Advertisment

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ ଧର୍ମେନ୍ଦ୍ର, ସାମିଲ ହୋଇପାରନ୍ତି ଅପରାଜିତା !

ମନ୍ତ୍ରିମଣ୍ଡଳରୁ ବାଦ ନ ପଡିଲେ ବି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା। ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ନେଇ ତାଙ୍କ ବିଭାଗ ବଦଳାଇପାରନ୍ତି ପ୍ରଧାନମନ୍ତ୍ରୀ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dharmendra Pradhan - Aparajita Sarangi

Dharmendra Pradhan - Aparajita Sarangi

ଖୁବ୍‌ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ୨୪ ନିର୍ବାଚନ ପୂର୍ବରୁ ପିଏମ ମୋଦିଙ୍କ ବଡ଼ ପ୍ରସ୍ତୁତି । ମନ୍ତ୍ରିମଣ୍ଡଳରୁ ବାଦ ପଡି ସଂଗଠନକୁ ଫେରିପାରନ୍ତି କିଛି ହେଭିୱେଟ୍ । ସାମିଲ ହୋଇପାରନ୍ତି କିଛି ନୂଆ ଚେହେରା । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ କିଏ ପଡିବେ ବାଦ୍ କିଏ ସାମିଲ ହେବେ, ସେ ନେଇ ପ୍ରସ୍ତୁତ ହେଉଛି ତାଲିକା ।

Advertisment

ଓଡ଼ିଶାରୁ ବାଦ୍ ପଡି ପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ସଂଗଠନରେ ଗୁରୁ ଦାୟିତ୍ୱ ଦେଇପାରେ ଦଳ। ବିଶେଷ କରି ୨୪ ନିର୍ବାଚନ ପାଇଁ ଉତ୍ତରପ୍ରଦେଶ ଦାୟିତ୍ୱରେ ରହିପାରନ୍ତି ଧର୍ମେନ୍ଦ୍ର । ମନ୍ତ୍ରିମଣ୍ଡଳରୁ ବାଦ ନ ପଡିଲେ ବି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା। ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ନେଇ ତାଙ୍କ ବିଭାଗ ବଦଳାଇପାରନ୍ତି ପ୍ରଧାନମନ୍ତ୍ରୀ।

ତେବେ ଧର୍ମେନ୍ଦ୍ର ବାଦ ପଡିଲେ ତାଙ୍କ ଜାଗାରେ ଓଡିଶାରୁ କିଏ ସାମିଲ ହେବ ତାକୁ ନେଇ ବି କଳ୍ପନାଜଳ୍ପନା। ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ପଶ୍ଚିମ ଓଡିଶାରୁ ସୁନ୍ଦରଗଡ଼ ସାଂସଦ ହେଭିୱେଟ ଜୁଏଲ ଓରାମ ରେସ୍‌ରେ ଆଗରେ ଥିବା ବେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମନ୍ତ୍ରୀପଦ ମିଳିପାରେ ।

Advertisment

ନିକଟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟ ତଥା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ। କେନ୍ଦ୍ରମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ତେଲେଙ୍ଗାନା ରାଜ୍ୟ ସଭାପତି କରାଯାଇଛି। ସେହିପରି ଆଜି ୪ ରାଜ୍ୟର ନିର୍ବାଚନ ପାଇଁ ୯ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେହି ଭିତରୁ ଅଛନ୍ତି ୪ କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ଭୁପେନ୍ଦ୍ର ଯାଦବଙ୍କୁ ମଧ୍ୟପ୍ରଦେଶ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ମନସୁଖ ମାଣ୍ଡଭିୟାଙ୍କୁ ଛତିଶଗଡ଼ ଓ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ସହ ପ୍ରଭାରୀର ଦାୟିତ୍ୱ ମିଳିଛି । ଯାହାକି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ୮୧ ଜଣ ସଦସ୍ୟ ହୋଇପାରିବେ। ଏବେ ୭୮ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଜୁଲାଇ ୨୦ରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ମୋଦି ମନ୍ତ୍ରି ମଣ୍ଡଳ ଅଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

BJD Dharmendra Pradhan Aparajita Sarangi BJP Odisha BJP Odisha Politics
Advertisment
Advertisment