Advertisment

Odisha Politics: ଗାଁରେ ଭାଙ୍ଗୁଛି କି ଶଙ୍ଖ ଦଳର ସଂଗଠନ ବନ୍ଧ ?

ପଞ୍ଚାୟତ ପ୍ରତିନିଧିଙ୍କ ବିଜେପି ମୁହାଁବେଳେ ପ୍ରମିଳାଙ୍କ ସଂଗୀନ ଅଭିଯୋଗ । ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛି ବିଜେପି, କହିଲେ ପ୍ରମିଳା ।

author-image
Satyendu Shekher Mishra
undefined

ଗାଁରେ ଭାଙ୍ଗୁଛି କି ଶଙ୍ଖ ଦଳର ସଂଗଠନ ବନ୍ଧ ?

ଗାଁରେ ଛିଡୁଚି କି ବିଜେଡି? କାରଣ ବିଜେଡି ହାତରୁ ଖସୁଛନ୍ତି ପଞ୍ଚାୟତ ପ୍ରତନିଧି। ଯେଉଁଥିପାଇଁ ବିଜେଡି କହିଲାଣି ଯେ ବିଜେଡିକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରୁଛି ବିଜେପି। ଅନ୍ୟପଟେ ବିଜେପି କହିଛି ବିକାଶ ଧାରାରେ ସାମିଲ୍ ହେବା ଲାଗି ଦଳକୁ ଆସୁଛନ୍ତି ନେତା।

Advertisment

ପ୍ରମିଳା ଆଣିଲେ ସାଂଘାତିକ ଅଭିଯୋଗ। 'ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛି ବିଜେପି'। ବିଜେପିର ଯୁକ୍ତି- ପାଦ ତଳୁ ମାଟି ଖସୁଥିବାରୁ ବାଉଳି ହେଉଛି ବିଜେଡି

୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି ରାଜ୍ୟରେ। ଆଉ ନିର୍ବାଚନର ୫ ମାସ ପରେ ବିଜେଡିର ପଞ୍ଚାୟତ ପ୍ରତିନିଧି ଏବେ ବିଜେପି ମୁହାଁ। ସରକାରୀ ଦଳ ଆଡ଼କୁ ଧିରେ ଧିରେ ସରପଞ୍ଚ, ସମିତି ସଭ୍ୟଙ୍କ ସହ ପୌର ପ୍ରତିନିଧି ବି ଢଳିବାକୁ ଲାଗିଲେଣି। ଗତକାଲି ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷା ପଦକୁ ଅନାସ୍ଥା ଭୋଟ୍‌ରେ ହରାଇଛି ବିଜେଡି। ପୂର୍ବରୁ ଅନାସ୍ଥା ଭୋଟ୍, ନୀଳଗିରି ଏନ୍ଏସି ଓ ଖଲ୍ଲିକୋଟ୍ ବ୍ଲକ ବି ବିଜୁ ଜନତା ଦଳ ହାତରୁ ଛଡାଇ ନେଇଛି ବିଜେପି ।

Advertisment

ଏହା ସହ ପଢ଼ନ୍ତୁ: ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭି ..

ତେବେ ବିଜେପି ଅନାସ୍ଥାକୁ ମୁଖ୍ୟ ଅସ୍ତ୍ର କରି ଏଭଳି ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଥିବା ଜଣକ ପରେ ଜଣେ ବିଜେଡି ନେତା କହିଲେଣି। ସରକାର କିପରି ଚାଲିବ ସେକଥା ଚିନ୍ତା ନକରି କିପରି ବିଜେଡି ସାଂସଦ, ବିଧାୟକ, ସରପଞ୍ଚଙ୍କୁ ନେବେ ତାକୁ ବେଶୀ ଗୁରୁତ୍ୱ ଦେଉଛି ବିଜେପି। ଆଉ ବିଜେପିର ଜବାବ ବିଜେଡି ଭାଙ୍ଗିବାକୁ ଆରମ୍ଭ କରିଥିବାରୁ ଶଙ୍ଖ ଦଳ ଏବେ ଭୟଭୀତ।

ବିଜେଡି ଭିତରେ ଯେ ଗୋଷ୍ଠୀ କନ୍ଦଳ ତୀବ୍ର ତାହା କାହାରିକୁ ଅଛପା ନାହିଁ। ରାଜଧାନୀରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ଖୋଲା ଖୋଲି ବିଦ୍ରୋହ ଜାହିର କଲେଣି ନେତା। ତାସାଙ୍ଗକୁ ବରିଷ୍ଠ ନେତାଙ୍କ ବୟାନ ପ୍ରମାଣ କରୁଛି ଯେ ଦଳରେ ସବୁକିଛି ଠିକ୍ ଠାକ୍ ନାହିଁ। ଆଉ ଏବେ ପଞ୍ଚାୟତ ଓ ପୌର ପ୍ରତିନିଧି ବିଜେପି ମୁହାଁ ହୋଇଥିବାରୁ ଦଳର ଟେନସନ୍ ଦୁଇଗୁଣା ହୋଇଗଲାଣି। ଗୋଟିଏ ପଟେ ନେତାଙ୍କୁ ସଂଗଠିତ କରିବା ଆଉ ଅନ୍ୟପଟେ ପଞ୍ଚାୟତ ଓ ପୌର ପ୍ରତିନିଧିଙ୍କୁ ନିଜ ପାଖରେ ରଖିବା ଦଳ ପାଇଁ ବଡ଼ ଚାଲେଞ୍ଜ।

ପ୍ରାୟ ଅଢେଇ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ହେବ। ପରେ ପରେ ପୌର ନିର୍ବାଚନ। ତେବେ ବିଜେଡି କବଳରୁ ଖସୁଥିବା ଗାଁ ନେତା ଏବେ ବିଜେପିକୁ ବଳ ଯୋଗାଉଛନ୍ତି। ଦେଖିବାର କଥା ଏହାକୁ ରୋକିବାକୁ ବିଜେଡି କି ରଣନୀତି ଆପଣାଉଛି।

ଏହା ସହ ପଢ଼ନ୍ତୁ: 'ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ'

BJD BJP Congress Odisha Politics
Advertisment
Advertisment