• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଗରୁ ବିରୋଧୀ କହୁଥିଲେ ଦିବାସ୍ବପ୍ନ । ଏବେ ନିଜ ଦଳ ଲୋକ କହିଲେଣି ୫ ବର୍ଷ ପୂର୍ବରୁ ପୁଣିଥରେ ସରକାର ଗଠନ ଅବାସ୍ତବ ଚିନ୍ତାଧାରା । ବଦ୍ରି ପାତ୍ର ବୟାନବାଜିରେ ଟାଣିଲେ ବିରାମ । ଏଣେ ଦଳ ବି ଜନାଦେଶକୁ ସ୍ବୀକାର କରିଛି । ତେବେ କାହିଁକି ପରାଜୟ ପରେ ଦେବାଶିଷ ସାମନ୍ତରାୟ, ମୁନା ଖାଁ ଓ ଅତନୁ ସବ୍ୟସାଚୀ ସରକାର ଗଠନ ପାଇଁ କର୍ମୀଙ୍କୁ ସ୍ବପ୍ନ ଦେଖାଉଛନ୍ତି ।

ବଦ୍ରି ଖୋଲିଲେ ନିଜ ଦଳ ବିଜେଡି ନେତାଙ୍କ ଗୁମର । ସରକାରକୁ ପୁଣି ବିଜେଡି ଫେରିବା ଦମ୍ଭୋକ୍ତିକୁ କଲେ କଡ଼ା ସମାଲୋଚନା । ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଓ ଅତନୁ ସବ୍ୟସାଚୀଙ୍କ ବୟାନକୁ କହିଲେ ଅବାସ୍ତବ । ଯେଉଁ ନେତାମାନେ କହୁଛନ୍ତି ୫ ବର୍ଷ ପୂର୍ବରୁ ବିଜେଡି ନୂଆ ସମୀକରଣ କରି ସରକାରକୁ ଫେରିବ ସେମାନଙ୍କ ମତି ବିଭ୍ରାଟ ହୋଇଛି । କଂଗ୍ରେସବିଜେପିଠାରୁ ବିଜେଡି ବହୁ ଦୂରରେ । ବିଜେଡି କାହିଁକି କଂଗ୍ରେସ ସହ ମେଣ୍ଟ କରିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଯେଉଁମାନେ କହୁଛନ୍ତି ଯେ, ସରକାରକୁ ଫେରିବା ପାଇଁ କଂଗ୍ରେସ ସହ ମେଣ୍ଟ କରାଯିବ, ସେମାନଙ୍କୁ କ’ଣ ଏହା ଦଳର ନେତା କହିଛନ୍ତି କି କହିବାକୁ ବୋଲି ପ୍ରଶ୍ନ କରିଛନ୍ତି । ଅବାସ୍ତବ ଓ ଯଥାର୍ଥତା ନଥିବା କଥା କହି ନିଜକୁ ନିନ୍ଦିତ କରୁଛନ୍ତି ଏହି ନେତା ।

ଅଧିକ ପଢ଼ନ୍ତୁ:‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ

ସେପଟେ ବିଜେଡି ମଧ୍ୟ କହିଛି ଜନାଦେଶକୁ ଆମେ ଗ୍ରହଣ କରିଛୁ । କେଉଁ ନେତା କଣ କହୁଛନ୍ତି ତାହା ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ଆଉ ବିଜେଡି ବୟାନବାଜି କଳିକୁ ନେଇ ବିଜେପିର ମତ ହେଲା ବଦ୍ରି ପାତ୍ର ଯାହା କହିଛନ୍ତି ତାହା ଠିକ୍ । ତେବେ ଖୁବ୍ ଶୀଘ୍ର ବିଜେଡି ସଫା ହୋଇଯିବ ।

ଗୋଟିଏ ପଟେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର । ଯେଉଁଥିଲାଗି ନବୀନଙ୍କ ନଭେମ୍ବରରୁ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ବି ଦଳ ସ୍ଥିର କରିପାରୁନି । ଆଉ ଏହାରି ଭିତରେ ବିଜେଡି ବାହାସ୍ଫୋଟିଆଙ୍କୁ ବଦ୍ରି ପାତ୍ର ଆଇନା ଦେଖାଇବା ଦଳୀୟ ବିବାଦକୁ ପଦାରେ ପକାଇଛି । ଏଠି ପ୍ରଶ୍ନ କାହିଁକି ବିଜେଡିର ଦୁଇ ସାଂସଦ ଓ ପୂର୍ବତନ ମନ୍ତ୍ରୀ ସରକାର ଗଠନ ନେଇ କର୍ମୀଙ୍କୁ ଦିବା ସ୍ବପ୍ନ ଦେଖାଉଛନ୍ତି ? ଏହା କ’ଣ କେବଳ କର୍ମୀଙ୍କୁ ବାନ୍ଧି ରଖିବାକୁ ପ୍ରୟାସ କି ?

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନର ଦାମ୍ ବଢ଼ିବା ପରେ ବଢ଼ିବ କି ପାଣିଆ ଡାଲିର ମାନ ?

ନୂଆ ସରକାର ଗଠନକୁ ୬ ମାସ ବିତିନି । ହେଲେ ସରକାର ଗଠନ ପାଇଁ ବିଜେଡି ଦଳର ନେତା ବାଉଳି ହେଲେଣି । ଦେଖିବାର କଥା ଅସଜଡା ବିଜେଡି ଏବେ ଗୋଷ୍ଠୀ କନ୍ଦଳକୁ ମ୍ୟାନେଜ କେମିତି କରୁଛି ଆଉ ନବୀନ କେବେ ଗ୍ରାଉଣ୍ଡକୁ ବାହାରୁଛନ୍ତି ।

  • Reported by:
  • JAGDISH DAS

OTV is now on Whatsapp

Join and get latest news update delivered to you via whatsapp

Join Now