Advertisment

ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ

ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ?

author-image
Santosh Kumar Sahoo

ଚିନ୍ତା ଉଦ୍ରେକକାରୀ ଦୃଶ୍ୟ...ଶାସକ ଦଳର ଜଣେ ସିଟିଂ ଏମଏଲ୍ଏଙ୍କ ଉପରେ ସଂଘବଦ୍ଧ ଆକ୍ରମଣ...ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀଙ୍କ ଆତଙ୍କରାଜ...ଠେଙ୍ଗାବାଡ଼ି ଧରି ବିଧାୟକଙ୍କ ଗାଡ଼ି ଉପରେ ହମଲା, ଭଙ୍ଗାରୁଜା...ଗାଡ଼ି ଭିତରେ ଆତଙ୍କିତ, ଅସହାୟ ବିଧାୟକ । ୨୦ରୁ ୨୫ ମିନିଟ୍ ଧରି ଯେମିତି ଭିଡ଼ତନ୍ତ୍ର ନିୟନ୍ତ୍ରଣରେ ଥିଲା ପୂରା ଅଞ୍ଚଳ । ପୋଲିସ୍ ପହଞ୍ଚିବାରେ ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା ।

Advertisment
BJP Pranab Prakash Das BJD Jajpur
Advertisment
Advertisment