ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।
ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।
ବଡ଼ ପ୍ରଶ୍ନ କାହିଁକି ପ୍ରସଙ୍ଗକୁ ନେଇ ପ୍ରଚାର ହେଲାନି? ପ୍ରସଙ୍ଗ ଗୌଣ ହୋଇ ଭାବପ୍ରବଣତାକୁ କାହିଁକି ଗୁରୁତ୍ୱ ଦିଆଗଲା? ସାଧାରଣ ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାରୁ ଏହି ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ସେତେଟା ସିରିୟସ୍ ହେଲେନି କି ?
ଭୋଟ୍ ଟାଣୁନି କି ମୁଦ୍ଦା ? ପୁଳା ପୁଳା ସ୍ଥାନୀୟ ସମସ୍ୟା ସତ୍ତ୍ବେ ଝାରସୁଗୁଡ଼ା ଉପନିର୍ବାଚନରେ ଅସଲ ପ୍ରସଙ୍ଗକୁ ଛୁଉଁନାହାନ୍ତି କୌଣସି ବି ଦଳ । ବିରୋଧୀଙ୍କ କେବଳ ନବ ହତ୍ୟା ପ୍ରସଙ୍ଗ ଓ ଶାସକ ଦଳର ଅନୁକଂପା କାର୍ଡ ଲଢ଼େଇକୁ ନେଇ ଚର୍ଚ୍ଚା
କାହାର ହେବ ଝାରସୁଗୁଡ଼ା ? ଶେଷ ମୁହୂର୍ତ୍ତରେ ଗଡ଼ ଦଖଲ ପାଇଁ ପ୍ରଚାର ମୈଦାନରେ ହାଇଭୋଲଟେଜ୍ ଟକ୍କର। ମୁଖ୍ୟମନ୍ତ୍ରୀ ନବୀନଙ୍କ ସଭାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସଭା, ରୋଡ୍ ସୋ...ଆଟାକ୍, କାଉଣ୍ଟର ଆଟାକ୍
ଝାରସୁଗୁଡ଼ାରେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନକୁ ନେଇ ମୁହାଁମୁହିଁ ବିଜେଡି- ବିଜେପି: ଭୋଟ୍ ବେଳେ ପ୍ୟାକେଜ ଘୋଷଣା କରି ସରକାର ନିୟମ ଭାଙ୍ଗିଥିବା କହି ବର୍ଷିଲେ ବିରୋଧୀ । ବିଜେଡିର ଖଣ୍ଡନ, ସିଇଓ କହିଲେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ
ଝାରସୁଗୁଡ଼ା ଉପନିର୍ବାଚନରେ ବିରୋଧୀ ଅପେକ୍ଷା ବିଜେଡିକୁ ବିଜେଡିର ଚିନ୍ତା। ଅଡୁଆ ହୋଇପାରେ ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳ। କାରଣ ଦିବଂଗତ ନେତା ନବ ଦାସ ଓ କିଶୋର ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।
ହଙ୍ଗା ପଡ଼ିଲା କି ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା ? ତା’ ସହ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ବି ମାତ୍ ଦେବାରେ ସାହାଯ୍ୟ କଲା କି ? ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।
ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ? ଟଙ୍କଧର ଓ କୁସୁମ ଟେଟେଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ତେଜିଲା ହିଂସା ରାଜନୀତି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ସିଇଓଙ୍କୁ ଭେଟି ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଉଭୟେ ବିଜେପି-ବିଜେଡି
ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସରଗରମ ରାଜନୀତି । ଗୋଟିଏ ପଟେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ଶଙ୍ଖ ଶିବିରରେ ସାମିଲ ହୋଇଥିବା ବେଳେ ଝାରସୁଗୁଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି କର୍ମୀ ।
କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ସିଇଓଙ୍କ ପାଖେ ବିଜେପିର ଦାବି । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।
ବିଜେଡି ପ୍ରାର୍ଥୀ ଜଣେ ମହିଳା ହୋଇଥିବାରୁ ବିଜେପି ପାଇଁ ମହିଳା ଭୋଟ୍ ଜୁଟାଇବାର ଭାର ନେଇଛନ୍ତି ଟଙ୍କଧରଙ୍କ ପତ୍ନୀ ଗୁଡ଼ିଆ ।
ଉପ ନିର୍ବାଚନ ପାଇଁ ଜମୁଛି ଝାରସୁଗୁଡ଼ା ପ୍ରଚାର ମୈଦାନ । ଲଇକେରା ଓ କୋଲାବିରାରେ ବିଶାଳ ଜନସମାବେଶ ।
ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ
ସଭାରେ ସତ କହିଦେଲେ ସମିତିସଭ୍ୟ । ରାଗିପାଚି ଲାଲ୍ ହୋଇଗଲେ ବିଜେଡି ବିଧାୟିକା । ଚୁପ୍ ରହିବାକୁ ତାଗିଦ୍ କଲେ, ଗେଟ୍ ଆଉଟ୍ ବି କହିଲେ । ଭାଇରାଲ ହେଲା ଭିଡିଓ
ଦଳରେ ବିଦ୍ରୋହର ଆଶଙ୍କା କରୁଛି କି ବିଜେଡି ? ସାଧାରଣ ନିର୍ବାଚନ ପୂର୍ବରୁ ଅକଳ ସ୍ଥିତିର ବାସ୍ନା ବାରୁଛି କି ଦଳ ? କାରଣ ଏବେଠୁ ଆରମ୍ଭ ହେଲାଣି ଅଲୋଡ଼ା ନେତାଙ୍କ ମାନଭଞ୍ଜନ। ଆଉ ଏହି ପର୍ବରେ ଚର୍ଚ୍ଚାରେ ସଂଜୟ ଦାସବର୍ମା। ଦଳ ଭିତରେ ଦୀର୍ଘ ଦିନ ଧରି କୋଣଠେସା ହୋଇ ରହିଥିବା ସଂଜୟଙ୍କୁ ନିକଟରେ ନବୀନ ନିବାସରୁ ଡାକରା ଆସିବା ଏବଂ ସେ ନବୀନ ନିବାସ ଯାଇ ଶୀର୍ଷ ନେତୃତ୍ୱ ଓ ବର୍ତ୍ତମାନ ଅଫିସର ଥାଇ ଦଳୀୟ ଆଫାୟାର୍ସ ବୁଝୁଥିବା ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିବାକୁ ନେଇ ଏଇ ଚର୍ଚ୍ଚା।
ଦୁଇ ବର୍ଷ ହେବ ଅଲୋଡ଼ା ସଞ୍ଜୟ ଏବେ କାହିଁକି ଲୋଡ଼ା ପଡ଼ିଲେ? କିଛି ପ୍ୟାଚ୍ ଅପ୍ ପାଇଁ ଉଦ୍ୟମ ହେଉଛି କି ? କେବଳ ଦଳ ନୁହେଁ ରାଜ୍ୟ ରାଜନୀତିରେ ବି ଏସବୁ ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା। ତାର କାରଣ ବି କିଛି ରହିଛି।
କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।
ବାପା ତ ଚାଲିଗଲେ, ତାଙ୍କୁ ତ ଆଉ ଫେରାଇ ଆଣି ହେବନି। କାରଣ ଯାହା ବି ଥାଉ, ଏହା ବିଧିର ବିଧାନ ଥିଲା...
ଶେଷ ମୁହୂର୍ତ୍ତରେ ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକଟ ଥୋପ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବାବେଳେ ଏବେଠୁ ବିଜେଡିରେ ଟିକଟ୍ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିବା ଚର୍ଚ୍ଚା ହେଉଛି ।
5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ।
ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର ।
ସମ୍ବଲପୁର ଘଟଣାକୁ ନେଇ ସେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।
ବିରୋଧୀ କଳାଧନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିବା ବେଳେ ଉତ୍ତରରେ ଶାସକ ଦଳ କହିଛି କୌଣସି ତଥ୍ୟ ଲୁଚାଯାଇନି।
ବିଜେଡି ଦ୍ୱିତୀ ଆଞ୍ଚଳିକ ଧନୀ ଦଳ ଓ ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେବା ପରେ ପାର୍ଟି ଚାନ୍ଦା ତଥ୍ୟ ଦେବାକୁ ଦଳ କାହିଁକି ପଛଘୁଞ୍ଚା ଦେଲା?