• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "356" result for "ସମ୍ମାନ" in https://otvkhabar.in

gita
ଶାରଳା ସମ୍ମାନ ପାଇଲେ ପ୍ରଦୀପ ଦାଶ

ଭୁବନେଶ୍ୱର: ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶଙ୍କୁ ପ୍ରଦାନ କରାଯାଇଛି ସମ୍ମାନଜନକ ‘ଶାରଳା ସମ୍ମାନ’। ତାଙ୍କ ରଚିତ ପୁସ୍ତକ ‘ଚରୁ ଚୀବର ଓ ଚର୍ଯ୍ୟା’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି। ଏହି ସମ୍ମାନ ଉତ୍ସବରେ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା […]

u-2
'ଯିଏ ଦଳର ପଲିସିକୁ ସମ୍ମାନ ଦେବ ତାକୁ ସମର୍ଥନ କରିବୁ'

ଚଣ୍ଡୀଗଡ଼: ହରିଆଣାରେ ବିଜେପିକୁ ଆଞ୍ଚଳିକ ଦଳ ଜେଜେପି ସମର୍ଥନ ଦେବ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଗତକାଲି ଦ୍ୟୁଷନ୍ତ ଚୌଟାଲାଙ୍କ ଜେଜେପି ମନହୋର ଲାଲ ଖଟ୍ଟରଙ୍କ ବିଜେପିକୁ ସମର୍ଥନ ଦେବ ବୋଲି କୁହାଯାଉଥିଲା। ହେଲେ ଆଜି ଜେଜେପିର ବିଧାୟକ ଦଳ ବୈଠକ ପରେ ଦ୍ୟୁଷନ୍ତ ପୂରା ଘଟଣାକୁ ଆହୁରି ସସପେନ୍ସ କରିଦେଇଛନ୍ତି। ବିଜେପି ୪୦ଟି ଆସନ ଜିତିଥିବା ବେଳେ ସରକାର ଗଠନ କରିବାକୁ ଆହୁରି ୬ଟି ଆସନ ଦରକାର। ଜେଜେପି ୧୦ଟି ଆସନ […]

lcr
ଗୋପାଳପୁର ଏଏଡି କଲେଜ୍‌କୁ ମିଳିଲା ରାଷ୍ଟ୍ରପତି କଲର୍ସ ସମ୍ମାନ

ଗଞ୍ଜାମ: ଗୋପାଳପୁରରେ ଥିବା ସେନାର ଆର୍ମି ଏୟାର ଡିଫେନ୍ସ କଲେଜକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ସମ୍ମାନ। ଆଜି ଏଏଡି ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ଆର୍ମୀ ଏଡି କେନ୍ଦ୍ରର ଲେଫ୍ଟନାଣ୍ଟ ବିବେକ ବିଜୟ ମୋରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ସ୍ୱାଧିନ ବାହିନୀ ଭାବେ ୨୫ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରାଦନ […]

moid
ମୋଦିଙ୍କୁ ପୁଣି ଏକ ନୂଆ ସମ୍ମାନ

ନୂଆଦିଲ୍ଲୀ: ପ୍ରଥମଥର କ୍ଷମତା ଦଖଲ କରିବା ପରେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସମ୍ମାନିତ ହେବେ। ଏହି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତାଙ୍କୁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌ ପକ୍ଷରୁ ସମ୍ମାନିତ କରାଯିବ। ଚଳିତ ମାସ ଶେଷ ଆଡ଼କୁ ମୋଦି ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ହିଁ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବ। ପିଏମଓର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାର […]

bbsr
ଲୁଟେରାଙ୍କୁ କାବୁ କରି ପୁଲିସ୍ ଜିମା ଦେଲେ; ସମ୍ମାନିତ କଲା ପୁଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ‘ଭାଗବତ ସନ୍ଧାନ’ ଅଞ୍ଚଳରେ ଲୁଟେରାଙ୍କୁ ସାହସର ସହ କାବୁ କରିଥିବା ସୁବ୍ରତ ଓଝାଙ୍କୁ ପୁଲିସ କମିଶନର ସମ୍ମାନିତ କରିଛନ୍ତି। ଲୁଟେରା ଖସି ପଳାଉଥିବା ବେଳେ ସୁବ୍ରତ ତାଙ୍କ ବାଇକ ପଛପଟକୁ ଧରି ପକାଇଥିଲେ। ତାଙ୍କୁ ୫୦ ମିଟର ପର୍ଯ୍ୟନ୍ତ ବାଇକରେ ଲୁଟେରା ଘୋଷାଡ଼ି ନେଇଥିଲେ ମଧ୍ୟ ସୁବ୍ରତ ଲୁଟେରାଙ୍କୁ ଛାଡ଼ିନଥିଲେ। ଶେଷରେ ଧରା ପଡ଼ି ଯାଇଥିଲେ ଲୁଟେରା। ସାହସର ସହ ଲୁଟେରାଙ୍କୁ କାବୁ କରିଥିବାରୁ ସୁବ୍ରତଙ୍କୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ […]

kokoli
‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ୨ଟି ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: କାଇନେଟିକ୍ସ ଆଣ୍ଡ୍‌ ରାଗ ଫିଲ୍ମ ଏବଂ ଦି ନେକେଡ ଆଇ ପ୍ରଯୋଜିତ ଫିଚର୍ ଫିଲ୍ମ ‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ଅନ୍ତର୍ଜାତୀୟ ସ୍ତରରେ ୨ଟି ସମ୍ମାନ ମିଳିଛି।  ନିକଟରେ ମେକ୍ସିକୋର ‘ବ୍ୟାଚଲର୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଏହି ଫିଲ୍ମକୁ ‘ବେଷ୍ଟ ଫିଲ୍ମ କାଟେଗୋରି’ରେ ସମ୍ମାନିତ କରାଯାଇଥିବା ବେଳେ ‘ତୁଲୁମ୍‌ ୱାର୍ଲଡ୍ନ୍‌ ଏନଭାୟର୍ନମେଣ୍ଟ ଫିଲ୍ମ ଫେଷ୍ଟିଭାଲ୍‌’ରେ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୯ରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ‘ବେଷ୍ଟ ଫିଚର୍ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି। ‘କୋକୋଲି’-ଫିଶ୍ […]

ambulance
କରୋନା ଯୋଦ୍ଧାଙ୍କୁ ମିଳିଲାନି ଶେଷ ସମ୍ମାନ, ଆମ୍ବୁଲାନ୍ସ ଉପରକୁ ପଥର ମାଡ କଲେ ଲୋକେ

ଚେନ୍ନାଇ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେଇ କରୁଛି। ଏଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ମୃତ୍ଯୁ ପରେ ମଧ୍ୟ ସେମାନଙ୍କୁ ଶେଷ ସମ୍ମାନ ମିଳୁନାହିଁ। ତାମିଲନାଡୁର ଚେନ୍ନାଇରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ରବିବାର ଚେନ୍ନାଇର ଡାକ୍ତର ସାଇମନ୍ ହରକ୍ୟୁଲସଙ୍କ ମୃତ୍ଯୁ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ସମାଧିସ୍ଥଳକୁ ନିଆଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ […]

OTV
OTVକୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ

ଭୁବନେଶ୍ୱର: OTVକୁ ମିଳିବ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍‌ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯିବ। ଦିଲ୍ଲୀରେ ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସମ୍ମାନ ପ୍ରଦାନ କରିବେ। ଗତବର୍ଷ ଜୁନ୍‌ ୨୧ ଆନ୍ତର୍ଜାତିକ ଯୋଗ […]

sudarshan
ଇଟାଲିରେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଇଟାଲିର ରୋମ୍‌ରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ଇଟାଲିଆନ୍‌ ଗୋଲ୍‌ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’ ରେ ସମ୍ମାନିତ କରାଯାଇଛି। ରୋମ୍‌ରେ ଆୟୋଜିତ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଇଭେଣ୍ଟ୍‌ରେ ଭାରତ ପକ୍ଷରୁ ସୁଦର୍ଶନ ଏହି ଇଭେଣ୍ଟ୍‌ରେ ଭାଗ ନେଇଥିଲେ। ଇଭେଣ୍ଟ୍‌ରେ ଭାରତୀୟ ହାଇକମିଶନ୍‌ର ଉପମୁଖ୍ୟ ନିହାରିକା ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ଏହି ସମ୍ମାନ ମିଳିଛି। ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଯାଏ […]

abhinadan
ସମ୍ମାନିତ ହେବେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ୫୧ ସ୍କ୍ୱାର୍ଡନ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୮ରେ ବାୟୁସେନାର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ଅବସରରେ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ୫୧ ସ୍କ୍ୱାର୍ଡନ ଟିମ୍‌ର ଗ୍ରୁପ କ୍ୟାପଟନେ ସତୀଶ ପାଓ୍ୱାର ଓ ଏୟାର ଷ୍ଟ୍ରାଇକର ନେତୃତ୍ୱ ନେଇଥିବା ମିଣ୍ଟି ଅଗ୍ରୱାଲଙ୍କୁ ସମ୍ମାନିତ କରିବେ। ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ୨୭ ତାରିଖରେ ବାୟୁସେନାର ୫୧ ସ୍କ୍ୱାର୍ଡନ, ପାକିସ୍ତାନର […]

president
ଗୋଳାବନ୍ଧ ଆର୍ମି ଏୟାର୍‌ ଡିଫେନ୍ସ ସେଣ୍ଟରକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ

ବ୍ରହ୍ଣପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ଆର୍ମି ଏୟାର୍‌ ଡିଫେନ୍ସ ସେଣ୍ଟରକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ। ଆଜି ଏୟାର୍‌ ଡିଫେନ୍ସ ସେଣ୍ଟର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ହେଉଛି ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ। ଉଭୟ ଶାନ୍ତି ଏବଂ ସଂଘର୍ଷ ସମୟରେ ସେନା କର୍‌ପସ୍‌ଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ଚୟନ […]

otv
ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ ୨୦୧୯: ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଓଟିଭି ପକ୍ଷରୁ ଓଡ଼ିଶା ସିଟିଜେନସ୍ ଆୱାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି। ଓଟିଭିର ଓଡ଼ିଶା ସିଟିଜେନସ୍ ଆୱାର୍ଡ(ଓସିଏ) ୨୦୧୯ରେ କୃଷି କ୍ଷେତ୍ରରେ ବିଜୟ ପାଠକ, ଶିକ୍ଷା କ୍ଷେତ୍ରରେ ପ୍ରଫେସର ମାଧବ ଚନ୍ଦ୍ର ଦାଶ ଏବଂ କଳା ଓ ସଂସ୍କୃତି କ୍ଷେତ୍ର ଲାଗି ମୋଗଲ ତାମସା ନିର୍ଦ୍ଦେଶକ ବାଦଲ ସିକଦାରଙ୍କୁ ସମ୍ମାନିତ କରାଯାଇଛି। ସେହିପରି […]

0
ରାହୁଲଙ୍କ ଇସ୍ତଫା ନିଷ୍ପତ୍ତିକୁ ସମ୍ମାନ ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହୋଇଛି। ଗତକାଲି ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଟ୍ୱିଟ୍‌ରରେ ଉଲ୍ଲେଖ କରିଥିଲେ। ଆଜି ରାହୁଲଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଶଂସାରେ ପୋତି ପକାଇଛନ୍ତି। ରାହୁଲ ଯେଉଁଭଳି କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ, ଏଭଳି ସାହାସକୁ […]

padma-awards
ପ୍ରଭୁଦେବା ଓ ଶଙ୍କରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ଅଭିନେତା ତଥା ଡ୍ୟାନସର ପ୍ରଭୁଦେବା, ବିଶିଷ୍ଟ ଗାୟକ ଶଙ୍କର ମହାଦେବନ ଏବଂ ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟର (ମରଣୋତ୍ତର) ଓ ଉଦ୍ୟୋଗପତି ଜନ୍‌ ଚ୍ୟାମ୍ବର୍ସ ପ୍ରମୁଖଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୧୨ ଜଣଙ୍କୁ ପଦ୍ମ ପରୁସ୍କାର ପାଇଁ ମନୋନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯୪ ଜଣ ପଦ୍ମଶ୍ରୀ, ୧୪ ଜଣ ପଦ୍ମଭୂଷଣ ଏବଂ ୪ ଜଣଙ୍କୁ […]

award
୪୧ ଜଣଙ୍କୁ ପ୍ରଦାନ କରାଗଲା ନାରୀ ଶକ୍ତି ସମ୍ମାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ବିଶିଷ୍ଟ ମହିଳାଙ୍କୁ ‘ନାରୀ ଶକ୍ତି ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ମହିଳାଙ୍କ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଉତ୍ସବ୧୯୯୧ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ […]

kovind
ବାୟୁସେନାର ଦୁଇଟି ୟୁନିଟ୍‌କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ

କୋଏମ୍ବାଟୁର: ବାୟୁସେନାର ୨ଟି ୟୁନିଟ୍‌କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରାଯାଇଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁରରେ ଥିବା ବାୟୁସେନା ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର  କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ପ୍ରଦାନ କରିଛନ୍ତି। ହାକିମ୍ପେଟ ବାୟୁସେନା ଘାଟୀ ଏବଂ ସୁଲୁରରେ ଥିବା ଫାଇଭ୍-ବେସ୍ ରିପେୟର ଡିପୋକୁ ମିଳିଛି ଏହି ସମ୍ମାନ। ରାଷ୍ଟ୍ର ପତି ଅସାଧାରଣ ସେବାର ସ୍ୱୀକୃତି ସ୍ୱରୂପ କୌଣସି ବାୟୁସେନା ୟୁନିଟ୍ କିମ୍ବା ସ୍ୱାଡ୍ରନକୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଦିଆଯାଇଥାଏ। ଆଜିର […]

Capture.....
 ଜୟଦେବ ପୁରସ୍କାରରେ ସମ୍ମାନିତ ହେଲେ ରବିଶଙ୍କର

ଭୁବନେଶ୍ୱର:  ଗତକାଲି  ଉତ୍କଳ ମଣ୍ଡପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବର୍ଷ ୨୦୧୭ ପାଇଁ ରବିଶଙ୍କର ପଟ୍ଟନାୟକ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି । ଫିଲ୍ମ ସଂପାଦନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ରବିଶଙ୍କରଙ୍କୁ ଏହି ସମ୍ମାନ ଦିଆଯାଇଛି । ସେହିଭଳି ‘ହେଲୋ ଆର୍ସି ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି । ‘ହେଲୋ ଆର୍ସି’ର ନିର୍ଦ୍ଦେଶକ ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ, ପାର୍ଥସାରଥୀ […]

pm modi
ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ସହାୟତା ମିଳିବ। ଏହାଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ୨୦୧୯-୨୦ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ରେ ଏନେଇ ଘୋଷଣା ହୋଇଥିବାବେଳେ, ଆଜିଠାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ସରକାରଙ୍କୁ ଏ ଯୋଜନା ବାବଦରେ ୭୫ ହଜାର କୋଟି ଟଙ୍କାର […]

bjd mla
ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ପ୍ରସଙ୍ଗ: କ୍ଷମା ମାଗିଲେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶୋଭନୀୟ ଆଚରଣକୁ ନେଇ ଆନ୍ଦୋଳନ ତଥା ବିବାଦ ଥମୁ ନଥିବାବେଳେ ବଢ଼ୁଥିବା ବିବାଦ ଦେଖି ଦେବାଶିଷ ସାମନ୍ତରାୟ କ୍ଷମା ମାଗିଛନ୍ତି। କଟକ ଜିଲ୍ଲା ରତନପୁର ଗାଁର ସହିଦ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାର ବେଳେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ,ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଦେବାଶିଷଙ୍କ […]

Gita Mehta
‘ପଦ୍ମଶ୍ରୀ’ ସମ୍ମାନକୁ ଅଗ୍ରାହ୍ୟ କଲେ ଗୀତା ମେହେଟା

ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ଠିକ୍ ହେବନି। ଏହା ଜନସାଧାରଣଙ୍କ ନିକଟକୁ ଭୁଲ୍‌ ବାର୍ତ୍ତା ଯିବ ଯାହା ଉଭୟ ସରକାର ଓ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଗୀତା ମେହେଟା ଆଶଙ୍କା କରୁଛନ୍ତି। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ […]

dharmendra pradhan
ମହିଳାଙ୍କ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ଏବେ କଣ କହିବେ ‘ଆପଣ ମାନେ ଖୁସି ତ’?: ଧର୍ମେନ୍ଦ୍ର

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ଟ୍ୱିଟ୍ ଜରିଆରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପକ୍ଷ ଚୁପ୍‌ ରହିବା ଘୋର୍ ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଦାରିଙ୍ଗବାଡି ଠାରେ ଆଦିବାସୀ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଚୁପ ରହିବା ଘୋର ଚିନ୍ତାର ବିଷୟ । ସରକାର ତୁରନ୍ତ ଦୃଢ […]

debasis
ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ଘଟଣା: ଜୁଏଲ୍‌ଙ୍କ ନାଁ ନେଇ ଖସିବାକୁ ପ୍ରୟାସ

ଭୁବନେଶ୍ୱର: ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ଘଟଣାକୁ ନେଇ ପାକିସ୍ତାନୀ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ଆଜି ଏ ପ୍ରସଙ୍ଗରେ ପୁଣି ସଫେଇ ଦେଇଛନ୍ତି କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ। ଦେବାଶିଷ ଏ ପ୍ରସଙ୍ଗରେ ଆଜି ପୁଣି କ୍ଷମା ମାଗିବା ସହ କେନ୍ଦ୍ର ମନ୍ତ୍ରୀ ଜୁଏଲଙ୍କ ଓରାମଙ୍କ ନାଁ ନେଇ କାର୍ଡ ବି ଖେଳିଛନ୍ତି। ଦେବାଶିଷ କହିଛନ୍ତି, ସହିଦଙ୍କ ସମ୍ପର୍କୀୟ କେନ୍ଦ୍ର ମନ୍ତ୍ରୀ ଜୁଏଲଙ୍କୁ ଧକ୍କା ମାରି ଭିଡ଼ ଭିତରକୁ ଚାଲି ଆସିବାରୁ ସେ ତାଙ୍କ […]