Advertisment

Rs 500-Crore Ethanol Project Exits: ଗତ ସରକାର ଅମଳରେ ମିଳିପାରିଲାନି ଜମି; ଫେରିଗଲା ୫୦୦ କୋଟିର ଫ୍ୟାକ୍ଟ୍ରି?

ନବରଙ୍ଗପୁରରେ ମକାରୁ ଇଥାନଲ୍ ବାହାର କରିବାକୁ ପ୍ରସ୍ତାବିତ ପ୍ରକଳ୍ପ ଗତ ବିଜେଡି ସରକାର ବେଳେ ଫେରି ଯାଇଛି। ଜମି ଦେଇନପାରିବାରୁ ଫେରିଯାଇଥିବା ଶିଳ୍ପକୁ ନେଇ ଏବେ ବିଜେଡି ବିଜେପି ମୁହାଁମୁହିଁ।

author-image
Sujit kumar Swain
Rs 500-Crore Ethanol Project Exits

Rs 500-Crore Ethanol Project Exits

କାହା ପାଇଁ ଫେରିଗଲା ଫ୍ୟାକ୍ଟ୍ରି ? ସରକାରୀ ଉଦାସିନତା ପାଇଁ ୫୦୦ କୋଟିର ପ୍ରକଳ୍ପ ଏମିତିରେ ଚାଲିଗଲା। ନବରଙ୍ଗପୁରରେ ମକାରୁ ଇଥାନଲ୍ ବାହାର କରିବାକୁ ପ୍ରସ୍ତାବିତ ପ୍ରକଳ୍ପ ଗତ ବିଜେଡି ସରକାର ବେଳେ ଫେରି ଯାଇଛି। ଜମି ଦେଇନପାରିବାରୁ ଫେରିଯାଇଥିବା ଶିଳ୍ପକୁ ନେଇ ଏବେ ବିଜେଡିବିଜେପି ମୁହାଁମୁହିଁ। 

Advertisment

ଜିଲ୍ଲାକୁ ଶିଳ୍ପ ଆସିବ ଅଯଥା ଫୋପଡ଼ା ଯିବନି ମକା। ଏମିତି କିଛି ଆଶା ଲଗାଇ ବସିଥିଲେ ନବରଙ୍ଗପୁରର ଶହ ଶହ ମକା ଚାଷୀ। ହେଲେ ସେମାନଙ୍କ ସ୍ବପ୍ନ ଯେମିତି ଚୁରମାର ହେଇ ଯାଇଛି। ଗତ ସରକାରଙ୍କ ଅପରାଗତା ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ପ୍ରସ୍ତାବିତ ଇଥାନଲ୍ ପ୍ରକଳ୍ପ ଫେରି ଯାଇଥିବା ଅଭିଯୋଗ କରିଛନ୍ତି ମକା ଚାଷୀ। 

ଅଧିକ ପଢନ୍ତୁ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲା ବୟଫ୍ରେଣ୍ଡ୍ !

Advertisment

ଉମରକୋଟ ସମେତ ସାରା ନବରଙ୍ଗପୁର ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିରେ ମକା ଚାଷ ହେଉଛି। ମକାରୁ ଉନ୍ନତମାନର ଇଥାନଲ୍ ଉତ୍ପାଦନ ହୋଇଥାଏ। ଏଥିପାଇଁ ୨୦୨୧ରେ କେନ୍ଦ୍ର ସରକାର HPCL ଜରିଆରେ ୫୦୦ କୋଟିର ପ୍ଲାଣ୍ଟ୍ ନିର୍ମାଣ ପାଇଁ ମଞ୍ଜୁର କରିଥିଲେ। ସମୟ ଗଡ଼ିଲା କିନ୍ତୁ ପ୍ଲାଣ୍ଟ ପାଇଁ ଆବଶ୍ୟକ ୬୦ ଏକର ଜାଗା ଯୋଗାଇ ପାରିଲେନି ସେତେବେଳର ସରକାର। ଆଉ ଶେଷରେ ଗତ ସରକାର ଅମଳରେ ହିଁ ପ୍ଲାଣ୍ଟ ଫେରି ଯାଇଥିବା ଖବର ଆସିଥିଲା। ମକାର ଉଚିତ ଦାମ ପାଉନଥିବା ଚାଷୀ ଆଶା ରଖିଥିଲା ଶିଳ୍ପ ଆସିଲେ କିଛିଟା ଆର୍ଥିକ ସ୍ଥିତି ସୁଧୁରିବ। ହେଲେ ତାହା ବି ଯେମିତି ମଉଳି ଯାଇଛି।

ଉମରକୋଟର ଶହ ଶହ ଏକର ଜମି ପଡ଼ିଆ ପଡ଼ିଛି। ଏଭଳି ସ୍ଥଳେ ପ୍ରସ୍ତାବିତ ଇଥାନଲ୍ ଫ୍ରାକ୍ଟି ଫେରିଯିବାକୁ ନେଇ ତେଜିଛି ଏବେ ରାଜନୀତି। ବିଜେପି ଓ ବିଜେଡି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ପୂର୍ବ ବିଜେଡି ସରକାର ଜମି ଦେଇ ନପାରିବାକୁ ସ୍ବୀକାର କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ମାଝୀ। ହେଲେ ଗଲା ୫ ମାସ ହେଲା ନୂଆ ସରକାର କଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ, ଏହାର ଜବାବ ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୨୪ ବର୍ଷ ସରକାର ଏବେ ୫ ମାସର ସରକାରକୁ ପ୍ରଶ୍ନ କରୁଥିବା ହାସ୍ୟାସ୍ପଦ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଇଥାନଲ୍ ପ୍ଲାଣ୍ଟ ହେଲେ ମକା ଚାଷୀଙ୍କ ସମେତ ଶହ ଶହ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତିର ନୂଆ ସୁଯୋଗ ମିଳିପାରିବ।

ଅଧିକ ପଢନ୍ତୁ: ଅସଲି ରାସ୍ତା, ନକଲି ବିଲ୍; ମାଟି ରାସ୍ତା ଦେଖାଇ ଖାଇଗଲେ ୮ ଲକ୍ଷ ଟଙ୍କା !

BJD BJP Nabarangpur Ethanol BJD Govt
Advertisment
Advertisment