Advertisment

Jaynarayan Mishra: ‘BJD ଏବେ ICUରେ, ଥିଲେ ତ Congress ସହ ମିଶିବ’

ବିଜେଡିରେ ନେତୃତ୍ୱ ନାହିଁ । କେବେ ପ୍ୟାରୀ ମୋହନ ମହାପାତ୍ର ତ କେବେ ଭିକେ ପାଣ୍ଡିଆନ ଏଭଳି ଭାବେ ବିଜେଡିକୁ ଲିଜ୍‌ରେ ନେଇଥିଲେ ବୋଲି କହି କଡ଼ା ଟାଗେର୍ଟ କରିଛନ୍ତି ଜୟନାରାୟଣ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Odisha Politics 2024: Jaynarayan Mishra Target BJD

ବିଜେଡି ICUରେ ଅଛି

ବିଜେଡି ପାର୍ଟିର ଆୟୁଷ ବହୁତ କମ୍‌ । ସେ କେତେଦିନ ବଞ୍ଚିବ । ବିଜେଡି ଏବେ ICUରେ ରହିଛି । ଥିଲେ ତ କଂଗ୍ରେସ ସହ ମିଶିବ । ଏଭଳି କିଛି ଢଙ୍ଗରେ ଆଜି ବିଜେଡିକୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଗତକାଲି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର । ବିଜେଡି କଂଗ୍ରେସ ସହ ମିଶି ସରକାର କରିବେ ବୋଲି କହୁଛନ୍ତି, କିନ୍ତୁ ବିଜେଡି ରହିଲେ ତ ? ବିଜେଡିର ଆୟୁଷ ବହୁତ କମ୍ । ଏମିତିକି ବିଜେଡି ଏବେ ଆଇସିୟୁରେ ଅଛି । ଦଳ ଭାଙ୍ଗି ଯାଉଛି ତେଣୁ ତାକୁ ବଞ୍ଚାଇବାକୁ ଅତନୁ ଏଭଳି କହୁଛନ୍ତି ବୋଲି ସେ କହିଛନ୍ତି ।

Advertisment

ଖାଲି ଏତିକି ନୁହେଁ ବିଜେଡିରେ ନେତୃତ୍ବକୁ ନେଇ ମଧ୍ୟ ପୁଣି ଥରେ ଟାର୍ଗେଟ କରିଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି ବିଜେଡିରେ ନେତୃତ୍ୱ ନାହିଁ । କେବେ ପ୍ୟାରୀ ମୋହନ ମହାପାତ୍ର ତ କେବେ ଭିକେ ପାଣ୍ଡିଆନ ଏଭଳି ଭାବେ ବିଜେଡିକୁ ଲିଜ୍‌ରେ ନେଇଥିଲେ ବୋଲି କହି କଡ଼ା ଟାଗେର୍ଟ କରିଛନ୍ତି ଜୟନାରାୟଣ ।

ଅଧିକ ପଢ଼ନ୍ତୁ: ନୂଆ ସଂଖ୍ୟା ଗଣିତ କଷି କର୍ମୀଙ୍କୁ ରଙ୍ଗୀନ ସ୍ବପ୍ନ ଦେଖେଇଲେ ଅତନୁ; ବିଜେପିର ଆକ୍ଷେପ, ‘ଏହା ଦିବାସ୍ବପ୍ନ’...

Advertisment

ସେପଟେ ଜୟନାରାୟଣ ମିଶ୍ରଙ୍କ ବୟାନ ପରେ ଏନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କ’ଣ ହେବ । ଓଡ଼ିଶାର ଜନ ସାଧାରଣ ସେ ନିଷ୍ପତ୍ତି ନେବେ । ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡୁ । ୪ ମାସ ମଧ୍ୟରେ କିଏ ଆଇସିୟୁକୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି, ଆଗକୁ ତାହାର ବିଚାର କରିବେ ବୋଲି ଧ୍ରୁବ ସାହୁ କହିଛନ୍ତି ।

ସୂଚନା ଅନୁସାରେ ମହାକାଳପଡ଼ା ସଭାରେ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ନିଜ ଭାଷଣରେ ବିଜେଡି ପୁଣି ସରକାରକୁ ଫେରିବ ବୋଲି କହିଥିଲେ । ଏମିତି କି ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କହିଥିଲେ । ଏଥିଲାଗି ନୂଆ ଗଣିତ ବି ଗଣାଇଛନ୍ତି । ବିଜେଡିର ୫୧ ବିଧାୟକ, କଂଗ୍ରେସର ୧୪ ଓ ସ୍ବାଧୀନ ୩ ବିଧାୟକ ଅଛନ୍ତି । ଆଉ ମାତ୍ର ୧୦ ସଂଖ୍ୟା ଆବଶ୍ୟକ । ଅର୍ଥାତ ଅତନୁଙ୍କ ଭାଷଣରୁ ଏତିକି ଆକଳନ କରାଯାଇପାରେ ଯେ ବିଜେଡି ବିରୋଧୀ ସିଟ୍‌ରେ ବସିବା ହଜମ କରିପାରୁନି । ପୂର୍ବରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପାରାଦ୍ବୀପ ସଭାରେ କଂଗ୍ରେସ ସହ ମେଣ୍ଟ କଥାକୁ ଉଠାଇଥିଲେ।

ସେହିପରି ଆଉ ଜଣେ ବିଜେଡି ସାଂସଦ ମୁନା ଖାଁ କିଛିଦିନ ତଳେ କହିଥିଲେ ୧୪ ବିଜେପି ବିଧାୟକ ବିଜେଡି ସମ୍ପର୍କରେ ଅଛନ୍ତି, ଖୁବ ଶୀଘ୍ର ପୁଣି ବିଜେଡି ସରକାରକୁ ଫେରିବ।ତେବେ କଂଗ୍ରେସ ସହ ମେଣ୍ଟ ସଂପର୍କରେ ବରିଷ୍ଠ ନେତା ମହମ୍ମଦ ମୋକିମ କହିଛନ୍ତି, ଆମେ ନିଜ ଦମ୍‌ରେ ଆଗକୁ ବଢ଼ିବୁ, ବିଜେଡିର ସହଯୋଗ ଦରକାର ନାହିଁ । ଏଣେ ବିଜେପି କହିଛି ଅତନୁ ଗଣିତ ଜାଣିନାହାନ୍ତି । ତାଙ୍କର ଏକ ତୃତୀୟାଂଶ ନେତା ଆମ ସମ୍ପର୍କରେ ଅଛନ୍ତି । ଦଳ ଛିଡୁଥିବା କାରଣରୁ ନେତାଙ୍କୁ ଏକଜୁଟ୍ କରିବାକୁ ଏଭଳି ବୟାନବାଜି ଦେଉଥିବା ବିଜେପି କହିଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଜେଡିର ଜଣକ ପରେ ଜଣେ ନେତା ଏଭଳି ବୟାନ କାହିଁକି ଦେଉଛନ୍ତି ? ପରାଜୟକୁ ସହଜରେ ଗ୍ରହଣ କରିପାରୁନାହିଁ କି ଦଳ ? କର୍ମୀଙ୍କୁ ଉତ୍ସାହିତ ପାଇଁ ଏଭଳି ବୟାନବାଜି ନୁହେଁ ତ ? କାରଣ ଦଳ ବଦଳ ନିରୋଧ ଆଇନ୍ ଏଭଳି ସମୀକରଣକୁ ଅନୁମତି ଦେଉନାହିଁ । ଦୁଇ ତୃତୀୟାଂଶ ବିଧାୟକ ଦଳ ଛାଡିଲେ ହିଁ ପଦ ସୁରକ୍ଷିତ ରହିବ ।

BJD Odisha Politics Jaynarayan Mishra
Advertisment
Advertisment