ପରାଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ। କହିଲେ, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ବୀକାର କରୁଛୁ।
ରାଜ୍ୟରେ ବିଜେଡିର ଗଡ଼ ଭୁଶୁଡ଼ିବା ପରେ ଦଳ ଏବେ ଏକ ପ୍ରକାର ଦୁଇ ଭାଗରେ ପରିଣତ ହୋଇଛି ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟେ ବିଜୟୀ ଓ ପରାଜିତ ନେତାଙ୍କୁ ଭେଟି ପରାଜୟର କାରଣ ଖୋଜାଯିବ ବୋଲି କହିବା ପରେ କିଛି ବରିଷ୍ଠ ନେତା, ପାଣ୍ଡିଆନଙ୍କ ନାଁ ନନେଇ ନବୀନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି।
୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଶାସନ କରୁଥିବା ବିଜେଡି ପରାଜୟ ବରଣ କରିବାପରେ ଦଳରେ ଏବେ ଦ୍ବିମତ। କହିବାକୁ କଲେ ଦଳ ଏକପ୍ରକାର ଦୁଇ ଭାଗ ।
ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ କାଣ୍ଟେ କି ଟକ୍କର । ସଭିଙ୍କ ହୋସ୍ ଉଡ଼ାଇଲା ନିର୍ବାଚନ ଫଳ । ହାରୁ ହାରୁ ଜିତିଗଲା ବିଜେଡି, ଜିତୁ ଜିତୁ ହାରିଗଲା ବିଜେପି । ସଜ ସଜ ସରିଛି ୨୦୨୪ ସାଧାରଣ ନିର୍ବାଚନ ।
ବିଜେଡିର ପତନ ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ବରିଷ୍ଠ। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ଦଳ ପରାଜିତ ହେଲା ବୋଲି ଶଶୀ ବେହେରା ମତ ରଖିଛନ୍ତି।
ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ ।
ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟା । ସୋସିଆଲ୍ ମିଡିଆରେ ନବୀନଙ୍କୁ ମସିହା ସଜାଉଛନ୍ତି ବିଜେଡି ନେତା । ହେଲେ ବିଜେପି କହିଛି, ରାଜ୍ୟରେ ବର୍ତ୍ତମାନର ଏ ସ୍ଥିତି ପାଇଁ ନବୀନ ହିଁ ମୁଖ୍ୟ ଦୋଷୀ।
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ବିଜେଡିର ପତନ ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ବରିଷ୍ଠ। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ଦଳ ପରାଜିତ ହେଲା ବୋଲି ଶଶୀ ବେହେରା ମତ ରଖିଛନ୍ତି।
ପାଣ୍ଡିଆନଙ୍କୁ ହଟାଇ ଦେଇଛନ୍ତି କି ନବୀନ ? ଯାହାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା । ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ପରେ ଏନେଇ ବଢ଼ିଛି ଚର୍ଚ୍ଚା ।
ଲକ୍ଷ୍ମୀ ବସରୁ ହଟିଲା ‘ଶଙ୍ଖ ଷ୍ଟିକର୍’ । ଆଗରୁ ଶଙ୍ଖ ଷ୍ଟିକର୍ ଥିଲା, ଏବେ ନାହିଁ । ଉଭୟ ପଟେ ଥିଲା ଶଙ୍ଖ ଚିହ୍ନର ଷ୍ଟିକର୍ । ବସ୍ ପଛରେ ଥିବା ମିଶନ୍ ଶକ୍ତି ଲେଖା ବି ନାହିଁ ।
ଗତକାଲି ବିଲମ୍ବିତ ରାତିରେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି ।
ବିଜେପିର ବିପୁଳ ବିଜୟ ପରେ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି ବିଜେପି ନେତା । ଆଜି ବିଭିନ୍ନ ପ୍ରସଙ୍ଗ ଉଠାଇ ସିଧା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୟୀ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।
କୁହାଯାଉଛି, ଏବେ ଭି.କେ ପାଣ୍ଡିଆନ୍ଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ରାଜନୀତିରେ ରହିବେ ନା ରାଜନୀତିରୁ ସନ୍ୟାସ ନେବେ ?
ବିଜେଡିର ଭୁଲ ରଣନୀତି ଓ ମୋଦି ହାୱା ସବୁକିଛି ଓଲଟପାଲଟ କରିଦେଲା । ଇତିହାସ ରଚିବାକୁ ଆଉ ହାତରେ ଥିଲା ୭୪ ଦିନ ବାକି । ହେଲେ ଓଡ଼ିଶାରେ ଧରାଶାୟୀ ହୋଇଗଲା ବିଜେଡି ସରକାର ।
ଲକ୍ଷ୍ମଣ ବାଗ୍ VS ନବୀନ ପଟ୍ଟନାୟକ । ଜଣେ ଚାଷୀ ନେତା ଆଉ ଜଣେ ରାଜ୍ୟର ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ । ଯିଏ କି ରାଜନୀତି କ୍ୟାରିୟରରେ ପରାଜୟ ଜାଣିନାହାନ୍ତି । ଦେଖିନାହାନ୍ତି ପରାସ୍ତର ସୂର୍ଯ୍ୟ । ହେଲେ ସେହି ନବୀନଙ୍କୁ ଏଥର ନିର୍ବାଚନରେ ଚେକ୍ ଦେଇଛନ୍ତି ଏହି ବିଜେପି ନେତା ଲକ୍ଷ୍ମଣ ବାଗ୍ ।
କେଉଁଠି ଅଛନ୍ତି ପାଣ୍ଡିଆନ୍ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ କୁହାଯାଉଥିବା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ମିଳୁନି ଦେଖା । ନା ଗଣମାଧ୍ୟମ ସାମ୍ନାକୁ ଆସୁଛନ୍ତି, ନା ପରାଜୟ ପରେ ପ୍ରେସମିଟ୍ କରି ନିଜ ବିବୃତି ରଖୁଛନ୍ତି ।
କୁଆଡେ ଗଲେ ପାଣ୍ଡିଆନ୍? ବିଜେଡିର ବିପର୍ଯ୍ୟୟ ପରେ ଏବେ ଏହି ପାୱାରଫୁଲ୍ ନେତାଙ୍କ ପତା ମିଳୁନି। କ୍ୟାମେରା ଧରି ହେଲିକପ୍ଟରେ ଟୁର୍ ପରେ ଟୁର୍ କରୁଥିବା ପାଣ୍ଡିଆନ୍ କିନ୍ତୁ ଏବେ ସାମନାକୁ ଆସିନାହାନ୍ତି।
ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼, ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।
ଶେଷହେଲା ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷର ନିରଙ୍କୁଶ ଯାତ୍ରା। ମୋଦି ଗ୍ୟାରେଣ୍ଟିରେ ଭାଙ୍ଗି ଗଡ଼ ଗଡ଼ ହେଇଗଲା ବିଜେଡି ଗଡ଼।
ଟଳିଗଲେ ରଥି ମହାରଥୀ। ଧରାଶାୟୀ ନିଜେ ଛତ୍ରପତି। ସରକାର ବିରୋଧୀ ସୁନାମୀରେ ନିଜ ସିଟ୍ ବି ରଖି ପାରିଲେନି ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୀବନରେ ପ୍ରଥମଥର ପାଇଁ ଚାଖିଲେ ପରାଜୟର ସ୍ୱାଦ।
ଭୁଶୁଡିଲା ବିଜେଡି। ବଦଳିଲା ସତ୍ତା। ତେବେ ୨୪ ବର୍ଷର ବିଜେଡି ଦୁର୍ଗ କାହିଁକି ଭୁଶୁଡିଲା? ସାଧାରଣରେ ଚର୍ଚ୍ଚା ଯେ, ଭିକେ ପାଣ୍ଡିଆନ୍ଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହେଲା।
୫ ମାର୍ଚ୍ଚ ୨୦୦୦ରୁ ଆରମ୍ଭ, ୨୪ ଜୁନ୍ ୨୦୨୪ରେ ଶେଷ । ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ । ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ନବୀନଙ୍କ ଇସ୍ତଫା ।
ନିର୍ବାଚନୀ ଫଳାଫଳ ଶାସକ ଦଳ ବିପକ୍ଷରେ ଯାଇଛି। ଓଡ଼ିଶାରେ ‘ମୋଦୀ ସୁନାମୀ’ ଦେଖିବାକୁ ମିଳିଛି। ଫଳରେ ବିଜେଡି ସରକାରର ଅବସାନ ହୋଇଛି। ଏହି ବିଜୟ ପଛରେ ପାଣ୍ଡିଆନଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବୋଲି ବିବେଚନା କରାଯାଇଛି।
ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାବାତ୍ୟାରେ ଧରାଶାୟୀ ନବୀନ ମ୍ୟାଜିକ୍ ।