ିଥିବା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ପୁନରୁଦ୍ଧାର କରାଯାଉ ବୋଲି ଅପରାଜିତା ଦାବି କହିଛନ୍ତି ।

ତେବେ ଅପରାଜିତା ମୟୁରଭଞ୍ଜ ଯିବା ବେଳେ ଯାଜପୁର ଜାରକାରେ ତାଙ୍କୁ ଗ୍ରାଣ୍ଡ ୱେଲ୍‌କମ୍‌ କରାଯାଇଛି । ଜାରକାରେ ଦଳୀୟ କର୍ମୀ, ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଫୁଲ ତୋଡ଼ା ଦେଇ ଅପରାଜିତାଙ୍କୁ ସ୍ୱାଗତ କରିଥିଲେ । ଏହାସହ ଜାରକାର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ନିଜର ମତ ରଖିଥିଲେ । ରାଜ୍ୟ ସରକାର ୧୯୫୮ ଧାରାର ଉଲଂଘନ କରିଛନ୍ତି । ବେଆଇନ ଭାବେ ନିଷିଦ୍ଧାଞ୍ଚଳରେ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ ।