/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688379421.jpg)
Sanjukta Mahala
ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାଆଙ୍କୁ ନିର୍ଯାତନା ଦେଇ ହଡ଼ପ କରୁଛନ୍ତି ବାପାଙ୍କ ପେନ୍ସନ୍ । ଏନେଇ ପୋଲିସ କମିଶନରଙ୍କ ନିକଟରେ ହାଜର ହେଲେ ସଂଯୁକ୍ତାଙ୍କ ମାଆ, ଭଉଣୀ ଓ ଭାଉଜ ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସଂଯୁକ୍ତା କୁଆଡେ ମିଥ୍ୟା ଅଭିଯୋଗ ଆଣି ବାପାଙ୍କ ପେନସନ ଟଙ୍କା ହଡ଼ପ କରୁଛନ୍ତି । ଏହା ସହ ପରିବାରର ସଦସ୍ୟଙ୍କୁ ମାରି ଦେବାର ଧମକ ଦେଉଛନ୍ତି । ଏପରିକି ଫେସବୁକରେ ପରିବାର ଲୋକଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ସହ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ନେଇ ମଧ୍ୟ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାଆ, ଭାଉଜ ଓ ଭଉଣୀ ।
ତେବେ ଏନେଇ ସଂଯୁକ୍ତା ମହଲାଙ୍କ ପ୍ରତିକ୍ରିୟା ମିଳିନାହିଁ । ସଂଯୁକ୍ତା ମହଲା ବିଜୁ ଜନତା ଦଳର ଉପ ସଭାନେତ୍ରୀ ଥିବା ବେଳେ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡ଼ର ସଦସ୍ୟ ଅଛନ୍ତି ।
କିଛି ଦିନ ପୂର୍ବରୁ ଅର୍ଥାତ୍ ଗତ ଏପ୍ରିଲ ୧୩ ତାରିଖରେ ସଂଯୁକ୍ତା ମହଲା ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ପାଇଁ ଜିଦ୍ ଧରିବା ପରେ ପୋଲିସ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସରକାରଙ୍କ ଚାପ ଅବା ଅନ୍ୟ କିଛି କାରଣରୁ ସଂଯୁକ୍ତାଙ୍କ ଏଫଆଇଆର ରୁଜୁ ହୋଇପାରିନଥିବା ଜଣାପଡ଼ିଥିଲା ।
ସଂଯୁକ୍ତା ଖୋଲାଖୋଲି ଭାବେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କ ନାଁ ଉଲ୍ଲେଖ କରିଥିଲେ । ଏହାର ପ୍ରାୟ ୧୦ଦିନ ପରେ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଉଦଘାଟନ ଅବସରରେ ସଂଯୁକ୍ତାଙ୍କୁ କାନ୍ଦି କାନ୍ଦି ଫେରି ଯାଉଥିବା ଦେଖିବାକୁ ମିଳିଥିଲା । ସେ ନ୍ୟାୟ ଅପେକ୍ଷାରେ ଥିବା ନେଇ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ଏହାର କିଛି ଦିନ ପରେ ସଂଯୁକ୍ତାଙ୍କୁ ଶ୍ରମ ବିଭାଗରେ ଥଇଥାନ କରିଥିଲେ ମୁଖ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)