Advertisment

‘ମୁଖ୍ୟମନ୍ତ୍ରୀ ଅସୁସ୍ଥ; ତାଙ୍କୁ ଗୃହବନ୍ଦୀ କରାଯାଇଛି, ଏଇ ୪ ବର୍ଷ ହେଲା ଏମିତି ଚାଲିଛି’

ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି ।

author-image
Satyendu Shekher Mishra
undefined

MP Aparajita Sarangi On Naveen Patnaik And 5T Secretary

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ। ପୁଣି ଏମିତି କହି 5T ସଚିବଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଖୋର୍ଦ୍ଧା ମଳିପଡ଼ାରେ ଜୋନସ୍ତରୀୟ ମିଟିଂରେ 5T ସଚିବଙ୍କୁ ସେ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅସୁସ୍ଥ କହି ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା କଥା ସେ କହିଛନ୍ତି । ଏମିତିକି ଏବେ ୪ ବର୍ଷ ହେଲା ଏହା ଚାଲିଛି । ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି ।

Advertisment

ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ବିଜେଡି କାର୍ଯ୍ୟକାରିଣୀ ବୈଠକରେ ସାଂସଦ ଓ ବିଧାୟକଙ୍କୁ 5T ସଚିବ ମାର୍ଗଦର୍ଶନ ଦେଉଛନ୍ତି । ରାଜ୍ୟର ଶାସନ ଉପରେ ଆଉ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣ ନାହିଁ । ବରିଷ୍ଠ ନେତାମାନେ ମୁହଁ ଖୋଲୁ ନାହାନ୍ତି । ଯଦି 5T ସଚିବ ଜିନ୍ଦାବାଦ ଚାହୁଁଛନ୍ତି, ତେବେ ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାନ୍ତୁ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଆହ୍ୱାନ୍‌ ଦେଇଛନ୍ତି । ତେବେ ଏହା ଉପରେ ଶାସକ ଦଳର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

BJD BJP Congress Aparajita Sarangi Odisha Politics
Advertisment
Advertisment