/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732689242.jpg)
IAS Sujata Karthikeyan
କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରୁ ଫେରିବା ପରେ ଆଜି ଚାକିରିରେ ଯୋଗ ଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା। ଗତକାଲି ସୁଜାତା କାର୍ତ୍ତିକେୟନଙ୍କ ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ମୋହନ ସରକାର । ଆଜିଠାରୁ ଯୋଗ ଦେବାକୁ କହିଥିଲେ।
ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ ୩୧ରୁ ୬ ମାସ ଛୁଟିରେ ଥିଲେ ସୁଜାତା । ତେବେ ପୁଣି ଥରେ ନିଜର ଛୁଟି ଅବଧିକୁ ଆଉ ୬ ମାସ ବୃଦ୍ଧି ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଥିଲେ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଥିଲେ। ଏଥିସହ ନଭେମ୍ବର ୨୭ରୁ ଚାକିରିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ।
ସୁଜାତା ନଭେମ୍ବର ୨୭ରୁ ଆଉ ୬ ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନଥିବା ନେଇ ସୁଜାତାଙ୍କୁ ଲିଖିତ ସ୍ପଷ୍ଟ କରିବା ସହ ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ କହିଥିଲେ ମନୋଜ କୁମାର ମହାନ୍ତି ।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍ପେନ୍ସ
ନବୀନ ପଟ୍ଟନାୟକ ସରକାରରେ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଅଖଣ୍ଡ କ୍ଷମତା ରଖିଥିଲେ । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ସୁଜାତା ଛୁଟିରେ ପଳାଇଥିବା ନେଇ ୨୦୨୪ ଜୁନ୍ ୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ଚିଠିରୁ ଜଣାପଡ଼ିଥିଲା । ସୁଜାତାଙ୍କୁ ପିଛିଲା ଭାବେ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ସନ୍ତାନର ଯତ୍ନ ପାଇଁ ୧୮୦ ଦିନର ଛୁଟି ଅନୁମତି ଦିଆଯାଇଥିଲା । ଏହି ଛୁଟି ଅବଧି ମଧ୍ୟରେ ସୁଜାତାଙ୍କୁ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳୁଥିଲା ।
ସର୍ବଭାରତୀୟ ସେବା ରୁଲସ-୧୯୫୫ର ରୁଲ-୧୮(ଘ)ରେ ଥିବା ପ୍ରାବଧାନ ଆଧାରରେ ସେ ତାଙ୍କ ଝିଅର ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଛୁଟି ଆବେଦନ କରିଥିଲେ । ଯାହାକୁ ତତ୍କାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲେ । ସାଧାରଣ ନିର୍ବାଚନ ବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)