Advertisment

KV Vows To Protect Gandhamardhan: ଗନ୍ଧମାର୍ଦ୍ଦନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ; ‘ଖଣି ଉତ୍ତୋଳନ ହେଲେ, ମୁଁ ଆନ୍ଦୋଳନକୁ ଓହ୍ଲାଇବି'

ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇ ଶୂନ୍ୟକାଳରେ ପ୍ରଶ୍ନ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଆଦାନୀ କମ୍ପାନୀ ଭାରତକୁ ସାରା ବିଶ୍ୱରେ ନିନ୍ଦିତ କରିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Deputy CM Vows To Protect Gandhamardhan

Deputy CM Vows To Protect Gandhamardhan

ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ଶୂନ୍ୟକାଳରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇ ପ୍ରଶ୍ନ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଆଦାନୀ କମ୍ପାନୀ ଭାରତକୁ ସାରା ବିଶ୍ୱରେ ନିନ୍ଦିତ କରିଛି। ସରକାର ଆଦାନୀକୁ ଜମି କିଣିବାକୁ ଅନୁମତି ଦେଇଛନ୍ତି କି ପ୍ରଶ୍ନ କରିଛି ବିଜେଡି । 

Advertisment

ଏହାର ଜବାବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ କହିଛନ୍ତି, ଯେଉଁ ଜମି ଆଦାନୀ କିଣିଛି ସେଥିପାଇଁ ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ। ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ସରକାର ଅନୁମତି ଦେବେନି। ସେମିତି କିଛି ହେଲେ ମୁଁ ଆପଣଙ୍କ ସହିତ ଆନ୍ଦୋଳନକୁ ଓହ୍ଲାଇବି। ଆଦାନୀକୁ କେବେ ବି କାରଖାନା କରିବାକୁ ଦେବୁ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ପ୍ରସ୍ତାବ ନାହିଁ । 

ଅଧିକ ପଢନ୍ତୁ: ମିସେସ୍ ପାଣ୍ଡିଆନ୍‌ଙ୍କ ଛୁଟି ବାତିଲ୍; ଆଜିଠୁ କାର୍ଯ୍ୟରେ ଯୋଗଦେଲେ

ଅନ୍ୟପଟେ ବିଜେଡିକୁ ପାଲଟା ପ୍ରଶ୍ନ କରି ସେ କହିଛନ୍ତି କି, ଗୃହରେ ବିଜେଡି ସଦସ୍ୟ ସ୍ୱୀକାର କରନ୍ତୁ ଯେ, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ ।

Advertisment

ଶୂନ୍ୟକାଳରେ ଆଲୋଚନା ଆରମ୍ଭ କରି ଉଦବେଗ ପ୍ରକାଶ କରିଥିଲେ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଥିଲେ କି,  ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା, ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ ସରକାର ଅନୁମତି ପ୍ରତ୍ୟାହାର କରିନେଇଥିଲେ। ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ କମ୍ପାନି ହାତକୁ ଟେକି ଦେବାକୁ ଯାଉଛନ୍ତି। ଯେଉଁଠି ସରକାର ପରିବେଶର ମଙ୍ଗଳ ପାଇଁ ଜଙ୍ଗଲ ସୃଷ୍ଟି କରିବା କଥା, ତାହାକୁ ସରକାର ନଷ୍ଟ କରିବାକୁ ବସିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଜନଆନ୍ଦୋଳନ ଆରମ୍ଭ କଲେଣି । 

ଏହାସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ? ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଅନୁମତି ଦେବାକୁ ଲକ୍ଷ୍ୟ ରଖାଯାଇଛି ସରକାର ସ୍ପଷ୍ଟ କରନ୍ତୁ । 

ଅଧିକ ପଢନ୍ତୁ: ଉପକୂଳ ମୁହାଁ ବାତ୍ୟା ‘ପେଙ୍ଗଲ’;୨୯ ତାରିଖରେ ଛୁଇଁବ ସ୍ଥଳଭାଗ !

BJD BJP
Advertisment
Advertisment