ଚଳିତ ବର୍ଷ ପୁରସ୍କୃତ ହେବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକ ବିରଜା ରାଉତରାୟ, କବି ଇପ୍ସିତା ଷଡ଼ଙ୍ଗୀ, ଲେଖିକା ସଂଯୁକ୍ତା ମହାନ୍ତି ଓ ଡାକ୍ତର ଫାଲଗୁନୀ ରାୟ
ହିନ୍ଦୀ ଗଳ୍ପ ସଂକଳନ ପାଇଁ ମହାରାଷ୍ଟ୍ରରେ ସମ୍ମାନୀତ ହୋଇଛନ୍ତି ଓଡ଼ିଆ ଝିଅ ପାରମିତା ଷଡ଼ଙ୍ଗୀ। ତାଙ୍କୁ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ତରଫରୁ “ମୁନ୍ସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର” ପ୍ରଦାନ କରାଯାଇଛି।
ଆସନ୍ତାକାଲି ମରିସସ୍ ଜାତୀୟ ଦିବସରେ ମୋଦି ଦ୍ୱିତୀୟ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପୂର୍ବରୁ ଗତକାଲି ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯେଉଁମାନେ ମହାକୁମ୍ଭଙ୍କୁ ଯାଇ ପାରିନାହାନ୍ତି, ସେମାନଙ୍କ ପାଇଁ ସଙ୍ଗମ ଜଳ ଆଣିଛି ।
‘ବିଜୁ ବାବୁଙ୍କ ଜୀବଦଶାରେ କେବେ ସମ୍ମାନ ଦେଇନଥିଲେ ନବୀନ । ଶେଷ ସମୟରେ ବି ପାଖକୁ ଯାଇନାହାନ୍ତି । ଏପରିକି ହସପିଟାଲ ବିଲ୍ ପେମେଣ୍ଟ କରିବାକୁ ଲୁଚିଥିଲେ । ଦିଲ୍ଲୀପ ରାୟ ଟଙ୍କା ପଇଠ କରିବା ପରେ ମରଶରୀର ହସପିଟାଲରୁ ଆସିଥିଲା ।’ – ବାବୁ ସିଂ, ବିଜେପି ବିଧାୟକ
ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା । ଆକ୍ରମଣାତ୍ମକ ମୁଦ୍ରାରେ ବିଜେଡି, ବିଜେପି ଦେଖାଇଲା ଆଇନା । ଶାସକ-ବିରୋଧୀ ମୁହାଁମୁହିଁରୁ ଚାଲିପାରିଲାନି ଗୃହ ।
୭୦ କେଜିର ଷ୍ଟ୍ରେଚର୍ ସହ ମାଆ ଓ ପିଲାଙ୍କୁ ନେଇ ଅନ୍ୟ ଏକ ସ୍ଥାନକୁ ଯାଆନ୍ତି, ସେଠାରେ ତୁରନ୍ତ ଷ୍ଟିଚ୍ ପକାଇ ପିଲାକୁ ସୁରକ୍ଷିତ ସ୍ଥାନରେ ରଖନ୍ତି। ଏହାପରେ ନୂଆ ଜୀବନ ପାଆନ୍ତି ମାଆ ଓ ଶିଶୁ। ସେପଟେ ହସ୍ପିଟାଲରେ ନିଆଁ ଲିଭେ... ସିନେମାର କାହାଣୀ ପରି ଲାଗୁଥିବା ଏ ଘଟଣା ଯିଏ ଶୁଣିବେ ସେ ଘଡିଏ ଭାବିବ।
ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକା ସୁନନ୍ଦା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା।
ଏକାଦଶ ଜଗଦୀଶ କଥା ସମ୍ମାନ ପାଇବେ ପବିତ୍ର ପାଣିଗ୍ରାହୀ । ସୁନନ୍ଦା ପ୍ରଧାନଙ୍କୁ ମିଳିବ ‘ଜଗଦୀଶ ଯୁବ ସମ୍ମାନ’।
କର୍ଣ୍ଣାଟକରେ ସ୍ଥାନୀୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ରାଇଟ ଟୁ ଡାଏ ଆକ୍ଟ ୱିଥ ଡିଗନିଟି ତଥା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାରକୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର।
ନୋଟିସ୍ରେ ଲେଖାଯାଇଛି 'ସରକାରୀ ଅଧିକାରୀ/କର୍ମଚାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର କରନ୍ତୁ ।' ଏଥିରେ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଥିବା ବିଭିନ୍ନ ନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଲେଖାଥିବା ଦେଖିବାକୁ ମିଳିଛି ।
ରାଜ୍ୟପାଳ ପ୍ରଦାନ କଲେ ପୋଲିସ ସେବା ପଦକ । ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଛି।
ଆଜି ଘୋଷଣା ହୋଇଛି ପଦ୍ମ ପୁରସ୍କାର-୨୦୨୫। ଚଳିତବର୍ଷ ପାଇଁ ୭ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ ନାଁ ଘୋଷଣା ହୋଇଛି।
Oscar Award Woned 7 Animated Films- ସମ୍ମାନଜନକ ଓସ୍କାର ପୁରସ୍କାର ପାଇଥିବା ୭ଟି ଆନିମେଟେଡ୍ ଫିଲ୍ମ
ସମ୍ମେଳନର ଉଦଯାପନୀ ସମାରୋହରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଦୁଇ ଦଶନ୍ଧି ଧରି ଦେଶର ବିଭିନ୍ନ ଭାଗରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀ ସେହି ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇପାରିଛି। ପ୍ରବାସୀଙ୍କ ସହ ସମ୍ପର୍କରେ ଯୋଡ଼ି ହୋଇପାରିଛି। ସେ ଦୃଷ୍ଟିରୁ ଓଡ଼ିଶା ମଧ୍ୟ ଏହାର ଭରପୁର ସୁଯୋଗ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ।
ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ କିଛି ପ୍ରବାସୀଙ୍କୁ ସମ୍ମାନିତ କରିବେ। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୫ଘଣ୍ଟାରୁ ଅଧିକ ସମୟ ରହିବେ ରାଷ୍ଟ୍ରପତି। କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ନୂଆଦିଲ୍ଲୀ ଫେରିଯିବେ ମହାମହିମ।
ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଟାର୍ଗେଟ୍ କରି ବର୍ଷିଛନ୍ତି ମୁକେଶ ଖାନ୍ନା। ମୁକେଶ ଖାନ୍ନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ କାହିଁକି କପିଲ ଶର୍ମାଙ୍କ ଶୋ’ରେ ଅଂଶଗ୍ରହଣ କରିନାହାନ୍ତି
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ।
‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଯୁବକଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’ ପାଇଁ ପ୍ରଦାନ କରାଯିବ।
ଫିଜି ର ରାଜଧାନୀ ସୂୱାରେ ଭୋଡାଫୋନ ରଙ୍ଗଭୂମିରେ ଆୟୋଜିତ ସମ୍ମିଳନୀରେ ହଜାର ହଜାର ସ୍କୁଲ ଲ ଛାତ୍ର ଏବଂ ଯୁବକଙ୍କୁ ଗୁରୁଦେବ ନିଶାଠାରୁ ଦୂରରେ ରହିବାକୁ ଉତ୍ସାହିତ କରି ଶପଥ ଗ୍ରହଣ କରାଇଲେ ।
ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ସିଏମସିର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ି ରହିଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ରତନ ଟାଟାଙ୍କ ମରଶରୀରକୁ ଏଠାରେ ଶେଷ ଦର୍ଶନ ପାଇଁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ରଖାଯିବ। ଏହାପରେ ଅପରାହ୍ମ ୪ଟାରେ ୱର୍ଲି କ୍ରିମେଟୋରିୟମରେ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଅନ୍ତିମ ସଂସ୍କାରର କାର୍ଯ୍ୟକ୍ରମ ରହିଛି ।
ପ୍ରୋଟିନ୍ ସଂରଚନା ପୂର୍ବାନୁମାନ ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍. ଜମ୍ପରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।
‘ବର୍ଷା ପବ୍ଲିକେସନ୍’ ପକ୍ଷରୁ ଦ୍ୱିତୀୟ ବର୍ଷା ସମ୍ମାନ-୨୦୨୪ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ମାସ ୨୦ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ବର୍ଷା ଉତ୍ସବରେ ଏହା ପ୍ରଦାନ କରାଯିବ।
ମଧ୍ୟପ୍ରାଚ୍ୟ ଉପରେ ସାରା ବିଶ୍ୱର ନଜର ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସେପ୍ଟେମ୍ବର ୨୭ରେ ଇସ୍ରାଏଲର ଆକ୍ରମଣରେ ହିଜବୁଲ ନେତା ହାସନ ନସରାଲ୍ଲାଙ୍କୁ ହତ୍ୟା କରାଯିବା ପରେ ଏହି ବିବାଦ ଆହୁରି ତୀବ୍ର ରୂପ ନେଇଛି। ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାକ ସମେତ ଅନେକ ଦେଶର ପିତାମାତା ସେମାନଙ୍କର ନବଜାତ ଶିଶୁର ନାମ 'ନସରାଲ୍ଲା' ରଖିଛନ୍ତି।