• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

5T ସଚିବଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ । ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । କେନ୍ଦ୍ରକୁ ଚିଠି ଲେଖି 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ବିଜୟ । ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ମଧ୍ୟ ଦେଇଛନ୍ତି ବିଜୟ । ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା ଜଣାଇଛନ୍ତି । ବିଭିନ୍ନ ସାଧାରଣ ସଭାରେ ଯୋଗଦେଇ ଅନୁଦାନ ଘୋଷଣା କରୁଥିବା ମଧ୍ୟ ସେ ଚିଠିରେ ଲେଖିଛନ୍ତି ।

ଏହା ସର୍ବଭାରତୀୟ ସେବା କଣ୍ଡକ୍ଟ ରୁଲ୍‌ର ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି ବିଜୟ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବାରୁ ତାଙ୍କପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ଆଶା କ୍ଷୀଣ । ଏନେଇ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜୟ ।