ମ୍ବଲପୁର ସର୍କିଟ୍ ହାଉସରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।
ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି ।
ବିରୋଧୀଦଳ ନେତା-IIC ଠେଲାପେଲାକୁ ନେଇ ଘମାସାନ ରାଜନୀତି । ମୋତେ ହତ୍ୟା ପାଇଁ ଚାଲିଛି ଚକ୍ରାନ୍ତ କହିଲେ ଜୟନାରାୟଣ ମିଶ୍ର ।
ଜୟନାରାୟଣଙ୍କ ପ୍ରତି ବିଦ୍ରୁପ ଓ ସମ୍ମାନହାନୀ ଭଳି ମନ୍ତବ୍ୟ ରଖିଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ । ଅରୂପଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୟନାରାୟଣ ବି ଜବାବ ରଖିଛନ୍ତି ।
କେନ୍ଦୁଝର ମେଡିକାଲ୍ କଲେଜରେ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ନିଯୁକ୍ତ ହୋଇନାହାନ୍ତି । ମାତ୍ର ୧୯ ଜଣ ଠିକା କର୍ମଚାରୀରେ ଚାଲିଛି ଏହି ମେଡିକାଲ୍ କଲେଜ୍ ।
‘କ୍ୟାବିନେଟ ମନ୍ତ୍ରୀଙ୍କୁ ASI ମାରିଲା, ସରକାର କହିଲେ ଆମେ ଧରିଲୁ 'ଗୋପାଳ ଲୁଚିଥିଲା କେଉଁଠି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଗଲାଣି ।’
ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ ବେଳେ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠେଲାପେଲା ହୋଇଥିଲା ।
ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ଅବସରରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ‘ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ। ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ।’
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିଲା ବିଜେପି, କେନ୍ଦ୍ର ବିରୋଧୀ ନାରାବାଜି କରି ଧାରଣା ଦେଲା ବିଜେଡି
ଅଭାବ ଅସୁବିଧାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଖୋଦ୍ କଲେଜର ଛାତ୍ରଛାତ୍ରୀ
ବିଜେପି ମାଗିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା । କେନ୍ଦ୍ର ବିରୋଧୀ ନାରାବାଜି କରି ବିଜେଡିର ଧାରଣା ।
୧୬ରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବିଜେପି
ରାଜ୍ୟରେ ଥମୁନି ଚାଉଳ ରାଜନୀତି । ମାଗଣାରେ ଚାଉଳ ବଣ୍ଟନ ପକ୍ରିୟା ଜାରି ଥିବାବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା ଆରମ୍ଭ କରିଥିବାରୁ କାଳେ ବିଜେପି ମାଇଲେଜ୍ ନେଇଯିବ ତାକୁ କାଉଣ୍ଟର କରିବାକୁ ବାଟ କାଢିଛି ବିଜେଡି । ଆଉ ପଞ୍ଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦେଇଛି ୩ ଦିନିଆ ଆନ୍ଦୋଳନର ଡାକରା
ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟା ବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ବିରୋଧରେ କାଲିଠୁ ବିଜେଡିର ତିନିଦିନିଆ ଆନ୍ଦୋଳନ ।
ଦିଲ୍ଲୀରେ ହାତ ଧରି ଓଡ଼ିଶାରେ ପହଞ୍ଚିଲେ ବିଜୟ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ କଂଗ୍ରେସ ନେତା ବିଜୟ ।
ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ ।’
ବିଜୟ ସିଧା ସଳଖ କହିଛନ୍ତି ‘ନବ ଦାସଙ୍କୁ ବୋଧ ହୁଏ ସେ ASI ମାରିନି’ । କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର ।
ପଂଚାୟତରେ ବିଜେଡି ଓ ଜିଲ୍ଲା ସ୍ତରରେ ବିଜେପି କରିବ ଆନ୍ଦୋଳନ । ୧୪ରୁ ୧୬ ଯାଏଁ ଚାଲିବ ହାଇଭୋଲେଟେଜ୍ ପଲିଟିକାଲ୍ ସୋ ।
OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।
ମିଡ୍ ନାଇଟ୍ ଅପରେସନ୍ ପରଠୁ ବିଜୟଙ୍କ ଉପରେ ବଢ଼ିଥିଲା ନବୀନଙ୍କ ଭରସା।
୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୧୦ ଟାରୁ ୧୧ ଟା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ତଳେ ବସି ବସି ବିରକ୍ତ ହୋଇଥିବା ମହିଳା ମାନେ ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ଉଠି ଚାଲି ଯାଇଥିଲେ । ୧୪ଶହ ଅଟୋରେ ଯେଉଁ ମହିଳାମାନେ ଆସିଥିଲେ ସେମାନେ ଖାଇବାକୁ ବି ପାଇଲେନି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି। ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ଗୃହ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ନିଜ ପାଖରେ ରଖିଛନ୍ତି ନବୀନ। କିନ୍ତୁ ରାଜ୍ୟର ଜଣେ କ୍ୟାବିନେଟ୍ ତଥା ଟାଣୁଆ ମନ୍ତ୍ରୀଙ୍କୁ ଏମିତି ଭାବରେ ହତ୍ୟା କରାଯାଇଥିବାରୁ ସମସ୍ତଙ୍କ ମନରେ ପଶିଲାଣି ଛନକା
କୌଣସି ସମୟରେ ଉପନିର୍ବାଚନ ହେବ। ଏହାର ଦାୟିତ୍ୱ ଆପଣଙ୍କୁ ନେବାକୁ ପଡ଼ିବ। ବିଜୟ ତ ନିଶ୍ଚିତ କିନ୍ତୁ କେତେ ପରିମାଣରେ ଭୋଟ୍ ଜିତିବୁ, ଏ ଦାୟିତ୍ୱ ଆପଣଙ୍କର। ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏ ମନ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।
ନବ ଦାସ ହତ୍ୟା ପଛରେ ହୋଇଛି କି ଟପ୍ ଲେବେଲ୍ ରାଜନୈତିକ ଷଡ଼ଯନ୍ତ୍ର ? ଏହା ଏକ ବିଜନେସ୍-ପଲିଟିକାଲ୍ ମର୍ଡର ନୁହେଁ ତ ? ଗୋପାଳ ଦାସଙ୍କୁ ମୋହରା କରି ନବଙ୍କୁ ରାସ୍ତାରୁ ହଟାଯାଇଛି କି ? ପାୱାରଫୁଲ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୯ ଦିନ ହେଲା । ହେଲେ ଏଯାଏଁ ଖୋଲିନି ମର୍ଡର ପ୍ଲଟ୍ର ଗୁମର । ଗୋଟିଏ ପଟେ କ୍ରାଇମ୍ ବ୍ରାଂଚ ତଦନ୍ତକୁ ନେଇ ସନ୍ଦେହ ବଢୁଥିବା ବେଳେ ଅନ୍ୟପଟେ ଏହି ମାମଲାକୁ ନେଇ ରାଜନୀତି ବି ସରଗମ ।