ଝାରସୁଗୁଡା ଉପନିର୍ବାଚନ ଭୋଟ ପାଇଁ ଘୋଷଣା ହେଲା ତାରିଖ । ମେ ୧୦ ତାରିଖରେ ହେବ ଭୋଟ, ଆଉ ୧୩ ତାରିଖରେ ହେବ ଗଣତି ।
ବଡ଼ ଲୋକଙ୍କ ସମ୍ପୃକ୍ତି ଅଛି, ତେଣୁ ସରକାର ତଦନ୍ତ କରୁ ନାହାନ୍ତି କହିଲେ ଜୟ ।
ବିଜେଡିର ନୂଆ ନାରାକୁ ନେଇ ତେଜିଲା ରାଜନୀତି । ନିର୍ବାଚନକୁ ଆଖି ଆଗରେ ରଖି, ବିଜେପିକୁ ଚେକ୍ ଦେବାକୁ ଦଳ ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି ।
ସେହି ୪ଟି ଜିଲ୍ଲା ଖଣି ଖାଦାନରେ ଭରପୁର । ବ୍ଲାକରୋଜ କଥା ବି ଉଠାଇଲେ ଜୟନାରାୟଣ ।
୨୦୨୪ରେ କ୍ଷମତା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ ।
ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।
ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।
ପ୍ରଥମେ ପଶ୍ଚିମ ଓଡ଼ିଶା । ତାପରେ ଦକ୍ଷିଣ । ଆଉ ଏବେ ଫୋକସରେ ନିଜ ଜିଲ୍ଲା ଗଂଜାମ । କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟକ୍ରମ । ହେଲେ ସଭା ଦେଖି ଲାଗୁଥିଲା ଯେମିତି ନିର୍ବାଚନ କ୍ୟାମ୍ପେନ୍ ।
ଜୀବନ ବିନ୍ଦୁ ରକ୍ତ ସଂକଟ ଦୂର ପାଇଁ ଦଳର ଏଇ କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନ କୁହେ ବିଜେଡି । ହେଲେ ବାସ୍ତବରେ ଦଳର ଏ ମହତ ଅଭିଯାନ ଚାଲିଛି କେମିତି ? ସତର କିଭଳି ଭିତ୍ତି ଉପରେ ଚାଲିଛି ଦଳର ଏ ଫ୍ଲାଗସିପ୍ ପ୍ରୋଗ୍ରାମ ?
ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ପୋଲିସର କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି । କେହି କାହାକୁ ମାନୁ ନାହାନ୍ତି ।
ବିଧାୟକମାନେ ଲୋକଙ୍କ ପ୍ରତିନିଧି, ଆମେ ଲୋକଙ୍କ କଥା ଉଠାଇବୁ, କ୍ରୀତଦାସ କେମିତି ହେବୁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରୟଣ ।
ବିଜେପି ବି ସୁଶାନ୍ତଙ୍କ ଆଡ଼କୁ ଉଠାଇଲା ଅଙ୍ଗୁଳି । ଗୋପାଳ ପାଗଳ କି ନା ବିଧାନସଭାରେ ସରଗରମ ଚର୍ଚ୍ଚା ।
ଆମ୍ ଆଦମୀ ପାର୍ଟିର ନାଁ ନେଇ, ଏଭଳି ଦଳସବୁ ନିର୍ବାଚନ ଜିତିବା ଲାଗି ଯେ କୌଣସି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ବୋଲି ଲେଖିଛନ୍ତି ଭର୍ତ୍ତୃହରି ।
ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।
‘ମୁଁ ଲୋକଙ୍କୁ ଏଠାକୁ ଆସିବାକୁ ଡାକିଥିଲି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ମୁଁ ରାଜି ଅଛି’ ବୋଲି କହିଛନ୍ତି ପ୍ରଣବ ।
ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଅଭିଯୋଗ ଆଣିଲେ ଉଭୟ ବିଜେପି ଓ କଂଗ୍ରେସ । ଅତାବିରା ଥାନାରେ ଏତଲା । ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ପ୍ରାର୍ଥୀ ।
୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।
୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।
ସୁରକ୍ଷା ନ ଦେଲେ ବସ୍ ବନ୍ଦ କରିବାକୁ ସଂଘର ଚେତାବନୀ । ଗୃହରେ ହଙ୍ଗାମା, ବିବୃତି ରଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ ।
ଗାଦି ମାଡ଼ି ବସିଛନ୍ତି ସରକାରୀ ବାବୁ ଓ ସଚିବ । ୟେ କିଭଳିଆ ଫାଇଭ୍ ଟି ବୋଲି କହି ବର୍ଷିଲା ବିଜେପି । ବୁକ୍ ସର୍କୁଲାର ଉଲ୍ଲଂଘନ ନେଇ କଂଗ୍ରେସର ହମଲା ।
ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି । ବିଜେପି କହିଛି, ଜଳୁଛି ଜଙ୍ଗଲ । ବଢ଼ୁଛି ତାପମାତ୍ରା । ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର ।
ସବୁ ବିଭାଗର କ୍ଷମତା ସଂକୋଚନ ପାଇଁ ଆସିଛି କି 5T ? ଯଦି ବିଭାଗ, ତେବେ ବିଧାନସଭାରେ କାହିଁକି ହେଉନି ପ୍ରଶ୍ନୋତ୍ତର ?
ମିଶନ୍ ଶକ୍ତି ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ନେଇ ଅକଳରେ ସରକାର । ସ୍ୱୟଂ ସହୟିକା ଗୋଷ୍ଠୀ ଲୋନ୍ ବିନିଯୋଗର ପର୍ଦ୍ଦାଫାଶ ଲୋନ୍ ନେଉଛନ୍ତି,କିନ୍ତୁ ସୁଝୁନାହାନ୍ତି । ସଠିକ ଭାବେ ବିନିଯୋଗ ହେଉନି ଋଣ ବାବଦ ମିଳୁଥିବା ଅର୍ଥ ।
୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ନାଁରେ ନୂଆ ସ୍କିମ୍ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷରେ ଜନଜାତିଙ୍କ ଜୀବିକା ପାଇଁ ୫ଶହ କୋଟି ଖର୍ଚ୍ଚ କରିବେ ସରକାର। ଯାହାକୁ ନେଇ ଆଦିବାସୀ ଭୋଟ୍ ନେବାକୁ ରଣନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।