ବିଧାନସଭା ବାଚସ୍ପତି ପଦକୁ ନେଇ ହଟୁନି ସସପେନ୍ସ। ଦୀର୍ଘ ୨ ମାସ ୧୦ ଦିନ ପରେ ବି ପୂରଣ ହୋଇନି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ କହି ବର୍ଷିଥିଲା ବେଳେ ବିଜେପି ବି ଅଗଣତାନ୍ତ୍ରିକ କହି ସମାଲୋଚନା କରିଛି। ଏଥିସହ ତୁରନ୍ତ ବାଚସ୍ପତି ନିର୍ବାଚନ ପାଇଁ ଦାବି କରିଛନ୍ତି ଉଭୟ ଦଳ। ତେବେ ବିଜେଡି କହିଛି ଠିକଣା ସମୟରେ ନିଷ୍ପତ୍ତି ନିଆଯିବ।
ପ୍ରଶ୍ନ ଉଠୁଛି କ୍ଷୁର୍ଣ୍ଣ ହେଉନି ତ ବାଚସ୍ପତିଙ୍କ ପଦ ମର୍ଯ୍ୟାଦା ? ପଦ ପୂରଣରେ ଜାଣି ଶୁଣି ଶାସକ ବିଜେଡି ସମୟ ଗଡ଼େଇ ଚାଲିଛି ନା ଅଛି କିଛି ଦଳୀୟ କେଁ ? ଏବେ ବିନା ବାଚସ୍ପତିରେ ଚାଲିଛି ବିଧାନସଭାର ବିଭିନ୍ନ କାର୍ଯ୍ୟ।
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିଅରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତିବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଏ । ଏହି ବୃତ୍ତି ଅନ୍ତର୍ଗତ ଏକାଡେମିକ୍ ଫି’ର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତି ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଏ ।
୨୦୨୨-୨୩ ଶିକ୍ଷା ବର୍ଷରେ ୩ ଜଣ ବୃତ୍ତିଧାରୀ ବିଭିନ୍ନ ଆଇଆଇଟି ଏବଂ ଅନ୍ୟ ୩ ଜଣ ଏନଆଇଟି ରାଉରକେଲା, ଭିସୁଟ୍ ବୁର୍ଲା ଓ ଏମକେସିଜି ମେଡିକାଲ କଲେଜରେ ଶିକ୍ଷା ଲାଭ କରୁଛନ୍ତି।
ହେଲିଓପୋଲିସରେ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣବଳୀ ଦେଇଥିବା ୩ହଜାର ୭୯୯ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।
ଯେଉଁମାନେ ଜାତି, ରାଜନୈତିକ ସଂଘର୍ଷ କିମ୍ବା ଆନ୍ତର୍ଜାତୀୟ ବିବାଦ ଭଳି ସମସ୍ୟା ହେତୁ ନିଜ ଘର ଛାଡି ଅନ୍ୟ ଦେଶକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି ସେମାନଙ୍କୁ ଶରଣାର୍ଥୀ କୁହାଯାଏ। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ବିଶ୍ୱ ଶରଣାର୍ଥୀ ଦିବସ।
ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି ଯେ ଗୀତା ପ୍ରେସ କେବେ କୌଣସି ପ୍ରକାର ପୁରସ୍କାର ଗ୍ରହଣ କରିନାହିଁ । କିନ୍ତୁ ଏଥର ପରମ୍ପରାକୁ ଭାଙ୍ଗି କେବଳ ସମ୍ମାନ ଗ୍ରହଣ କରିବ ।
ଆଜି ଅନ୍ତର୍ଜାତୀୟ ଯୌନ କର୍ମୀ ଦିବସ। ଲୋକେ ତ ନିଜର ଯୌନ ତୃଷ୍ଣାକୁ ଶାନ୍ତ କରିବା ପାଇଁ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କେବଳ କଥା ହେବା ପାଇଁ ମଧ୍ୟ ଯୌନ କର୍ମୀଙ୍କ ପାଖକୁ ଯାଆନ୍ତି ଆଉ ଟଙ୍କା ବି ଦିଅନ୍ତି। ଏହାର କାରଣ କ’ଣ…
ନୂଆ ସଂସଦ ଭବନରେ ସ୍ଥାପନ ହେଲା ରାଜଦଣ୍ଡ ବା ସେଙ୍ଗୋଲ । ସଂସଦ ଭବନ ନିର୍ମାଣରେ ଶ୍ରମଦାନ କରିଥିବା ଓଡ଼ିଆ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବରୁ ଏପରି ସମ୍ମାନ ଅନେକ ମିଳିସାରିଛି । ଏବେ ଏହି ତାଲିକା ବଢ଼ି ବଢ଼ି ଚାଲିଛି ।
ଆଜିକାଲି ବ୍ୟକ୍ତିକୁ ନେଇ ହେଉ କି ଜାତିକୁ ନେଇ, ଅଞ୍ଚଳକୁ ନେଇ ହେଉ କି ରାଜ୍ୟ ନେଇ ଅନେକଙ୍କ ମନରେ ଅଶାନ୍ତି ଦେଖିଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଶାନ୍ତି ଏକାନ୍ତ ଜରୁରୀ। କିପରି ଏହାକୁ ପ୍ରତିଷ୍ଠା କରିହେବ ଆସନ୍ତୁ ଜାଣିବା।
ଜଣେ ରୋଗୀର ସ୍ୱାସ୍ଥ୍ୟ ପାଇଁ ଜଣେ ନର୍ସର ଭୂମିକା କମ୍ ନୁହେଁ। କରୋନା ସମୟରେ ଏହାକୁ ସମସ୍ତେ ବୁଝିଥିବେ। ଏନେଇ ନର୍ସଙ୍କୁ ସମ୍ମାନ ଦେବା ନେଇ ଆଜି ଦିନଟି ଉତ୍ସର୍ଗୀକୃତ। ଆସନ୍ତୁ ଜାଣିବା ଏହା ପଛର ଇତିହାସ।
ପ୍ରଶାସନ ଦ୍ୱାରା ଅପମାନିତ ହୋଇ ଇସ୍ତଫା ଦେଲେ କେନ୍ଦୁଝର ବରଦାପାଳ ପଞ୍ଚାୟତର ଯୁବ ସରପଞ୍ଚ ଗଣେଶ ମୁଣ୍ଡା
ଓଡିଶା ଲିଡରସିପ୍ ଆୱାର୍ଡ ୨୦୨୩ ଭୁବନେଶ୍ୱରରେ ପ୍ରଦାନ କରାଯାଇଛି । ୩୧ ତମ ଓଡ଼ିଶା ଲିଡରସିପ୍ ଆୱାର୍ଡରେ ମନ୍ତ୍ରୀ ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ସମୟର ପ୍ରତିକୂଳ ପରିସ୍ଥିତିରେ ଅସୀମ ସାହସ ପ୍ରଦର୍ଶନ କରି ବହୁ ଧନ ଜୀବନ ରକ୍ଷା କରିଥିବା ଯୋଗୁଁ ତାଙ୍କୁ 'ଏୟାର ଫୋର୍ସ ମେଡାଲ୍ (ଗାଲାଣ୍ଟ୍ରି)' ବା 'ବାୟୁସେନା ମେଡାଲ(ବୀରତା)' ପ୍ରଦାନ କରାଯାଇଛି। ଏହି ଶୌର୍ଯ୍ୟ ତଥା ବୀରତା ସମ୍ମାନ ପାଇବାର ଗୌରବ ଅର୍ଜନ କରିବାରେ ଦୀପିକା ମିଶ୍ରା ହେଉଛନ୍ତି ଦେଶର ପ୍ରଥମ ମହିଳା ବାୟୁସେନା ଅଧିକାରୀ।
ପ୍ରଭାବୀ ସାମ୍ବାଦିକତା ଦ୍ବାରା ସାମାଜିକ ସମସ୍ୟାର ନିରାକରଣ ପାଇଁ ଓଟିଭିର ସାମ୍ବାଦିକା ପ୍ରଜ୍ଞାଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନଡାକିବା ପ୍ରସଙ୍ଗ ନେଇ ତେଜିଛି ବିବାଦ ।
ଉର୍ଲେରେ ଏବେ ଦେଖିବାକୁ ମିଳୁଛି ମହାରାଜା ରାବଣଙ୍କର ରାଜୁତି । ରାବଣ କୁବେରଙ୍କଠାରୁ ଲଙ୍କାପୁର ପ୍ରାପ୍ତି ଓ ପୁଷ୍ପକ ବିମାନ ପ୍ରାପ୍ତି ପରେ ଭାରି ଖୁସିରେ କରୁଛନ୍ତି ରାଜୁତି । ସେପଟେ ଏହାରି ମଧ୍ୟରେ ହଠାତ୍ ରାବଣଙ୍କ ପାଖକୁ ଖବର ଯାଏ ଲକ୍ଷ୍ଣଣ ସୁର୍ପନକାର ନାକ ଛେଦନ କରିଛନ୍ତି । ଏହାପରେ ପ୍ରତିଶୋଧ ପ୍ରଣାୟନ ହୋଇ ବାବାଜୀ ବେଶରେ ଆସି ଭିକ୍ଷା ମାଗିବା ସହ ଛଳନା କରି ସୀତାଙ୍କୁ ଚୋରି କରି ପୁଷ୍ପକ ବିମାନରେ ଲଙ୍କାପୁରୀକୁ ନେଇଥିଲେ।
ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନାଁରେ ସେମାନଙ୍କ ପ୍ରତି ଅବଜ୍ଞା ଓ ଅବହେଳା । ସାଧାରଣ ଜୀବନରେ ସେମାନେ ଯେମିତି ନୁହଁନ୍ତି, ସେମିତି ଭାବେ ଚିତ୍ରଣ କରିବାର ଅପଚେଷ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ସେଭଳି ପରିସ୍ଥିତି । ଏପ୍ରିଲ ପହିଲା ଉତ୍କଳ ଦିବସରେ ଅନୁଗୁଳରେ ପ୍ରତିଷ୍ଠା ହୋଇଛି ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ।
ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନାଁରେ ସେମାନଙ୍କ ପ୍ରତି ଅବଜ୍ଞା ଓ ଅବହେଳା । ସାଧାରଣ ଜୀବନରେ ସେମାନେ ଯେମିତି ନୁହଁନ୍ତି, ସେମିତି ଭାବେ ଚିତ୍ରଣ କରିବାର ଅପଚେଷ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ସେଭଳି ପରିସ୍ଥିତି । ଏପ୍ରିଲ ପହିଲା ଉତ୍କଳ ଦିବସରେ ଅନୁଗୁଳରେ ପ୍ରତିଷ୍ଠା ହୋଇଛି ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ । ତାଙ୍କର ସାର୍ଟ-ପ୍ୟାଣ୍ଟ ପିନ୍ଧା ଫଟୋକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।
ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି ।
ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା
OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।