ବଦ୍ରି ଖୋଲିଦେଲେ ବାହାସ୍ଫୋଟିଆ ନେତାଙ୍କ ଗୁମର
ବଦ୍ରି ଖୋଲିଲେ ନିଜ ଦଳ ବିଜେଡି ନେତାଙ୍କ ଗୁମର । ସରକାରକୁ ପୁଣି ବିଜେଡି ଫେରିବା ଦମ୍ଭୋକ୍ତିକୁ କଲେ କଡ଼ା ସମାଲୋଚନା । ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଓ ଅତନୁ ସବ୍ୟସାଚୀଙ୍କ ବୟାନକୁ କହିଲେ ଅବାସ୍ତବ । ଯେଉଁ ନେତାମାନେ କହୁଛନ୍ତି ୫ ବର୍ଷ ପୂର୍ବରୁ ବିଜେଡି ନୂଆ ସମୀକରଣ କରି ସରକାରକୁ ଫେରିବ ସେମାନଙ୍କ ମତି ବିଭ୍ରାଟ ହୋଇଛି । କଂଗ୍ରେସ ଓ ବିଜେପିଠାରୁ ବିଜେଡି ବହୁ ଦୂରରେ । ବିଜେଡି କାହିଁକି କଂଗ୍ରେସ ସହ ମେଣ୍ଟ କରିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଯେଉଁମାନେ କହୁଛନ୍ତି ଯେ, ସରକାରକୁ ଫେରିବା ପାଇଁ କଂଗ୍ରେସ ସହ ମେଣ୍ଟ କରାଯିବ, ସେମାନଙ୍କୁ କ’ଣ ଏହା ଦଳର ନେତା କହିଛନ୍ତି କି କହିବାକୁ ବୋଲି ପ୍ରଶ୍ନ କରିଛନ୍ତି । ଅବାସ୍ତବ ଓ ଯଥାର୍ଥତା ନଥିବା କଥା କହି ନିଜକୁ ନିନ୍ଦିତ କରୁଛନ୍ତି ଏହି ନେତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)